Friday, April 17, 2026 08:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାତ ପୁରୁଷ ପାଇଁ ଲୁଟିଛନ୍ତି ଆଇଏଫଏସ୍ ବାବୁ

ବାପ ଏକ ନମ୍ବରୀ, ପୁଅ ଦଶ ନମ୍ବରୀ

by Our Correspondent
26 Nov, 2020- 10:50 PM
in Latest News, News
1 min read
0
ସାତ ପୁରୁଷ ପାଇଁ ଲୁଟିଛନ୍ତି ଆଇଏଫଏସ୍ ବାବୁ

ଭୁବନେଶ୍ୱର: ଜଙ୍ଗଲ ବିଭାଗର ଅତିରିକ୍ତ ସିସିସିଏଫ୍ ବିହାରୀ ବାବୁ ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଭାରରେ ଭିଜିଲାନସ୍ ଅଧିକାରୀମାନେ ଥକିଗଲେଣି । ଗତକାଲି ସକାଳୁ ଭୁବନେଶ୍ୱରର ୫ଟି ସ୍ଥାନ ସମେତ ୪ ରାଜ୍ୟର ୧୨ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି ୧୫୦ ଜଣିଆ ଟିମ୍ । ଯୁଆଡେ ହାତ ବୁଲାଇଲେ ମିଳୁଛି ପୁଳା ପୁଳା ସମ୍ପତ୍ତି । ଆଲିସାନ୍ ଘର, ଦାମୀ କାର୍, ଭ୍ରମଣ ପାଇଁ ବ୍ୟବହୃତ ଚାର୍ଟର ପ୍ଲେନ୍ ଟିକେଟ୍ ସାଙ୍ଗକୁ ନଗଦ ଲକ୍ଷ ଲକ୍ଷ ଟଙ୍କା । ଘରର ଆସବାବପତ୍ର ଗୁଡ଼ିକ ଏତେ ଦାମୀ ଯେ ସତେ ଯେମିତି ମହୁ ଝରୁଛି ।

ମୁମ୍ବାଇରେ ପୁଅ ଆକାଶ ବି ରାଜକୀୟ ଜୀବନ କାଟୁଛି । ଟଙ୍କା ଚଳୁ କରିବାର କଳା ବାପାଙ୍କଠାରୁ ଶିଖିଯାଇଛି । ବାପାଠାରୁ ଅଧିକ ଧୂରନ୍ଧର ବୋଲି ନିଜକୁ ପ୍ରମାଣିତ କରିଦେଇଛି । ବିଟେକ୍ ପାସ୍ କରିଥିବା ଏହି ପୁଅ ପାଇଁ ପୁନେରେ ୫ ଲକ୍ଷ ଟଙ୍କା ଭଡ଼ାରେ ଫ୍ଲାଟ୍ ଯୋଗାଇ ଦେଇଥିଲେ । ଏକ ଫାର୍ମ ହାଉସ୍ ବି ଲିଜ୍ ରେ ନେଇଥିଲେ । ସେଠାରେ ପୁଅ ସାଙ୍ଗରେ ଅଧିକାଂଶ ସମୟ କଟୁଥିଲା ପାଠକ ପରିବାର ସଦସ୍ୟଙ୍କର ।

ବାପାର କଳାଟଙ୍କାରେ ଅୟସ କରୁ କରୁ ନିଜେ ବି ଲୋକଙ୍କୁ ଠକି କଳାଟଙ୍କା ରୋଜଗାରର ଗଳାବାଟ ପାଇଗଲା । ନିଜକୁ ଟାଟା ମୋଟର୍ସ ଟ୍ରାନ୍ସପୋର୍ଟ ଡିଭିଜନର ଏମଡି ପରିଚୟ ଦେଇ ବେକାର ଯୁବକଙ୍କୁ ଚାକିରି ଦେବାକୁ କହି ଲୁଟୁଥିଲା । ଏତେ ଧୂର୍ତ୍ତ ଯେ ଟାଟା ମୋଟର୍ସ ଲୋଗୋକୁ ନକଲ କରି ଜାଲ୍ ଇ-ମେଲ୍ ଆଇଡି ତିଆରି କରିଥିଲା । କମ୍ପାନୀ ପକ୍ଷରୁ ଆକାଶ ନାଁରେ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ମାମଲା ରୁଜୁ ହୋଇଛି । ଭିଜିଲାନସ୍ ର ଏକ ସ୍ୱତନ୍ତ୍ର ଟିମ୍ ତାକୁ ମୁମ୍ବାଇରୁ ଆଜି ରାତିରେ ଭୁବନେଶ୍ୱର ଆଣି ପଚରାଉଚୁରା ଆରମ୍ଭ କରିଛନ୍ତି ।

ଜଣେ ସରକାରୀ ଅଧିକାରୀଙ୍କଠାରୁ ଏତେ ବିପୁଳ ପରିମାଣର ଅମାପ ସମ୍ପତ୍ତି ଠାବ ହେବା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଏତେ ଟଙ୍କା ଯେ ଡ୍ରାଇଭର ଘରେ ବି ରଖିବାକୁ ପଛାଇ ନାହାନ୍ତି । ଡ୍ରାଇଭର ଘରୁ ମିଳିଛି ନଗଦ ୨୦ ଲକ୍ଷ ଟଙ୍କା । ପୁତୁରା ପାଖରୁ ମିଳିଛି ୫୦ ଲକ୍ଷ ଟଙ୍କା । ୟୁନିଟ୍-୯ ସ୍ଥିତ ସରକାରୀ ବଙ୍ଗଳାରୁ ମିଳିଛି କେଜିଏ ସୁନା । ନଗଦ ଟଙ୍କାଠାରୁ ଆରମ୍ଭ କରି ଗହଣା, ବ୍ୟାଙ୍କ ବାଲାନ୍ସ , ଗହଣା ଏତେ ବାହାରୁଛି ଯେ ତାକୁ ଆକଳନ କରିବା କାଠିକର ହୋଇପଡ଼ିଛି ।

୧୯୮୭ ବ୍ୟାଚ୍ ର ଆଇଏଫଏସ୍ ବାବୁ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି । ଭୁବନେଶ୍ୱରରେ ଆଲିସାନ୍ ଫ୍ଲାଟ୍, ପାଟନାରେ ବିଶାଳ କୋଠା, ପୁନେରେ ଫାର୍ମ ହାଉସ୍ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଆହୁରି ଅନେକ ଫ୍ଲଟ୍ ଓ ପ୍ଲଟ୍ ରହିଛି ତାଙ୍କର । ଘାଟିକିଆ ବିପୁଲ ଗାର୍ଡେନ୍ ରେ ଥିବା ଫ୍ଲାଟ୍ ରେ ଇଟାଲିଅନ୍ ମାର୍ବଲ ଲାଗିଛି । ବେଡରୁମ୍ ରେ ହାତୀ ଦାନ୍ତ ଲାଗିଥିବା ପଲଙ୍କ ପଡ଼ିଛି । ଯାହାର ଦାମ୍ ୬୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି ।

ଭୁବନେଶ୍ୱର ସରକାରୀ ବଙ୍ଗଳାକୁ ବି ପ୍ୟାଲେସ୍ କରିଦେଇଛନ୍ତି ବାବୁ ଅଭୟ ପାଠକ । ବଙ୍ଗଳା ଭିତରେ ଧାଡ଼ି ହୋଇ ଛିଡ଼ା ହୋଇଛି ମର୍ସିଡିଜ୍, ବିଏମଡବ୍ଲୁ, ହାରିଅର୍ ଭଳି ଦାମୀ କାର୍ । ସରକାରୀ ଟଙ୍କାକୁ ଚଳୁ କରି ନିଜେ କୋଟି କୋଟି ଟଙ୍କାର ମାଲିକ ବନିଥିବା ଏହି ବାବୁ ନିଜ ପରିବାର ସହ ରାଜକୀୟ ଜୀବନ ବିତାଉଥିବା ଦେଖିବାକୁ ମିଳିଛି ।

ଲକଡାଉନ୍ ବେଳେ ଲୋକେ ଜୀବନ ଓ ଜୀବିକା ସହ ସଂଘର୍ଷ କରି ଭୋକ ଓପାସରେ ଜୀବନ କାଟୁଥିବା ବେଳେ ଏହି ବାବୁ ନିଜ ପରିବାରକୁ ଧରି ଚାର୍ଟର ପ୍ଲେନ୍ ରେ ଦେଶ ବୁଲୁଥିଲେ । ଥରେ କି ଦୁଇଥର ନୁହେଁ, ୨୦ ଥର ଯାଇଛନ୍ତି ଭ୍ରମଣରେ । ଏ ବାବଦରେ ସାଢ଼େ ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଟଙ୍କା ବଳରେ ଆକାଶରେ ଉଡ଼ିବାର ମୋହ ପାଇଥିବା ପାଠକ ପରିବାର ପୂର୍ବରୁ ଅନେକଥର ବିଦେଶ ଭ୍ରମଣ କରିଛନ୍ତି ।

ବିପୁଳ ଟଙ୍କାକୁ ଖର୍ଚ୍ଚ କରି ପାରୁ ନ ଥିବା ପୁଅ ଆକାଶ ପାଠକ ନିଜ ପାଖରେ ୪ ବାଉନ୍ସର୍ ରଖିଥିଲା ବେଳେ ପ୍ରେମିକାଙ୍କ ପାଇଁ ୬ ବାଉନ୍ସର ଯୋଗାଇଥିଲା ।

ଚଢ଼ଉ ଜାରି ରହିଥିବାରୁ ଅଭୟ ପାଠକଙ୍କ ମୋଟ ସମ୍ପତ୍ତି ଆକଳନ କରାଯାଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କର ଆୟଠାରୁ ବ୍ୟୟ ୨୦୦୦ ଗୁଣା ଅଧିକ ବୋଲି ଆକଳନ ହୋଇଥିବା ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ଆସନ୍ତାକାଲି ଚଢ଼ାଉ ଜାରି ରହିବ । ଚଢ଼ଉ ସରିଲା ପରେ ଯାଇ ତାଙ୍କ ପ୍ରକୃତ ସମ୍ପତ୍ତି ପରିମାଣର ହିସାବ ମିଳିବ ବୋଲି ସେ କହିଛନ୍ତି ।

ବିଜେଡ଼ି ବିଧାୟକଙ୍କ ଝିଅ ସାଙ୍ଗେ ହୋଇଥାନ୍ତା ଆକାଶର ବାହାଘର

ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକଙ୍କ ଝିଅ ସାଙ୍ଗେ ଅଭୟ ଠାକୁରଙ୍କ ପୁଅ ଆକାଶର ବାହାଘର ସ୍ଥିର ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଏବଂ ଆସନ୍ତା ଡିସେମ୍ବର ୧୧ତାରିଖରେ ହାତଗଣ୍ଠି ପଡିଥାଆନ୍ତା । ସେଥିପାଇଁ ଭବ୍ୟ ପ୍ରସ୍ତୁତି ସରିଥିଲା । ରାଜସ୍ଥାନର ଉଦୟପୁରର ଏକ ପ୍ୟାଲେସରେ ବାହାଘର ପାଇଁ ବୁକିଂ ସରିଥିଲା । ବରଯାତ୍ରୀଙ୍କୁ ନେବା ପାଇଁ ବିମାନ ମଧ୍ୟ ବୁକ୍ ହୋଇଥିଲା । ଏସବୁ ବାବଦରେ ୨ କୋଟି ଟଙ୍କାର ବିଲ୍ ଭିଜିଲାନସ୍ ହାତରେ ପଡ଼ିଛି । ରାଜସ୍ଥାନରେ ସମସ୍ତେ ଯୋଗଦେବା ସମ୍ଭବ ନ ଥିବାରୁ ଭୁବନେଶ୍ୱରର ଏକ ତାରକା ହୋଟେଲ୍ ରେ ବିବାହ ପୂର୍ବରୁ ଲମ୍ବା ପାର୍ଟି ଦିଆଯାଇଥିବା ଜଣାପଡ଼ିଛି । ୭ ଦିନ ଧରି ଚାଲିଥିବା ଏହି ଭୋଜିରେ ଉଭୟ ପକ୍ଷର ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଯୋଗଦେଇଥିଲେ । ଏ ବାବଦରେ ଗୁଡ଼ାଏ ଟଙ୍କା ଖର୍ଚ୍ଚ ହୋଇଥିବା ଭିଜିଲାନସ୍ ଜାଣିବାକୁ ପାଇଛି ।

Continue Reading
Previous Post

ପରୀ ମୃତ୍ୟୁ ମାମଲାରେ ତେଜିଲା ରାଜନୀତି

Next Post

ମନ୍ତ୍ରୀଙ୍କ ଇସ୍ତଫା ଜିଦ୍ ରେ ବିରୋଧୀ ଦଳ

Next Post
ମନ୍ତ୍ରୀଙ୍କ ଇସ୍ତଫା ଜିଦ୍ ରେ ବିରୋଧୀ ଦଳ

ମନ୍ତ୍ରୀଙ୍କ ଇସ୍ତଫା ଜିଦ୍ ରେ ବିରୋଧୀ ଦଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA