Tuesday, April 21, 2026 05:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ମମିତାଙ୍କୁ କାର୍ ଭିତରେ ହତ୍ୟା କରିଥିଲେ ଗୋବିନ୍ଦ

ମର୍ଡର ମିଷ୍ଟ୍ରି ଖୁଲାସା କଲେ ଉତ୍ତରାଞ୍ଚଳ ଡିଆଇଜି

by Our Correspondent
20 Oct, 2021- 04:55 PM
in Crime, Latest News, News
1 min read
0
ମମିତାଙ୍କୁ କାର୍ ଭିତରେ ହତ୍ୟା କରିଥିଲେ ଗୋବିନ୍ଦ

ବଲାଙ୍ଗୀର/ଭୁବନେଶ୍ୱର: ମମିତା ଜାଣିଥିଲେ ଗୋବିନ୍ଦଙ୍କ ପରକୀୟା ପ୍ରୀତି କାହାଣୀ । ପୂର୍ବରୁ ବଚସା ବେଳେ ଏହା ପ୍ରଘଟ କରିଦେବାକୁ ମମିତା ଧମକ ଦେଇଥିଲେ । ସେଥିପାଇଁ ଗୋବିନ୍ଦ ଡରିଯାଇଥିଲେ । ମନରେ ଭୟଙ୍କର ରାଗ ଚଢ଼ିଥିଲା । ଯୋଜନା କରିଥିଲେ ମମିତାଙ୍କୁ ସଫା କରିଦେବାକୁ । ସ୍କୁଲ ମିଟିଂ ବାହାନାରେ ମମିତାଙ୍କୁ ଘରୁ ବସ୍ ରେ ଡାକିକି ଆଣିଲେ । ବାଟରେ ନିଜ କାର୍ ରେ ବସାଇଲେ । ଆଉ ଯୋଜନା ଅନୁଯାୟୀ, ରାସ୍ତାରେ ମାରିଦେଲେ । ପ୍ରମାଣ ନଷ୍ଟ ପାଇଁ ଶବକୁ ଜାଳିଦେବାକୁ ଚେଷ୍ଟା କଲେ, କିନ୍ତୁ ପାରିଲେନି । ଅଧାପୋଡା ଶବକୁ ନିର୍ମାଣାଧୀନ ମିନି ଷ୍ଟାଡିୟମ୍ ପଡ଼ିଆରେ ପୋତିଦେଲେ ।

ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କର ଏହା ହେଉଛି ମର୍ଡର କାହାଣୀ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆଜି ଏକ ପ୍ରେସ୍ ମିଟ୍ ରେ ଏହାର ଖୁଲାସା କରିଛନ୍ତି ।

ଡିଆଇଜିଙ୍କ କହିବାନୁଯାୟୀ, ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ମୁଖିଆ ଗୋବିନ୍ଦ ସାହୁ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରିଛନ୍ତି । କାରଣ ହେଉଛି, ଗୋବିନ୍ଦାଙ୍କ ପରକୀୟା ପ୍ରତି । ଗୋବିନ୍ଦଙ୍କର କାରନାମା ସମ୍ପର୍କରେ ମମିତା ଜାଣିଥିଲେ ଏବଂ ତାହାର ପ୍ରମାଣ ମଧ୍ୟ ପାଖରେ ରଖିଥିଲେ । ଗୋବିନ୍ଦଙ୍କ ସହ ମନୋମାଳିନ୍ୟ ପରେ ସେ ଏହାକୁ ପ୍ରଘଟ କରିଦେବାର ଧମକ ଦେଇଥିଲେ । ଆଉ ଏହି ଭୟ ଯୋଗୁଁ ମମିତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା ରଚିଥିଲେ ଗୋବିନ୍ଦ ।

ଗତ ୮ ତାରିଖରେ ମମିତାଙ୍କୁ ସ୍କୁଲ କାମ ବାହାନାରେ ଘରୁ ଡାକି ଆଣିଥିଲେ ଗୋବିନ୍ଦ । କଣ୍ଟାବାଝିରୁ ବସ୍ ରେ ମମିତା ଆସିଥିଲେ ଏବଂ ଗୋବିନ୍ଦଙ୍କ କଥା ଅନୁଯାୟୀ ବାଟରେ ଓହ୍ଲାଇଥିଲେ । ସେଠାରେ କାର୍ ଧରି ଅପେକ୍ଷା କରିଥଲେ ଗୋବିନ୍ଦ । କାର୍ ରେ ବସାଇ ମମିତାଙ୍କୁ ଭବାନୀପାଟଣା ଆଣିଥିଲେ । ଭବାନାପାଟଣାରୁ କେଗାଁ ଆସିବା ବାଟରେ ପୂର୍ବ ଯୋଜନା ଅନୁଯାୟୀ ମମତାଙ୍କୁ ହତ୍ୟା କରିଥିଲେ । ତେବେ ତାଙ୍କୁ ତଣ୍ଟି ଚିପି ମାରିଲେ ନା ଆଉ କେମିତି ତାହା ସ୍ପଷ୍ଟ ହୋଇନାହିଁ ।

ଶବକୁ ମହାଲିଙ୍ଗ ନୋଡାଲ୍ ହାଇସ୍କୁଲ ପଡ଼ିଆ ନିର୍ମାଣାଧୀନ ମିନି ଷ୍ଟାଡିୟମ୍ ଆଣିଥିଲେ । କାର୍ଡବୋର୍ଡ ଏବଂ ଟାୟାର ଜାଳି ପୋଡ଼ିଦେବାକୁ ଚେଷ୍ଟା କରିଥିଲେ । ହେଲେ ସମ୍ଭବ ହେଲାନି । ୯ ତାରିଖ ସକାଳେ ଅଧାପୋଡା ଶବକୁ ସେହି ଷ୍ଟାଡିୟମ୍ ପଡ଼ିଆରେ ଗାତଖୋଳି ପୋତି ଦେଇଥିଲେ ।

ଭବାନୀପାଟଣାର ୬୦ କିମି ଦୂରତା ଭିତରେ ବିଭିନ୍ନ ସିସିଟିଭି ଯାଞ୍ଚ କରି ପୁଲିସ ଏହାର ତଥ୍ୟ ପ୍ରମାଣ ଯୋଗାଡ଼ କରିଛି । ଏଥିସହ ଗୋବିନ୍ଦ ସାହୁ ଓ ଅନ୍ୟ କିଛି ସହଯୋଗୀଙ୍କ ବୟାନ ଆଧାରରେ ପୁଲିସ ସିଦ୍ଧାନ୍ତରେ ପହଞ୍ଚିଥିବା ଡିଆଇଜି ଶ୍ରୀ କୁମାର କହିଛନ୍ତି ।

ଏହି ଘଟଣାରେ ଏକାଧିକ ଲୋକଙ୍କର ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି । ଗୋବିନ୍ଦଙ୍କ କାର୍ ଡ୍ରାଇଭରକୁ ଅଟକ ରଖାଯାଇଥିଲା ବେଳେ ଅନ୍ୟମାନଙ୍କୁ ଧରିବା ଯୋଜନା କରୁଛି । ରିମାଣ୍ଡରେ ଆସୁଥିବା ଗୋବିନ୍ଦଙ୍କଠାରୁ ଅଧିକ ତଥ୍ୟ ହାସଲ କରାଯିବ ବୋଲି ଡିଆଜି କହିଛନ୍ତି ।

ଗିରଫ ଗୋବିନ୍ଦଙ୍କୁ ଆଜି ବଙ୍ଗୋମୁଣ୍ଡା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଥିଲେ ମଧ୍ୟ କୋର୍ଟ ୫ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

Previous Post

ବିଜେଡ଼ିରେ କୁଲେସିକା, ଆରଥରକୁ ପ୍ରଦୀପ ମାଝୀ !

Next Post

ବିଜେପି ଛାଡ଼ିଲେ ବିଶ୍ୱ ମଲ୍ଲିକ

Next Post
ବିଜେପି ଛାଡ଼ିଲେ ବିଶ୍ୱ ମଲ୍ଲିକ

ବିଜେପି ଛାଡ଼ିଲେ ବିଶ୍ୱ ମଲ୍ଲିକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA