ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି । ମୋଟ ୨୪ ଜଣ ଅଧିକାରୀଙ୍କର ବଦଳି ହୋଇଛି । ଏଥିରେ ୧୧ ଜିଲ୍ଲାପାଳ ଅଛନ୍ତି । ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ କମିସନର ମଧ୍ୟ ବଦଳିଛନ୍ତି । ତେବେ ସଚିବସ୍ତରରେ ବଦଳି ହୋଇନାହିଁ ।
ଆଇଏଏସ୍ ବଦଳି ତାଲିକା
ସୁଧାଂଶୁ ମୋହନ ସାମଲ- ଯୁଗ୍ମ ସଚିବ, ଜଳସମ୍ପଦ ବିଭାଗ
ଡକ୍ଟର ବୃନ୍ଦା ଡି- ଏମଡି, ରାଜ୍ୟ ଔଷଧ ନିଗମ
ପ୍ରେମ ଚନ୍ଦ୍ର ଚୌଧୁରୀ- ନିର୍ଦ୍ଦେଶକ, କୃଷି ଏବଂ ଖାଦ୍ୟ ଉତ୍ପାଦନ
କେ.ସୁଦର୍ଶନ ଚକ୍ରବର୍ତ୍ତୀ- ଖୋର୍ଦ୍ଧା ଜିଲ୍ଲାପାଳ
ସଂଗ୍ରାମ କେଶରୀ ମହାପାତ୍ର- ପ୍ରକଳ୍ପ ନିର୍ଦ୍ଦେଶକ, ଓଏଭି
ନିଖିଲ ପବନ କଲ୍ୟାଣ- କମିସନର, କଟକ ମହାନଗ ନିଗମ
କୁଲାଙ୍ଗା ବିଜୟ ଅମୃତା- କମିସନର, ଭୁବନେଶ୍ୱର ମହାନଗର ନିଗମ
ମଧୁସ୍ମିତା ସାହୁ- ଯୁଗ୍ମ ସଚିବ, ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ
ଡ. ଗଭାଲି ପରାଗ ହର୍ଷଦ- ସୁନ୍ଦରଗଡ଼ ଜିଲ୍ଲାପାଳ
ସ୍ୱଧା ଦେବ ସିଂହ-ରାୟଗଡ଼ା ଜିଲ୍ଲାପାଳ
ସରୋଜ କୁମାର ମିଶ୍ର- ସ୍ୱତନ୍ତ୍ର ସଚିବ, ଅର୍ଥ ଏବଂ ଗୃହ(ପ୍ରୋଟୋକଲ)
ଅନନ୍ୟା ଦାସ- ସମ୍ବଲପୁର ଜିଲ୍ଲାପାଳ
ଦିବ୍ୟଜ୍ୟୋତି ପରିଡ଼ା- ଗଞ୍ଜାମ ଜିଲ୍ଲାପାଳ
ସିଦେ୍ଦଶ୍ୱର ବଳିରାମ ବୋନ୍ଦାର- ଭଦ୍ରକ ଜିଲ୍ଲାପାଳ
ତ୍ରିଲୋଚନ ମାଝୀ- ସ୍ୱତନ୍ତ୍ର ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ
ଦତ୍ତାତ୍ରୟ ଭାଉସାହେବ ସିନ୍ଦେ- ବାଲେଶ୍ୱର ଜିଲ୍ଲାପାଳ
ସୋମେଶ କୁମାର ଉପାଧ୍ୟାୟ- ଦେବଗଡ଼ ଜିଲ୍ଲାପାଳ
ପି.ଅବନେଶା ରେଡ୍ଡି- କଳାହାଣ୍ଡି ଜିଲ୍ଲାପାଳ
ପାଟିଲ ଆଶିଷ ଇଶ୍ୱର- କନ୍ଧମାଳ ଜିଲ୍ଲାପାଳ
ହେମ କାନ୍ତ ସେ- ନୂଆପଡ଼ା ଜିଲ୍ଲାପାଳ
କୀର୍ତ୍ତି ଭାସନ ଭି- ପିଡି ଡିଆରଡିଏ, ଗଞ୍ଜାମ
ସୂର୍ଯ୍ୟବାଂଶୀ ମୟୁର ବିକାଶ- ଅତିରିକ୍ତ କମିସନର, ବିଏମସି
ଜେ.ସୋନାଲ- କମିସନର, ବ୍ରହ୍ମପୁର ମହାନଗର ନିଗମ
ଅଗ୍ରୱାଲ ଅକ୍ଷୟ ସୁନୀଲ- ଅଣ୍ଡର ସେକ୍ରେଟାରୀ, ସାଧାରଣ ପ୍ରଶାସନ