Tuesday, June 30, 2026 12:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରୋଚକ ମୋଡରେ ପଦ୍ମପୁର ରାଜନୀତି

by Our Correspondent
29 Nov, 2022- 09:24 PM
in Latest News, News, Politics
1 min read
0
ରୋଚକ ମୋଡରେ ପଦ୍ମପୁର ରାଜନୀତି
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପ୍ରଚାର ମୈଦାନକୁ ଆଜି ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଇକମାଳ ବ୍ଲକ୍ ର ମଣ୍ଡୋସିଲଠାରେ ଏକ ସାଧାରଣ ସଭାରୁ ସେ ତାଙ୍କ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ସିଧାସଳଖ ଟାର୍ଗେଟ୍ କରି ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ମାଗିଛନ୍ତି ।

ନବୀନଙ୍କ ୨୨ ବର୍ଷର ଶାସନକାଳରେ ଓଡ଼ିଶାର କ’ଣ ବିକାଶ ହୋଇଛି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ । ବିଧାନସଭାରେ ରାଜ୍ୟ ସରକାରଙ୍କ ଉତ୍ତରକୁ ଧରି ପ୍ରଶ୍ନବାଣ ଛାଡ଼ିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ, ମହିଳା ସଶକ୍ତିକରଣ କଥା କହି ଆପଣ ବାହାବା ନେଉଛନ୍ତି । ଆପଣ ଗୃହମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ମାତ୍ର ରାଜ୍ୟରେ ମହିଳାଙ୍କ ବିରୋଧରେ ନିର୍ଯ୍ୟାତନା ବଢ଼ିଚାଲିଛି । ୨୦୧୯ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୯,୨୬୧ ଧର୍ଷଣ ମାମଲା ରୁଜୁ ହୋଇଛି । ୨୦୧୯ ରେ ୨୯୫୦ ମାମଲା ଥିଲା ବେଳେ ୨୦୨୦ ରେ ଏହା ୨୯୮୪କୁ ଏବଂ ୨୦୨୧ ରେ ଧର୍ଷଣ ମାମଲା ସଂଖ୍ୟା ୩୩୨୭ କୁ ବଢ଼ିଛି । ରାଜ୍ୟରେ ମହିଳାମାନେ କେତେ ସୁରକ୍ଷିତ ଏଥିରୁ ସ୍ପଷ୍ଟ ପ୍ରତୀୟମାନ ବୋଲି ଧର୍ମେନ୍ଦ୍ର କହିଥିଲେ ।
ସେହିଭଳି ଚାଷୀ ସମସ୍ୟାକୁ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ, ୨୦୧୭-୧୮ ରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ରାଜ୍ୟର ମରୁଡି ପ୍ରପୀଡ଼ିତଙ୍କ କେନ୍ଦ୍ର ସରକାର ୩୬୦ କୋଟି ଟଙ୍କା ଦେଇଥିଲେ । ମାତ୍ର ରାଜ୍ୟ ସରକାର ସେଥିରୁ ୧୭୪ କୋଟି ଟଙ୍କା ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି । ମଣ୍ଡି ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଥିଲେ ମଧ୍ୟ ତାହା କୁଆଡ଼େ ଯାଉଛି? ମିଲରଙ୍କ ସହ ମିଶି ରାଜ୍ୟ ସରକାର ଚାଷୀମାନଙ୍କୁ ଲୁଟୁଛନ୍ତି ବୋଲି ସେ କହିଥିଲେ ।
ପଦ୍ମପୁର ଅଞ୍ଚଳରେ ପାନୀୟ ଜଳ ସମସ୍ୟାଠାରୁ ଆରମ୍ଭ କରି ଦାଦନ ଶ୍ରମିକ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଧର୍ମେନ୍ଦ୍ର ବର୍ଷିବା ସହ ଏହି ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ କୁନା ପୁରୋହିତଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।
ପଦ୍ମପୁର ନିର୍ବାଚନମଣ୍ଡଳୀରେ ଧର୍ମେନ୍ଦ୍ର ଡିସେମ୍ବର ୧ ପର୍ଯ୍ୟନ୍ତ ପ୍ରଚାର କରିବେ । ୩ ତାରିଖରେ ମଧ୍ୟ ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ଅଛି । ସମୁଦାୟ ୪୬ ଟି ସାଧାରଣ ସଭା ଏବଂ ରୋଡ୍ ସୋ କରିବେ ।
ଅନ୍ୟପକ୍ଷରେ ବିଜେଡି ମଧ୍ୟ ପ୍ରଚାରକୁ ଆହୁରି ଜୋରଦାର କରିଛି । ଆସନ୍ତା ୧ ଓ ୨ ତାରିଖରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ତେବେ ଏହାର ସବିଶେଷ ସୂଚନା ମିଳିନାହିଁ ।

କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ବିଭିନ୍ନ ଅଞ୍ଚଳରେ ଜୋରଦାର ପ୍ରଚାର କରିଛନ୍ତି ।
ପଦ୍ମପୁର ପ୍ରଚାର ସରଗରମ ଥିବା ବେଳେ ଗତକାଲି ପଦ୍ମପୁରରେ ଜିଏସଟି ଚଢ଼ଉ ବେଳେ ବିଜେପିର ଗୁଣ୍ଡାଗର୍ଦ୍ଦିକୁ ନେଇ ଆଜି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ସୁନୀଲ ଅଗ୍ରୱାଲ୍ ଙ୍କ କ୍ଲଥ୍ ଷ୍ଟୋର ରେଡ୍ ବେଳେ ବିଜେପି ନେତା ଠାକୁର ରଣଜିତ୍ ଦାସ, ପିଙ୍କି ପ୍ରଧାନ ଏବଂ କାଳିନ୍ଦୀ ସାମଲ ସେଠାରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ଉପସ୍ଥିତିରେ ଜଣେ ଜିଏସଟି ମହିଳା ଅଧିକାରୀଙ୍କୁ ଆକ୍ରମଣ ହୋଇଥିଲା ।
ସେହିଭଳି ଗୋପାଳ ଅଗ୍ରୱାଲଙ୍କ ପ୍ରତିଷ୍ଠାନ ଉପରେ ଜିଏସଟି ଚଢ଼ଉ ଚାଲିଥିବା ବେଳେ ବିଧାୟିକା କୁସୁମ ଟେଟେ ନିଜର ସମର୍ଥକଙ୍କୁ ଧରି ସେଠାରେ ହାଙ୍ଗାମା କରିଥିଲେ । ଜିଏସଟି ଅଧିକାରୀଙ୍କୁ ଧମକାଇଥିଲେ । ବିଧାୟକଙ୍କ ବିରୋଧରେ ଜିଏସଟି ଅଧିକାରୀ ଥାନାରେ ଏତଲା ଦେଇଛନ୍ତି । ଗୁଣ୍ଡା ଗର୍ଦ୍ଦିରେ ମାତିଥିବା ଏହି ନେତାମାନଙ୍କୁ ପଦ୍ମପୁରରୁ ତଡ଼ିପାର କରିବାକୁ ବିଜେଡି ପ୍ରତିନିଧି ଦଳ ନିର୍ବାଚନ କମିସନଙ୍କ ପାଖରେ ଦାବି କରିଛନ୍ତି ।

ଏଥିସହ ଗତକାଲି ଝାରବନ୍ଧ ବ୍ଲକ୍ ରେ ରଚାଯାଇଥିବା ମିଛ ଅପହରଣ ନାଟକର ନାୟକ ଦିଲ୍ଲୀପ ସେନାପତିଙ୍କ ଅପରାଧିକ ରେକର୍ଡ ଖୁଲାସା କରିଛି ବିଜେଡି । ସୁନ୍ଦରଗଡର ଏହି ବିଜେପି ନେତାଙ୍କ ନାଁରେ ହତ୍ୟା, ଧର୍ଷଣ, ଅପହରଣ, ନିଶା କାରବାର, ସ୍ମଗଲିଂ, ଡକାଏତି, ଦଳିତଙ୍କ ବିରୋଧରେ ନିର୍ଯ୍ୟାତନା ଭଳି ସଙ୍ଗୀନ ମାମଲା ରହିଛି । ପଦ୍ମପୁରରେ ଏଭଳି ନେତାଙ୍କୁ ଲଗାଇ ଭୟର ବାତାବରଣ ସୃଷ୍ଟି କରାଯାଇଛି ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ଏହି ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିସନଙ୍କ ପାଖରେ ଦାବି କରାଯାଇଛି ।
Previous Post

ମିଶନ ଶକ୍ତି ମହିଳାଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ

Next Post

ପ୍ରତିଶ୍ରୁତି ପାଳନ କଲେ ମୁଖ୍ୟମନ୍ତ୍ରୀ

Next Post
ପ୍ରତିଶ୍ରୁତି ପାଳନ କଲେ ମୁଖ୍ୟମନ୍ତ୍ରୀ

ପ୍ରତିଶ୍ରୁତି ପାଳନ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA