୨୦୨୦ ବିଦାୟୀ ବର୍ଷଟି ସମସ୍ତଙ୍କୁ ଦେଇଗଲା ଯନ୍ତ୍ରଣା । ଗୋଟିଏ ବର୍ଷରେ କୋଟିଏ ସମ୍ଭାବନାକୁ ଛାରଖାର କରିଦେଲା । କରୋନା ମହାମାରୀ କବଳରେ ସମଗ୍ର ମାନବ ସମାଜ ଛଟପଟ ହେଲେ । ଅନେକ ଜୀବନ ନେଇଗଲା ଏହି କରୋନା । ମଣିଷ ପେଟରୁ ଛଡ଼ାଇ ନେଲା ଦାନା । ଜୀବନ ଓ ଜୀବିକାର ସଂଘର୍ଷ ଭିତରେ ମଣିଷ ହାହାକାର ହୋଇଗଲା । ଧନୀ, ଗରିବ ସମସ୍ତଙ୍କୁ ଆଶଙ୍କିତ କରିଦେଲା । ଯନ୍ତ୍ରଣା ଓ ମୃତ୍ୟୁକୁ ସମସ୍ତେ ଅତି ପାଖରୁ ଦେଖିଲେ । ତେବେ ଏସବୁ ଭିତରେ ମଣିଷକୁ ଅନେକ କିଛି ବାର୍ତ୍ତା ଦେଇଗଲା ଏଇ ବର୍ଷ । ଜୀବନର ଅର୍ଥ କ’ଣ ବୁଝାଇଦେଲା । ମାନବିକତାର ଉଦାହରଣ ଦେଖାଇଦେଲା । ପୁରୁଣା ବର୍ଷକୁ ବିଦାୟ ଦେବା ବେଳେ ସ୍ମୃତିର ଏହି ପାଖୁଡା ନୂଆ ଆଶା, ନୂଆ ସ୍ୱପ୍ନର ସମ୍ଭାର ହେଉ । ଛନ୍ଦ, କପଟ, ଇର୍ଷା, ହିଂସାରୁ ମଣିଷ ଦୂରେଇ ଯାଇ ଏକ ନୂଆ ସମ୍ଭାବନା ସୃଷ୍ଟି କରୁ । ନିଜର ସଂସ୍କାର,ମାନବିକ ମୂଲ୍ୟବୋଧ ରୁଦ୍ଧିମନ୍ତ କରି ମଣିଷ ଆଗକୁ ବଢ଼ୁ । ଏହା ହିଁ ନିଜର, ପରିବାରର ଓ ସମଗ୍ର ଜଗତର କଲ୍ୟାଣ ସାଧନ କରିପାରିବ । ସମସ୍ତେ ସୁଖ ଓ ଶାନ୍ତିରେ ବଞ୍ଚିପାରିବେ । ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳ ହେଉ । ୨୦୨୧ ସୁଖ ଓ ସମୃଦ୍ଧିର ବର୍ଷ ହେଉ । ‘ମିଡ଼ ଡ଼େ ଓଡ଼ିଶା’ ପରିବାର ପକ୍ଷରୁ ସମସ୍ତଙ୍କ ପାଇଁ ଶୁଭକାମନା ।