Wednesday, April 22, 2026 06:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୋର ସଚିବ ପାଣ୍ଡିଆନ ବାବୁଙ୍କୁ ମୁଁ ପଠେଇଛି: ମୁଖ୍ୟମନ୍ତ୍ରୀ

ବରଗଡ଼ରେ ନବୀନଙ୍କ ଅଡିଓ ଟେପ୍ ଶୁଣାଇଲେ ପାଣ୍ଡିଆନ

by Our Correspondent
26 Jun, 2023- 09:30 PM
in Latest News, News
1 min read
0
ମୋର ସଚିବ ପାଣ୍ଡିଆନ ବାବୁଙ୍କୁ ମୁଁ ପଠେଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଆକ୍ରମଣ ଜାରି ରଖିଥିଲା ବେଳେ ଆଜି ଏଥିରେ ରୋଚକ ମୋଡ଼ ଆସିଛି । ବରଗଡ଼ ଜିଲ୍ଲାଗସ୍ତରେ ଥିବା ପାଣ୍ଡିଆନଙ୍କ ହାତରେ ଖୋଦ୍ ମୁଖ୍ୟମନ୍ତ୍ରୀ ଏକ ଅଡିଓ ଛାଡ଼ି ମୁଁ ୟାଙ୍କୁ ଆପଣମାନଙ୍କ ପାଖକୁ ପଠାଇଛି ବୋଲି ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି । ନିଜ ସଚିବଙ୍କ ବିରୋଧରେ ଅପପ୍ରଚାର ରୋକିବାକୁ ମୁଖ୍ୟମନ୍ତ୍ରୀ ଏହି ଅଡିଓ ଜରିଆରେ ବସ୍ତୁତଃ ଆଗକୁ ଆସିଛନ୍ତି ।

ବରଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ଶ୍ରୀ ପାଣ୍ଡିଆନ ଆଜି ମିଶନ ଶକ୍ତି ମା’ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଅଡିଓ ବାର୍ତ୍ତା ତାଙ୍କ ମୋବାଇଲରୁ ଶୁଣାଇଥିଲେ । ଏହି ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜୁହାର ଜଣାଇ କହିଛନ୍ତି ଯେ ଆପଣମାନେ ଭଲ କାମ କରନ୍ତୁ । ମୁଁ ଆପଣମାନଙ୍କୁ ସାହାଯ୍ୟ କରିବି । ଆପଣମାନଙ୍କ ସୁଖଦୁଃଖ ଓ ସମସ୍ୟା ବୁଝିବା ପାଇଁ ମୁଁ ମୋର ସଚିବ ପାଣ୍ଡିଆନ ବାବୁଙ୍କୁ ପଠାଇଛି । ଆପଣମାନଙ୍କ ସମସ୍ୟାକୁ ମୁଁ ଦୂର କରିବି ।

ପାଣ୍ଡିଆନଙ୍କ ହାତରେ ମୁଖ୍ୟମନ୍ତ୍ରୀଙ୍କ ଏହି ଅଡିଓ ବାର୍ତ୍ତା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ଆରମ୍ଭ କରି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ । ଜିଲ୍ଲାଗସ୍ତ କରି ସଭାସମିତି କରିବା ଏବଂ ପ୍ୟାକେଜ୍ ଘୋଷଣା କରିବାରେ ୫-ଟି ସଚିବଙ୍କ ଅଧିକାରକୁ ନେଇ ପ୍ରଶ୍ନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଦୁଇଧାଡ଼ିଆ ବାର୍ତ୍ତାରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ସାଙ୍ଗକୁ ବରଗଡ଼ରେ ଶ୍ରୀ ପାଣ୍ଡିଆନଙ୍କ ଭାଷଣ ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ସେ ତାଙ୍କ ଉଦବୋଧନରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଖକୁ ପଠାଇଛନ୍ତି । ସେ ଆମକୁ ନିର୍ଦ୍ଦେଶ ଦେଇଛନ୍ତି- ଖରା ହେଉ କି ବର୍ଷା ହେଉ, ଲୋକଙ୍କ ପାଖକୁ ଯାଅ । ଲୋକଙ୍କ ସମସ୍ୟା ବୁଝ । କେମିତି ସମାଧାନ ହେବ, ତାହାର ବାଟ ଆମେ ବାହାର କରିବା । ସେଥିପାଇଁ ଏ ବର୍ଷରେ ବି ଆମେ ଏଠାକୁ ଆସିଛୁ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅଭିନବ କାର୍ଯ୍ୟକ୍ରମ ମିଶନ ଶକ୍ତିଠାରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଶ୍ରୀ ପାଣ୍ଡିଆନ ମା’ ମାନଙ୍କୁ ବିଶଦ ଭାବେ ବୁଝାଇଥିଲେ ।

ଖାଲି ସେତିକି ନୁହେଁ, ପାଣ୍ଡିଆନଙ୍କ ପ୍ରଥମ ଦିନର ବରଗଡ଼ ଜିଲ୍ଲାଗସ୍ତ ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂଧ୍ୟାରେ ଏହି ଗସ୍ତ ସଂକ୍ରାନ୍ତରେ ଏକ ପ୍ରେସ୍ ରିଲିଜ ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ହିଁ ସେ ଜିଲ୍ଲା ଗସ୍ତ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ସେଥିରେ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି । ବରଗଡ଼ରେ ୫-ଟି ସଚିବଙ୍କ କାର୍ଯ୍ୟକ୍ରମର ସେଥିରେ ବିସ୍ତୃତ ସୂଚନା ଦିଆଯାଇଛି । ଡିସେମ୍ବର ସୁଦ୍ଧା ବରଗଡ଼ରେ କ୍ୟାନସର ହସ୍ପିଟାଲ୍ ନିର୍ମାଣ ଶେଷ, ଜିଲ୍ଲାର ୫୬ ଟି କଲେଜ ଏବଂ ମାଧ୍ୟମିକ ସ୍କୁଲର ରୂପାନ୍ତରଣ ହେବ ବୋଲି କୁହାଯାଇଛି । ପ୍ରବଳ ବର୍ଷା ସତ୍ତ୍ୱେ ୫-ଟି ସଚିବଙ୍କ ଅଭିଯୋଗ ଶୁଣାଣିରେ ପ୍ରବଳ ଜନସମାଗମ ହୋଇଥିଲା ବୋଲି ପ୍ରେସ୍ ରିଲିଜ୍ ରେ କୁହାଯାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଜି ୫-ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏକ ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କରିଥିଲେ । ଏପଟେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ମଧ୍ୟ ୫-ଟି ସଚିବଙ୍କ ଉପରେ ବର୍ଷି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ।

 

Previous Post

ଭୟଙ୍କର, ହୃଦୟ ବିଦାରକ ଦୁର୍ଘଟଣା

Next Post

ଲାଞ୍ଚୁଆ ପ୍ରଶାନ୍ତ ରାଉତ ଚାକିରିରୁ ବିଦା

Next Post
ଲାଞ୍ଚୁଆ ପ୍ରଶାନ୍ତ ରାଉତ ଚାକିରିରୁ ବିଦା

ଲାଞ୍ଚୁଆ ପ୍ରଶାନ୍ତ ରାଉତ ଚାକିରିରୁ ବିଦା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA