Thursday, June 25, 2026 10:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରୁଦ୍ରଙ୍କ ପାଇଁ ପ୍ରଚାର କଲେ ନବୀନ

ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜେ ବୁଝିବି: ମୁଖ୍ୟମନ୍ତ୍ରୀ

by Our Correspondent
12 Apr, 2021- 08:22 PM
in Latest News, News, Politics
1 min read
0
ରୁଦ୍ରଙ୍କ ପାଇଁ ପ୍ରଚାର କଲେ ନବୀନ

ଭୁବନେଶ୍ୱର/ପିପିଲି: ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ ଟି ଜିଲ୍ଲା ପରିଷଦ ଜୋନ୍ ରେ ଭର୍ଚୁଆଲ୍ ପ୍ରଚାର କରି ମୁଖ୍ୟମନ୍ତ୍ରୀ ପିପିଲି-ଡେଲାଙ୍ଗବାସୀଙ୍କଠାରୁ ଭୋଟ ମାଗିଛନ୍ତି । ପିପିଲି-ଡେଲାଙ୍ଗର ବିକାଶ କାମ ନିଜେ ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ପିପିଲି-ଡେଲାଙ୍ଗ ଯାଇଥିଲେ ମୁଁ ବହୁତ ଖୁସି ହୋଇଥାନ୍ତି । ମୁଁ ଜାଣେ ମୋ ପ୍ରତି ଆପଣମାନଙ୍କର ବହୁତ ଭଲ ପାଇବା ରହିଛି । ଯଦି ପିପିଲି-ଡେଲାଙ୍ଗ ଯାଇଥାନ୍ତି ତେବେ ଆପଣମାନେ ମୋତେ ଆଶିର୍ବାଦ କରିବାକୁ ବହୁ ସଂଖ୍ୟାରେ ଏକାଠି ହୋଇଥାନ୍ତେ । ଭାବିଲି କୋଭିଡ୍ ସମୟରେ ଏହା ଉଚିତ ହେବ ନାହିଁ । ମୋ ପାଇଁ କିଏ ବିପଦରେ ପଡୁ ଏହା ମୁଁ ଚାହେଁ ନାହିଁ । ସେଥିପାଇଁ ଆଜି ଭିଡ଼ିଓ କନଫରେନ୍ସିଂ ରେ ଆପଣମାନଙ୍କୁ ଭେଟୁଛି । କରୋନା ଦୂର ହେବା ପରେ ମୁଁ ନିଜେ ପିପିଲି-ଡେଲାଙ୍ଗ ଯାଇ ଆପଣମାନଙ୍କୁ ଭେଟିବି ।

ଚାଷୀ, ଗରିବ, ମହିଳା ଆଦି ସବୁ ବର୍ଗର ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଆଗରେ ଅଛି । ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି । ଆାମ ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କୁ ନେଇ ଗଠିତ ମିଶନ ଶକ୍ତି ଆଜି ବିକାଶର ସାରଥୀ ହୋଇଛି । ମା’ ମାନଙ୍କର ସମୃଦ୍ଧି ହିଁ ପରିବାରର ସମୃଦ୍ଧି । ଆଜି ଆମର ମା’ ମାନେ ହେଉଛନ୍ତି ଗାଁ, ପଞ୍ଚାୟତ, ବ୍ଲକ୍ ଆଦିରେ ଥିବା ସରକାରୀ ସମ୍ପତ୍ତି ମାଲିକ । ମା’ ମାନେ ବହୁ ସଂଖ୍ୟାରେ ଆସି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଜାଣେ ଆଗକୁ ଆହୁରି ଅନେକ ଭଲ କାମ ପାଇଁ ସୁଯୋଗ ରହିଛି । ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜେ ବୁଝିବି । ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶାର୍ବାଦ କରନ୍ତୁ ।

ପିପିଲି ଉପନର୍ବାଚନ ମୈଦାନରେ ପ୍ରଥମ ଥର ପାଇଁ ବିଜେଡ଼ିର ଏକ ନମ୍ବର ଷ୍ଟାର୍ ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ପିପିଲି ବ୍ଲକ୍ ର ପାଟ ସାହାଣିପୁର, ଦାଣ୍ଡ ମୁକୁନ୍ଦପୁର, କୁମାରେଶ୍ୱର ଏବଂ ଡେଲାଙ୍ଗ ବ୍ଲକ୍ ର ରେଞ୍ଚ, ବଡ ଅଙ୍କୁଳା ଏବଂ ସିଂହ ବରହମପୁର ଜୋନ୍ ରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ୍ ପ୍ରଚାର ପାଇଁ ସମାବେଶ ଆୟୋଜନ ହୋଇଥିଲା । ପିପିଲି ପ୍ରଚାର ଦାୟିତ୍ୱରେ ଥିବା ଦଳୀୟ ନେତାମାନେ ଏହିସବୁ ଜାଗାରେ ଉପସ୍ଥିତ ଥିଲେ ।

ଆଶ୍ରିତଙ୍କ ପାଇଁ ପ୍ରଚାର କଲେ ଅପରାଜିତା, କାଲି ଧର୍ମେନ୍ଦ୍ରଙ୍କ ପ୍ରଚାର

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଆଜି ପିପିଲି-ଡେଲାଙ୍ଗରେ ପ୍ରଚାର କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଶ୍ରିତଙ୍କୁ ଧରି ସେ ଲକ୍ଷ୍ମୀନାରାୟଣପୁର, ପୁବା ଶାସନ, ପାମୋସରା, ପୋପାରଙ୍ଗା, ଓରାକୋଳା, ଭାରତିପୁର, ପାଣିଡୋଳା, କାଣ୍ଟି, ହରିରାଜପୁର ବୁଲି ଭୋଟ ମାଗିଥିଲେ । ଆସନ୍ତାକାଲି ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶ୍ରିତଙ୍କ ପାଇଁ ପ୍ରଚାର କରିବେ ।

Previous Post

ହାଇଦର ପତ୍ତା ପାଉନି ପୁଲିସ, ସହଯୋଗୀ ୟାକୁବ୍ ର ଆତ୍ମସମର୍ପଣ

Next Post

ଦୁଇଟି ବିଶ୍ୱସ୍ତରୀୟ କ୍ୟାନସର୍ ପ୍ରତିଷ୍ଠାନ ପାଇଁ ୩୪୦ କୋଟି ଦାନ କଲେ ବାଗଚୀ ଦମ୍ପତ୍ତି

Next Post
ଦୁଇଟି ବିଶ୍ୱସ୍ତରୀୟ କ୍ୟାନସର୍ ପ୍ରତିଷ୍ଠାନ ପାଇଁ ୩୪୦ କୋଟି ଦାନ କଲେ ବାଗଚୀ ଦମ୍ପତ୍ତି

ଦୁଇଟି ବିଶ୍ୱସ୍ତରୀୟ କ୍ୟାନସର୍ ପ୍ରତିଷ୍ଠାନ ପାଇଁ ୩୪୦ କୋଟି ଦାନ କଲେ ବାଗଚୀ ଦମ୍ପତ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA