Friday, April 17, 2026 03:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ହାଇଦର ପତ୍ତା ପାଉନି ପୁଲିସ, ସହଯୋଗୀ ୟାକୁବ୍ ର ଆତ୍ମସମର୍ପଣ

ଷଡ଼ଯନ୍ତ୍ରର ଚେର ସମ୍ବଲପୁରରୁ କଟକ!

by Our Correspondent
12 Apr, 2021- 01:57 PM
in Crime, Latest News, News
1 min read
0
ହାଇଦର ପତ୍ତା ପାଉନି ପୁଲିସ, ସହଯୋଗୀ ୟାକୁବ୍ ର ଆତ୍ମସମର୍ପଣ

ଭୁବନେଶ୍ୱର: ଇତିମଧ୍ୟରେ ୩୬ ଘଣ୍ଟା ବିତିଗଲାଣି । ମାତ୍ର ହାଇଦରର ପତ୍ତା ପାଉନି ପୁଲିସ । ସେ ଓଡ଼ିଶାରେ ଅଛି ନା ବାହାରକୁ ପଳେଇଛି ତାହାର ସାମାନ୍ୟତମ ଟେର୍ ମିଳୁନି । ତିନି ଜିଲ୍ଲାର ଏସପିଙ୍କ ସମେତ କମିଶନରେଟ୍ ପୁଲିସର ଦକ୍ଷ ଅଫିସରଙ୍କୁ ନେଇ ଗଠିତ ୫ ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ ମଧ୍ୟ ଫଳ ଶୂନ ।

ଏପଟେ ହାଇଦରର ଜଣେ ସହଯୋଗୀ ୟାକୁବ୍ ଖାନ୍ ଓରଫ୍ ସଲ୍ଲୁ ଆଜି ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ଏସସିବିରେ ହାଇଦର ଥିବା ବେଳେ ସଲ୍ଲୁ ସେଠାକୁ ନିୟମିତ ବିରିୟାନି ନେଇ ଯାଉଥିଲା । ହାଇଦରର ସେ ପୁରୁଣା ସହଯୋଗୀ ଏବଂ ତା ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଅଛି । ତା’ଠାରୁ ହାଇଦର ଗତିବିଧି ସମ୍ପର୍କରେ ପୁଲିସକୁ କିଛି ତଥ୍ୟ ମିଳିପାରେ ବୋଲି ବିଶ୍ୱାସ କରାଯାଉଛି ।

ସଲ୍ଲୁ ଗତକାଲି ନାଟକୀୟ ଢ଼ଙ୍ଗରେ କିଛି ମିଡ଼ିଆ ସାମନାକୁ ଆସି ନିଜକୁ ନିରୀହ ବୋଲି ଦର୍ଶାଇବାକୁ ଚାହିଁଥିଲା । ଠିକାଦାରି କାମ ପାଇଁ ସେ ହାଇଦର ପାଖକୁ ଯାଉଥିଲା । ମାତ୍ର ହାଇଦର ଏଭଳି କାଣ୍ଡ କରିବ ବୋଲି ସେ ଜାଣି ନଥିଲା । ଟିଭିରୁ ଜାଣିଲା ପରେ ସେ ପୁଲିସ ଡରରେ ଲୁଚି ଯାଇଥିଲା । ପୁଲିସକୁ ତଦନ୍ତରେ ସହଯୋଗ କରିବ ବୋଲି କହିଥିଲା ।

ଷଡ଼ଯନ୍ତ୍ରର ଚେର ସମ୍ବଲପୁରରୁ କଟକ!

ସମ୍ବଲପୁର ସର୍କଲ୍ ଜେଲ୍ ରୁ ପ୍ରଥମ ଥର ପାଇଁ ହାଇଦର କଟକ ବଡ଼ ମେଡ଼ିକାଲ୍ ଆସି ନ ଥିଲା । ପୂର୍ବରୁ ଆଉ ଦୁଇଥର ଏସସିବି ଆସିଥିଲା ଚିକିତ୍ସା ପାଇଁ । ସମ୍ବଲପୁର ଜେଲ୍ ଡିଆଇଜି ରାଜକିଶୋର ସାହୁ ଆଜି ଗଣମାଧ୍ୟମରେ ଏହି ଖୁଲାସା କରିଛନ୍ତି । ତେବେ ହାଇଦରର ବେମାର କ’ଣ ଏବଂ କେଉଁ ଡାକ୍ତର ତାକୁ କଟକ ରେଫର୍ କରିଥିଲେ ସେ ସମ୍ପର୍କରେ କିଛି କହିନାହାନ୍ତି ।

ବୁର୍ଲା ଭିମସାରେ ତା’ ରୋଗର କ’ଣ ଚିକିତ୍ସା କରି ହୋଇ ନ ଥାଆନ୍ତା କି ବୋଲି ପ୍ରଶ୍ନକୁ ଡିଆଇଜି ସାହେବ ଏଡାଇ ଦେଇଛନ୍ତି । ସାମ୍ବାଦିକମାନେ ଏ ସମ୍ପର୍କରେ ପ୍ରଶ୍ନ କଲାରୁ ଓଲଟି ସେ ବିରକ୍ତ ହୋଇଯାଇଛନ୍ତି । ତାଙ୍କର ଯୁକ୍ତି ଥିଲା, ହାଇଦର ହାର୍ଡ କୋର୍ କ୍ରମିନାଲ୍ ବୋଲି ଆମେ ଜାଣିଛୁ । ତା’ ବୋଲି ଏଠି ଜେଲ୍ ଭିତରେ ମରିବ ନା କ’ଣ? ଡିଆଇଜିଙ୍କ ଏହି ବୟାନରୁ ହାଇଦର ପ୍ରତି ତାଙ୍କର ଦରଦପଣିଆ ଜଳ ଜଳ ଦିଶୁଛି ।

ଏପଟେ କଟକ ବଡ଼ ଡାକ୍ତରଖାନାର ସର୍ଜରୀ ୱାର୍ଡରେ ଗତ ୨୩ ତାରିଖରୁ ହାଇଦର ଆଡମିସନ୍ ହୋଇ ୫ ନଂ କ୍ୟାବିନ୍ ରେ ରହୁଥିଲେ ମଧ୍ୟ ତା’ ରୋଗ କ’ଣ କେହି କହିପାରୁନାହାନ୍ତି । ଗୁରୁତର ସେଭଳି କିଛି ହୋଇଥିଲେ ଅପରେସନ୍ ସରନ୍ତାଣି । ମାତ୍ର ଯାହା ଖବର ମିଳୁଛି, କଟକ ବଡ଼ ଡାକ୍ତରଖାନା ଆସିଲା ଦିନଠାରୁ ହାଇଦର ଦେହରେ ଛୁଞ୍ଚି ବି ବାଜିନି । ଅବଜରଭେସନ୍ ନାଁରେ ତାକୁ ଖାଲି ଗ୍ୟାସ୍ ଟାବଲେଟ୍ ଦିଆଯାଉଥିଲା । ତେବେ ବିନା ଅପରେସନ୍ ରେ ଏତେଦିନ ଧରି ସେଠି ରହିବାକୁ କେଉଁ ଡାକ୍ତର ଲେଖିଥିଲେ ତାହା ସ୍ପଷ୍ଟ ହୋଇଯିବା ଦରକାର ।

ବାକି ରହିଲା କ୍ୟାବିନ୍ ଆଉ ସୁରକ୍ଷା କଥା । ଜଣେ ଗୁରୁତର ସାଧାରଣ ରୋଗୀକୁ କଟକ ବଡ଼ ଡାକ୍ତରଖାନାରେ କ୍ୟାବିନ୍ ପାଇବାକୁ କେତେ କଷ୍ଟ ହୁଏ ତାହା ସମସ୍ତଙ୍କୁ ଜଣା । ମାତ୍ର ସେଭଳି କୋ÷ଣସି ଗୁରୁତର ରୋଗର ଲକ୍ଷଣ ଜଣାପଡୁ ନ ଥିବା ହାର୍ଡକୋର୍ ହାଇଦର ପାଇଁ କ୍ୟାବିନ୍ ବ୍ୟବସ୍ଥା କ’ଣ ପାଇଁ ହେଲା ତାହା ବଡ଼ ପ୍ରଶ୍ନ ।

ଖାଲି କ୍ୟାବିନ୍ ନୁହେଁ ସେହି କ୍ୟାବିନ୍ ରେ ଏସି ଠିକ୍ ଚାଲୁ ନ ଥିବାରୁ ଷ୍ଟାଣ୍ଡ ଫ୍ୟାନ୍, କୁଲର ଆଣି ଲଗାଇଥିଲେ ହାଇଦର ସମ୍ପର୍କୀୟ ଓ ସହଯୋଗୀ । ହାଇଦର ପାଖେ ପାଖେ ଅହରହ ୪ ରୁ ୫ ଜଣ ସହଯୋଗୀ ରହୁଥିଲେ । ସବୁଦିନ ସେଠାକୁ ବିୟର୍, ବିରିୟାନି ଆସୁଥିଲା । କ୍ୟାବିନ୍ ଭିତରେ ଓ ବାହାରେ ଆଡ୍ଡା ଜମୁଥିଲା । ଖୋଲାରେ ବୁଲୁଥିବା ହାଇଦରର ଗମାତକୁ ତାକୁ ଜଗୁଥିବା ସୁରକ୍ଷା କର୍ମୀ ବି ଉପଭୋଗ କରୁଥିଲେ । ଭାଇ ଭାଇ ଭଳି ମିଶିକି ଚଳୁଥିଲେ । ବିରିୟାନିର ମଜ୍ଜା ନେଉଥିଲେ ସୁରକ୍ଷାକର୍ମୀ ।

ହାଇଦର ଫେରାର ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣ ସୁରକ୍ଷାକର୍ମୀଙ୍କୁ ସସପେଣ୍ଡ କରାଯାଇଛି । ମାତ୍ର ଦାୟିତ୍ୱରେ ଥିବା ବଡ଼ବଡ଼ିଆଙ୍କ ଉପରେ କୌଣସି କାର୍ଯାନୁଷ୍ଠାନ ହୋଇନାହିଁ ।

Previous Post

ଖସି ପଳାଇଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର

Next Post

ରୁଦ୍ରଙ୍କ ପାଇଁ ପ୍ରଚାର କଲେ ନବୀନ

Next Post
ରୁଦ୍ରଙ୍କ ପାଇଁ ପ୍ରଚାର କଲେ ନବୀନ

ରୁଦ୍ରଙ୍କ ପାଇଁ ପ୍ରଚାର କଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA