Tuesday, April 21, 2026 06:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ିରେ କୁଲେସିକା, ଆରଥରକୁ ପ୍ରଦୀପ ମାଝୀ !

by Our Correspondent
20 Oct, 2021- 01:02 PM
in Latest News, News
1 min read
0
ବିଜେଡ଼ିରେ କୁଲେସିକା, ଆରଥରକୁ ପ୍ରଦୀପ ମାଝୀ !

ଭୁୁବନେଶ୍ୱର: ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା ବିଜେଡ଼ିରେ ମିଶିଛନ୍ତି । ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ବିଜେଡ଼ିରେ ଯୋଗଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ଲକ୍ ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚ । ବିଜେଡ଼ି କାର୍ଯ୍ୟାଳୟଠାରେ ଏଥିପାଇଁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ପ୍ରତି ଆକୃଷ୍ଟ ହୋଇ ବିଜେଡ଼ିରେ ମିଶିଲି । ବିଜେଡ଼ି ମୋତେ ରାଜନୀତି ଶିଖାଇଛି । ଆଗରୁ ବିଜେଡ଼ିରେ ଥିଲି । କଂଗ୍ରେସକୁ ଆସିଲା ପରେ ବି ବିଜେଡ଼ି ପ୍ରତି ଦୁର୍ବଳତା ଥିଲା । ଏବେ ନିଜ ପରିବାରକୁ ଫେରିଆସିଛି ।’ ବିଜେଡ଼ିରେ ମିଶିଲା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି କୈଳାସ କୁଲେସିକା ।

ସୂଚନାଯୋଗ୍ୟ, ଶ୍ରୀ କୁଲେସିକା ବିଜେଡ଼ିରେ ଯୋଗଦେଉଥିବା ନେଇ ଚର୍ଚ୍ଚା ହେଉଥିଲା । କୋଟପାଡ଼ର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜେଡ଼ିରେ ଯୋଗଦେଇ ସାରିଥିବାରୁ ଶ୍ରୀ କୁଲେସିକାଙ୍କ ସମ୍ଭାବ୍ୟ ଯୋଗଦାନକୁ ଗୁରୁତ୍ୱ ଦିଆଯାଉଥିଲା । କାରଣ, ଜିଲ୍ଲା କଂଗ୍ରେସ ଉପରେ ଶ୍ରୀ କୁଲେସିକା ଖପ୍ପା ଥିଲେ । ଜିଲ୍ଲା ସଭାପତି ମୀନାକ୍ଷୀ ବାହିନୀପତିଙ୍କ ନେତୃତ୍ୱ ମାନିବାକୁ ସେ ରାଜି ନ ଥିଲେ । ବାହିନୀପତି ପରିବାର ଦଳରେ ଅନ୍ତର୍ଘାତୀ କାର୍ଯ୍ୟ କରୁଥିବା ଅଭିଯୋଗ କରି ଆସୁଥିଲେ । ପିସିସି ସଭାପତିଙ୍କ ଦୃଷ୍ଟିକୁ ଏହା ଆଣି ଫେଲ୍ ମାରିଲା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଚନ୍ଦ୍ରଶେଖର ମାଝୀ ଏବଂ କୈଳାସ କୁଲେସିକା ବିଜେଡ଼ିରେ ଯୋଗଦେବା ପରେ ଅବିଭକ୍ତ କୋରାପୁଟ କଂଗ୍ରେସ ସଙ୍କଟରେ ପଡ଼ିଛି । ଇତିମଧ୍ୟରେ କଂଗ୍ରେସର ଟାଣୁଆ ଯୁବନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମଧ୍ୟ କଂଗ୍ରେସ ଛାଡ଼ିବାକୁ ମନସ୍ଥିର କରିଥିବା ସ୍ପଷ୍ଟ ହୋଇଛି । କିଛି ଦିନ ତଳେ ବରିଷ୍ଠ ନେତା ଭକ୍ତ ଦାସ ତାଙ୍କୁ ରାହୁଲ ଗାନ୍ଧୀଙ୍କ ସହ ଭେଟ କରାଇଥିଲେ ମଧ୍ୟ ସେ କଂଗ୍ରେସ ଛାଡ଼ିବା ନିଷ୍ପତ୍ତିରେ ଅଟଳ ଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ସମ୍ଭବତଃ ଆସନ୍ତା ସପ୍ତାହରେ ସେ ବିଜେଡ଼ିରେ ଯୋଗଦେବେ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।

Previous Post

ଧରାପଡ଼ିଲା ‘ମୋଷ୍ଟ ୱାଣ୍ଟେଡ୍’ ଗୋବିନ୍ଦ ସାହୁ

Next Post

ମମିତାଙ୍କୁ କାର୍ ଭିତରେ ହତ୍ୟା କରିଥିଲେ ଗୋବିନ୍ଦ

Next Post
ମମିତାଙ୍କୁ କାର୍ ଭିତରେ ହତ୍ୟା କରିଥିଲେ ଗୋବିନ୍ଦ

ମମିତାଙ୍କୁ କାର୍ ଭିତରେ ହତ୍ୟା କରିଥିଲେ ଗୋବିନ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA