ଭୁବନେଶ୍ୱର: ୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଇନ୍ଦିରାଗାନ୍ଧୀ ପାର୍କସ୍ଥିତ ଇନ୍ଦିରାପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ୍ ପକ୍ଷରୁ ଏହାର ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଆଧ୍ୟାତ୍ମିକବାଦୀ ସ୍ୱାମୀଜୀ ନିତ୍ୟାନନ୍ଦ ସାହୁ ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇ ସ୍ୱାଧୀନତା ଦିବସର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମର୍ଣ୍ଣିଂ ୱାକର୍ସ ଆସୋସିଏସନର ଆବାହକ ତଥା କ୍ରୀଡ଼ା ସଂଗଠକ ଶକ୍ତିରଂଜନ ମହାନ୍ତି ଏବଂ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସଚିବାଳୟ କର୍ମଚାରୀ ନେତା ପତିତପାବନ ନାଥଶର୍ମା, ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ଦାସ, ପ୍ରବୀର କୁମାର ଦାସ, ଦିଲ୍ଲୀପ କୁମାର ପାଢୀ, ସିଦ୍ଧାର୍ଥ ସାମଲ, ଅନୀଲ ପଣ୍ଡା, ମୋହନ ପ୍ରଧାନ, ଲିପନ୍ ସାହୁ, ବିରଞ୍ଚô ପାତ୍ର, ଅଶୋକ ଦାସ, ପଞ୍ଚାନନ ନାୟକ, ହେମନ୍ତ ମହାନ୍ତି, ହିତେନ୍ଦ୍ର ନାରାୟଣ ମହାନ୍ତି, ଦୀନେଶ ପାଠକ, ଅଜିତ୍ ଦାଶ, ବିକ୍ରମ କେଶରୀ ପାତ୍ର, ପ୍ରଦୀପ କୁମାର ଦାଶ, ସ୍ମୃତିରଂଜନ ମହାନ୍ତି, ରାଜେଶ ଦାସ, ପ୍ରତାପ ଜେନା, ମନ୍ମଥ କୁମାର ସାମଲ, ଜିତେନ୍ଦ୍ର କୁମାର କର, ନିଳୟ ଘୋଷ, ପବିତ୍ର ପଟ୍ଟନାୟକ ଓ ଆଇ.ଜି.ପାର୍କ ସୁରକ୍ଷା ଅଧିକାରୀ ବେଣୁଧର ମଲ୍ଲିକ ପ୍ରମୁଖ ଶତାଧିକ ମର୍ଣ୍ଣିଂ ୱାକର୍ସ ଆସୋସିଏସନର ସଦସ୍ୟମାନେ ଯୋଗଦେଇ ଜାତୀୟ ସଂଗୀତ ଗାନ କରିବା ସହିତ ବନ୍ଦେ ମାତରମ୍ ଓ ଭାରତ ମାତା କି ଜୟ ଧ୍ୱନିମାନ ଦେଇଥିଲେ ।







