Saturday, July 11, 2026 04:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଲି ହାଇପ୍ରୋଫାଇଲ୍ ଲଢ଼େଇ

ଭାଗ୍ୟ ପରୀକ୍ଷା ଦେବେ ୪୪୭ ପ୍ରାର୍ଥୀ

by Our Correspondent
24 May, 2024- 06:26 PM
in Latest News, News, Politics
1 min read
0
କାଲି ହାଇପ୍ରୋଫାଇଲ୍ ଲଢ଼େଇ

ଭୁବନେଶ୍ୱର: ଆସନ୍ତାକାଲି(୨୫ ତାରିଖ)ରେ ହେବ ତୃତୀୟ ପର୍ଯ୍ୟାୟ ଭୋଟ୍ । ସମ୍ବଲପୁର, ଢ଼େଙ୍କାନାଳ, କେନ୍ଦୁଝର, କଟକ, ପୁରୀ, ଭୁବନେଶ୍ୱର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହେବ । ୬ଟି ଲୋକସଭା ଆସନରେ ୬୪ ଜଣ ପ୍ରାର୍ଥୀ ଏବଂ ୪୨ଟି ବିଧାନସଭା ଆସନରେ ୩୮୩ ପ୍ରାର୍ଥୀ ଏହିଭଳି ୪୮ ଆସନରେ ମୋଟ୍ ୪୪୭ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ ।

ଚଳିତ ନିର୍ବାଚନର ସବୁଠୁ ହାଇପ୍ରୋଫାଇଲ୍ ଲଢ଼େଇ ଏହି ପର୍ଯ୍ୟାୟରେ ହେବାକୁ ଯାଉଛି । ବିଜେଡି ଓ ବିଜେପିର ବହୁ ହେଭିୱେଟ୍ ନେତା ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ସବୁଠାରୁ ବଡ଼ ଲଢ଼େଇ ହେଉଛି ସମ୍ବଲପୁର ଲୋକସଭା ଆସନରେ । ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ମଧ୍ୟରେ ହେଉଥିବା ଲଢ଼େଇ ଉପରେ ସମସ୍ତଙ୍କ ନଜର ରହିଛି । ଉଭୟ ଦଳ ପାଇଁ ଏହି ଆସନଟି ସମ୍ମାନର ପ୍ରଶ୍ନ ହୋଇଛି ।

ଅନୁରୂପ ଭାବେ ପୁରୀ, ଭୁବନେଶ୍ୱର ଓ କଟକ ଲୋକସଭା ଆସନରେ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇ ହେଉଛି । ପୁରୀରେ ବିଜେପିର ସମ୍ବିତ୍ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକ, ଭୁବନେଶ୍ୱରରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡିର ମନ୍ମଥ ରାଉତରାୟ, କଟକରେ ବିଜେପିର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସନ୍ତୃପ୍ତ ମିଶ୍ରଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି ।

ବିଧାନସଭା ଆସନରେ ମଧ୍ୟ ବହୁ ହେଭିୱେଟ୍ ନେତାଙ୍କର ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ବଡ଼ମ୍ବାରେ ଦେବୀ ମିଶ୍ର, ନୟାଗଡ଼ରେ ଅରୁଣ ସାହୁ, ସତ୍ୟବାଦୀରେ ସଞ୍ଜୟ ଦାସବର୍ମା, ଆଠଗଡ଼ରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରେଢ଼ାଖୋଲରେ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁରରେ ରୋହିତ ପୂଜାରୀ ଏବଂ ଜୟନାରାୟଣ ମିଶ୍ର, ଘଷିପୁରାରେ ବଦ୍ରିନାରାୟଣ ପାତ୍ର ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ(ସ୍ୱାଧୀନ), ଆନନ୍ଦପୁରରେ ଜୟଦେବ ଜେନାଙ୍କର ଭାଗ୍ୟ ପରୀକ୍ଷା ହେବ ।

ସୂଚନାଥାଉକି, ୨୦୧୯ ନିର୍ବାଚନରେ ଉପରୋକ୍ତ ୬ଟି ଲୋକସଭା ଆସନରୁ ବିଜେଡି ୪ଟି ଆସନ ଯଥା କେନ୍ଦୁଝର, ଢ଼େଙ୍କାନାଳ, କଟକ ଓ ପୁରୀ ହାତେଇଥିଲା । ସମ୍ବଲପୁର ଓ ଭୁବନେଶ୍ୱର ଆସନରେ ଜିତିଥିଲା ବିଜେପି । ସେହିଭଳି ୪୨ଟି ବିଧାନସଭା ଆସନରୁ ବିଜେଡି ୩୪ ଟି ଆସନ ହାତେଇଥିଲା ବେଳେ ବିଜେପି ୬ଟି ଏବଂ କଂଗ୍ରେସ ଦୁଇଟି ଆସନ ପାଇଥିଲା ।

ଆସନ୍ତାକାଲିର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୯୪.୪୮ ଲକ୍ଷ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ଅଛନ୍ତି ୪୮.୨୯ ଲକ୍ଷ ପୁରୁଷ ଏବଂ ୪୬.୧୭ ଲକ୍ଷ ମହିଳା ଭୋଟର । ୨.୩୭ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେବେ । ସମୁଦାୟ ୧୦, ୫୫୧ କେନ୍ଦ୍ରରେ ମତଦାନ ହେବ । ସେଥିମଧ୍ୟରେ ୨ ହଜାର ମଡେଲ ପୁଲିଂ ଷ୍ଟେସନ୍ ରହିଛି । ୧୫୦୦ ମତଦାନ କେନ୍ଦ୍ର କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ । ସମୁଦାୟ ୭୦ ହଜାରରୁ ଅଧିକ ପୁଲିଂ କର୍ମଚାରୀ ନିୟୋଜିତ ହେବେ । ୨ ହଜାର ବୁଥ୍ କୁ କ୍ରିଟିକାଲ୍ ବା ସମ୍ବେଦନଶୀଳ ବୁଥ୍ ଭାବେ ନିର୍ବାଚନ କମିଶନଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି ।

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ୩୫ ହଜାର ପୁଲିସ ବ୍ୟବସ୍ଥା ହୋଇଥିବା ଡିଜି ଅରୁଷ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ନିର୍ବାଚନ ହେଉଥିବା ୧୨ ଜିଲ୍ଲାରେ ସେମାନଙ୍କୁ ମୁତୟନ କରାଯିବ । ୧୨୧ କମ୍ପାନୀ ସିଏସଏଫ୍, ୧୨୧ କମ୍ପାନୀ ଓଏସଏପି ରହିବେ । ପ୍ରତି ବିଧାନସଭା କ୍ଷେତ୍ର ଦାୟିତ୍ୱରେ ଜଣେ ଅତିରିକ୍ତ ଏସପି ରହିବେ । ମୋଟ ୪୩ ଏଏସପି, ୯୫ ଡିଏସପି ୨୩୮ ଇନସପେକ୍ଟର, ୨୧୬୦ ଏସଆଇ ଓ ଏଏସଆଇ, ୧୦, ୨୧୨ କନେଷ୍ଟବଳ ଓ ୭ ହଜାର ହୋମଗାର୍ଡ ଦାୟିତ୍ୱରେ ରହିବେ । ଛତିଶଗଡ଼ରୁ ୩୦୦ କନେଷ୍ଟବଳ ଓ ୭୦୦ ହୋମଗାର୍ଡ ମଧ୍ୟ ଆସିଛନ୍ତି । ଅନ୍ୟ ସ୍ଥାନରେ ନିର୍ବାଚନ ସରିବା ପରେ ୨୦ କମ୍ପାନୀ ସିଏପିଏଫ୍ ଆସିଥିବା ଡିଜି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

Previous Post

୨୬ରେ ମାଟ୍ରିକ୍ , ପ୍ଲସ୍ ଟୁ ରେଜଲ୍ଟ

Next Post

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ନବୀନ

Next Post
ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ନବୀନ

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA