Friday, April 17, 2026 04:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧୨୦ ଘଣ୍ଟାର ‘ଅପରେସନ୍ ହାଇଦର’

ହାଇଦରକୁ କଟକ ଅଣାଗଲା

by Our Correspondent
16 Apr, 2021- 12:36 PM
in Latest News, News
1 min read
0
୧୨୦ ଘଣ୍ଟାର ‘ଅପରେସନ୍ ହାଇଦର’

ଭୁବନେଶ୍ୱର: ମୋଷ୍ଟ ୱାଣ୍ଟେଡ୍ ହାଇଦରକୁ ଆଜି ସକାଳେ ବିମାନ ଯୋଗେ ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଇଛି । ସିଧାସଳଖ ତାକୁ କଟକ ନିଆଯାଇ ଡିସିପି ଅଫିସ୍ ରେ ଜେରା ଚାଲିଛି । ଏସସିବିରୁ ଫେରାର ପଛରେ କେଉଁମାନେ ତାକୁ ସହଯୋଗ କରିଥିଲେ ଏବଂ କିଭଳି ତେଲେଙ୍ଗାନା ଗଲା ପୁଲିସ ସେହି ତଥ୍ୟ ଓଗାଳିବ । ଅପରାହ୍ନରେ କଟକ ଜେଏମସି କୋର୍ଟରେ ତାକୁ ହାଜର କରି ରିମାଣ୍ଡରେ ଆଣିବା ଯୋଜନା ରଖିଛି କମିଶନରେଟ୍ ପୁଲିସ ।

୧୨୦ ଘଣ୍ଟାର ‘ଅପରେସନ୍ ହାଇଦର’ କୁ ମିଳିଛି ସଫଳତା । ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଚମକପ୍ରଦ କାହାଣୀ ବର୍ଣ୍ଣନା କରିଛନ୍ତି ପୁଲିସି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

କଟକ ଏସସିବିରେ ଚିକିତ୍ସିତ ହେଉଥିବା ହାଇଦର ତା’ର ସୁରକ୍ଷାକର୍ମୀଙ୍କୁ ନିଶା ଖୁଆଇ ୧୦ ତାରିଖ ଅପରାହ୍ନ ୪ଟାରୁ ସାଢ଼େ ୪ଟା ମଧ୍ୟରେ ଚମ୍ପଟ୍ ମାରିଥିଲା । କମିଶନରେଟ୍ ପୁଲିସ ପାଖରେ ଏହି ଖବର ପହଞ୍ଚିଲା ବେଳକୁ ସଂଧ୍ୟା ୭ଟା ପାର୍ ହୋଇଯାଇଥିଲା । ଖବର ପାଇଲା ମାତ୍ରେ କଟକ ଡିସିପିଙ୍କ ପୂରା ୟୁନିଟ୍ ସଜାଗ ହୋଇଗଲା । ଏତେବଡ଼ ଦୁର୍ଦ୍ଦାନ୍ତ ଅପରାଧୀ କୁଆଡ଼େ ଯାଇଥାଇପାରେ ତାହାର ଅତୀତ ରେକର୍ଡ, ଅପରାଧିକ ଲିଙ୍କ୍, ପରିବାର ଆଦି ଅନୁଧ୍ୟାନ କରି ଛାନଭିନ୍ ହେଲା ।

ଅତୀତରେ ମହାରାଷ୍ଟ୍ରରୁ ଧରାପଡ଼ିଥିବାରୁ ସେ ରାଜ୍ୟ ବାହାରକୁ ଚାଲିଯାଇ ଥାଇପାରେ ବୋଲି ପ୍ରଥମ ଅନୁମାନ କରାଗଲା । ସେଥିପାଇଁ ଚାରିଟି ସ୍ୱତନ୍ତ୍ର ଟିମ୍ କୁ ତୁରନ୍ତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାକୁ ପଠାଗଲା । ସେମାନଙ୍କର ଫିଜିକାଲ୍ କ୍ଲୁ ଆଣିବା ଉଦ୍ୟମ ପଛରେ ଟେକନିକାଲ୍ କ୍ଲୁ ଏବଂ ଟେକନିକାଲ୍ ଆନାଲିସିସ୍ ର ସହଯୋଗ ନିଆଯାଉଥିଲା । ଏପଟେ ହାଇଦରକୁ ଜାଣିଥିବା ଅନେକ ଲୋକ ଏବଂ କିଛି ସହଯୋଗୀଙ୍କୁ ପଚରାଉଚୁରା କରାଯାଉଥିଲା ।

ଏହି ତଦନ୍ତ ଅବସ୍ଥାରେ ପରଦିନ ଅର୍ଥାତ୍ ୧୧ ତାରିଖ ଦିନ ପୁଲିସକୁ ଏକ ସୂଚନା ମିଳିଥିଲା କି ହାଇଦର ଆନ୍ଧ୍ର ଦେଇ ତେଲେଙ୍ଗାନା ପଟକୁ ପଳାଇ ଯାଇଛି । ଏହି ସୂଚନା ଆଧାରରେ ସେହି ରାତିରେ ବାଦାମବାଡି ଆଇଆଇସିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ତେଲେଙ୍ଗାନାରେ ପହଞ୍ଚିଥିଲା ବେଳେ ପରଦିନ ସକାଳେ ଚାଉଳିଆଗଞ୍ଜ ଆଇଆଇସିଙ୍କ ନେତୃତ୍ୱରେ ଆଉ ଏକ ଟିମ୍ ସେଠାରେ ପହଞ୍ଚିଥିଲା । ସେତେବେଳକୁ ହାଇଦର ତେଲେଙ୍ଗାନାକୁ ପଳାଇ ଯାଇଥିବା ପୁଲିସ୍ ନିଶ୍ଚିତ ହୋଇସାରିଥିଲା ।

ନିର୍ଦ୍ଦିଷ୍ଟ ଭାବେ ହାଇଦର କେଉଁଠି ଅଛି ଖୋଜି ବାହାର କରିବା କାମରେ ଲାଗିଗଲେ ଦୁଇଟି ଯାକ ଟିମ୍ । ସେଥିପାଇଁ ଟେକନିକାଲ୍ ସର୍ଭେଲାନସ୍ ଟିମ୍ ଏବଂ ସାଇବର ଟିମ୍ ର ସହାୟତା ନିଆଯାଉଥିଲା । ଯାହାର ନେତୃତ୍ୱ ନେଇଥିଲେ କଟକ ଡିସିପି ପ୍ରତୀକ ସିଂ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ହାଇଦର ଥିବା ଖବର ମିଳିିବା ପରେ ତା’ ପାଖରେ ପହଞ୍ଚିଥିବା ପାଇଁ ଦୁଇ ଆଇଆଇସିଙ୍କ ନେତୃତ୍ୱରେ ୧୩, ୧୪ ଓ ୧୫ ତାରିଖ ତିନି ଦିନ ଧରି ଅପରେସନ୍ ଚାଲିଲା । ହାଇଦ୍ରାବାଦ ପୁଲିସର ଗୋଟେ ଟିମ୍ ଏବଂ ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲା ପୁଲିସର ଏକ ଟିମ୍ ର ମଧ୍ୟ ସହଯୋଗ ନିଆଗଲା ।

ଗତକାଲି ଗ୍ରାଉଣ୍ଡ ଜିରୋରୁ ସ୍ପଷ୍ଟ ସୂଚନା ମିଳିଲା ପରେ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ତାକୁ ଜଗିଥିଲେ । ହାଇଦର ଏକ ମଟରସାଇକେଲରେ ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ବାଦାମବାଡି ଆଇଆଇସି ରଶ୍ମି ମହାପାତ୍ର ତାକୁ କାବୁ କରି ନେଇଥିଲେ ।

ବିଳମ୍ବିତ ରାତିରେ ହାଇଦରକୁ ସ୍ଥାନୀୟ ଜାହିରାବାଦ କୋର୍ଟରେ ହାଜର କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଆଜି ସକାଳେ ତାକୁ ହାଇଦ୍ରାବାଦରୁ ବିମାନଯୋଗେ ଭୁବନେଶ୍ୱର ଅଣାଯାଇଥିଲା ଏବଂ ଭୁବନେଶ୍ୱରରୁ ସିଧା କଟକ ଡିସିପି ଅଫିସ ନିଆଯାଇଥିଲା ।

Previous Post

ତେଲେଙ୍ଗାନାରୁ ଧରାପଡ଼ିଲା ହାଇଦର

Next Post

ଶନିବାର, ରବିବାର ଶ୍ରୀମନ୍ଦିର ବନ୍ଦ

Next Post
ଶନିବାର, ରବିବାର ଶ୍ରୀମନ୍ଦିର ବନ୍ଦ

ଶନିବାର, ରବିବାର ଶ୍ରୀମନ୍ଦିର ବନ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA