Thursday, January 15, 2026 09:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଲୋକଙ୍କ ମୁଖ୍ୟମନ୍ତ୍ରୀରୁ ଅସାଧାରଣ ମୁଖ୍ୟମନ୍ତ୍ରୀ..

by Samar Pradhan
05 Jan, 2026- 10:45 PM
in Latest News, News
1 min read
0
ଲୋକଙ୍କ ମୁଖ୍ୟମନ୍ତ୍ରୀରୁ ଅସାଧାରଣ ମୁଖ୍ୟମନ୍ତ୍ରୀ..

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ସାଧାରଣ, କିନ୍ତୁ ଅସାଧାରଣ ପ୍ରତିଭାଶାଳୀ ମଣିଷ ବୋଲି ଏକ କବିତାରେ ବର୍ଣ୍ଣନା କରିଛନ୍ତି ତାଙ୍କର ଜଣେ ପ୍ରଶଂସକ । ଏହି କବିତା, କବିଙ୍କ ନାଁ ହସ୍ତଗତ ହୋଇନାହିଁ । ସୋସିଆଲ୍ ମିଡିଆରୁ ଏହି ଧାଡ଼ି ସଂଗୃହୀତ ହୋଇନାହିଁ । ଖୋଦ୍ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହାର ପ୍ରେସ୍ ରିଲିଜ୍ ଜାରି କରାଯାଇଛି । ସେଥିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିବା ସେହି କବିଙ୍କ ଫଟୋ ଓ ଭିଡିଓ ଅବଶ୍ୟ ଦିଆଯାଇଛି ।

ପ୍ରେସ୍ ରିଲିଜ୍ କହୁଛି, ଆଜି ମୁଖ୍ୟମନ୍ତ୍ରୀଙ୍କ ୧୬ତମ ଜନ ଅଭିଯୋଗ ଶୁଣାଣି ବେଳେ ଏହି କବିଙ୍କୁ ଆବିଷ୍କାର କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସି ଜଣେ ପ୍ରଶଂସକ ନିଜର ଖୁସିକୁ କବିତା ମାଧ୍ୟମରେ ବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ, ଅସାଧାରଣ ପ୍ରତିଭାଶାଳୀ ମଣିଷ ଭାବେ ନିଜ କବିତାରେ ବର୍ଣ୍ଣନା କରିଥିଲେ । ତାଙ୍କ କବିତାରେ କହିଛନ୍ତି-

ଆମ ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ,

ଆମରି ପାଇଁ ସଦା ଖୋଲାଅଛି

ତାଙ୍କ ଅଭିଯୋଗ ପ୍ରକୋଷ୍ଠ ।

ମୁଖ୍ୟମନ୍ତ୍ରୀଙ୍କୁ ଅସାଧାରଣ ମଣିଷ ଭାବେ ବର୍ଣ୍ଣନା କରିଥିବା କବିତାର ସେହି ନିର୍ଦ୍ଦିଷ୍ଟ  ପଂକ୍ତି ପ୍ରେସ୍ ରିଲିଜ୍ ରେ ନାହିଁ । ତା’ ପରେ କୁହାଯାଇଛି

“ଜଣେ ଶିକ୍ଷକ ଭାବରେ ପ୍ରତି ସାଧାରଣ ମଣିଷର ଦୁଃଖ ଦୂର କରିବା ପାଇଁ ସେ ଚେଷ୍ଟା କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଚାର ବ୍ୟବହାରରେ କୌଣସି ରାଜକୀୟ ଠାଣି ଦେଖାଯାଏ ନାହିଁ, କିନ୍ତୁ ଦେଖାଯାଏ ଜଣେ ଶାନ୍ତି, ମୈତ୍ରୀ ଓ ପ୍ରଗତି ବାହକର ଚିତ୍ର । ଜଣେ ସରଳ ଓ ସାଧାରଣ ବ୍ୟକ୍ତି ହୋଇଥିବା ଯୋଗୁଁ ସେ ବାରି ହୋଇପଡ଼ନ୍ତି ସମସ୍ତଙ୍କଠାରୁ ।”

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ସାଧାରଣ ମଣିଷ ଏଥିରେ କାହାର ଦ୍ୱିମତ ନାହିଁ । ତାଙ୍କ କାମ କେତେ ଅସାଧାରଣ ତାହା ଜନତା କହିବେ । ମାତ୍ର କେହି ଜଣେ ପ୍ରଶଂସକଙ୍କ ମୁହଁରୁ ଦୁଇପଦ କବିତା ଶୁଣାଇ ମୁଖ୍ୟମନ୍ତ୍ରୀଙ୍କୁ ଅସାଧାରଣ ଭାବେ ଉପସ୍ଥାପିତ କରିବାର କୌଶଳକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଛନ୍ତି । ଏଭଳି ଶସ୍ତା ପ୍ରଚାରର କୌଣସି ଆବଶ୍ୟକତା ନାହିଁ । ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ଲୋକହସା କରାଯାଉଛି ବୋଲି ସେମାନେ ମତ ଦେଇଛନ୍ତି ।

ସେମାନଙ୍କ କହିବା କଥା, ଶେଷ ପାଳି ବିଜେଡି ସରକାରରେ ଏମିତିକା ପ୍ରଚାର ଦଳକୁ ମହଙ୍ଗା ପଡ଼ିଲା । ମାତ୍ର ବିଜେପି ସରକାର ସେଥିରୁ କିଛି ଶିଖିପାରିନାହିଁ । ସେମାନେ ଆସୁ ଆସୁ ପ୍ରଚାରଧର୍ମୀ ହୋଇଯାଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କୁ ଓଡ଼ିଶାବାସୀ ବୁଝିବା ଆଗରୁ ମାତ୍ର ୫ଟା ଦିନରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ କରାଗଲା ।

ଜୁନ୍ ୧୨ ତାରିଖରେ ଶପଥ ନେଲେ ମୋହନ ମାଝୀଙ୍କ ସରକାର । ସ୍ୱାଭାବିକ ଭାବେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଲା । ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖି ନ ଥିବା ଶ୍ରୀ ମାଝୀ ଖୁବ୍ ଆନନ୍ଦିତ ଓ ଉତ୍ସାହିତ ଥିଲେ । ସମସ୍ତଙ୍କ ପାଇଁ ତାଙ୍କ ଦ୍ୱାର ଖୋଲା ରହିଲା । ଲୋକଙ୍କ ସମସ୍ୟା ଶୁଣି ତାହାର ସମାଧାନରେ ଆଗ୍ରହ ରଖିଲେ । ଜୁନ୍ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି ହେଲା ।

ସେଥିରେ ଏହା ଲେଖାଥିଲା-

..୧୨ ତାରିଖରୁ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସି ପ୍ରାୟ ୧ ଲକ୍ଷ ମହିଳା, ଛୋଟପିଲା ଏବଂ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେଣି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାଧାରଣ ଲୋକଟିଏ ଅନୁଭବ କରୁଛି ଯେ ମୁଖ୍ୟମନ୍ତ୍ରୀ ମଧ୍ୟ ଆମ ଭିତରୁ ଜଣେ । ନାଁ ଅଛି ତାଙ୍କ ପାଖରେ କ୍ଷମତାର ଚାକଚକ୍ୟ ନାଁ ଅଛି ସରକାରୀ ଆଦବ କାଇଦା । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ।..

..ପ୍ରତ୍ୟେକ ସଭା, ସମିତି ଓ କାର୍ଯ୍ୟକ୍ରମରେ ଓଡ଼ିଆ ଅସ୍ମିତା, ପରମ୍ପରା ଓ ସଂସ୍କୃତିକୁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଛନ୍ତି । ଜଣେ ଖାଣ୍ଟି ଓଡ଼ିଆ ଭାବେ ତାଙ୍କ ମନରେ ରହିଛି ଓଡ଼ିଆ ଅସ୍ମିତା ଓ ସଂସ୍କୃତି ପ୍ରତି ଅନେକ ସ୍ୱାଭିମାନ । ଏସବୁ ଦେଖି ସାଧାରଣ ଲୋକଟିଏ ଆଜି କହୁଛି ଏତେ ଦିନ ପରେ ଆମେ ଆମ ଭିତରୁ ଜଣେ ସାଧାରଣ ଲୋକଙ୍କୁ ଆମ ମୁଖ୍ୟମନ୍ତ୍ରୀ ଭାବେ ପାଇଛୁ ।

ସେ ଯାହା ହେଉ । ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ପ୍ରତିଷ୍ଠା ଏବଂ ଜନାଦୃତ ପାଇଁ ଏହି ପ୍ରଚାର ଉଦ୍ଦିଷ୍ଟ ଥିଲା ବୋଲି କୁହାଯିବ । ଲୋକେ ଯେ ତାହାକୁ ଗ୍ରହଣ କରିନାହାନ୍ତି ତାହା କହିହେବ ନାହିଁ । ମାତ୍ର ଲୋକଙ୍କ ବିଶ୍ୱାସକୁ ଧରି ରଖିବାରେ ଶ୍ରୀ ମାଝୀ କେତେଦୂର ସକ୍ଷମ ହେବେ ତାହା ଭବିଷ୍ୟତ କହିବ । ଇତିମଧ୍ୟରେ ୧୯ ମାସର ତାଙ୍କ ସରକାର ବିଭିନ୍ନ ନିନ୍ଦା ଅପବାଦରେ ଛନ୍ଦି ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସରଳ ଭାବମୂର୍ତ୍ତି ଉପରେ ଆଞ୍ଚ ଆସିଛି । ମୋଟାମୋଟି ଭାବେ କାମ ଯେତିକି ନୁହେଁ, ତାଠାରୁ ଅଧିକ ପ୍ରଚାର ହେଉଛି ବୋଲି ସାଧାରଣ ଲୋକଙ୍କର ଅନୁଭବ ହୋଇଛି ।

ଉଲ୍ଲେଖଥାଉକି, ୨୦୨୪ ଜୁଲାଇରୁ ୨୦୨୫ ନଭେମ୍ବର ମଧ୍ୟରେ ରାଜ୍ୟ ସରକାରଙ୍କ ଆତ୍ମପ୍ରଚାରରେ ଖର୍ଚ୍ଚ ହୋଇଛି ୮୩ କୋଟି ୮୫ ଲକ୍ଷ ଟଙ୍କା । ଖବରକାଗଜରେ ବିଜ୍ଞାପନ ବାବଦକୁ ସର୍ବାଧିକ ୬୯ କୋଟି ୭୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଟିଭି ଚ୍ୟାନେଲରେ ୯ କୋଟି ୩୫ ଲକ୍ଷ ୬୩ ହଜାର, ରେଡିଓ ରେ ୨.୧୪ କୋଟି, ୱେବ୍ ଚ୍ୟାନେଲରେ ୧.୮୭ କୋଟି, କମ୍ୟୁନିଟି ରେଡିଓରେ ୧୨ ଲକ୍ଷ ୭୦ ହଜାର ଖର୍ଚ୍ଚ ହୋଇଛି । ହୋର୍ଡିଂ ବାବଦରେ ୩୯ ଲକ୍ଷ ୩୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଗତ ବିଧାନସଭାର ଶୀତ ଅଧିବେଶନରେ କଂଗ୍ରେସ ବିଧାୟକଙ୍କ ପ୍ରଶ୍ନରେ ନିଜେ ମୁଖ୍ୟମନ୍ତ୍ରୀ ଏହି ତଥ୍ୟ ଦେଇଥିଲେ ।

Previous Post

ମୁଖ୍ୟମନ୍ତ୍ରୀଙ୍କ ୧୬ତମ ପାଳି ଅଭିଯୋଗ ଶୁଣାଣି

Next Post

ଦୁର୍ଘଟଣାରେ ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ମୃତ୍ୟୁ

Next Post
ଦୁର୍ଘଟଣାରେ ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ମୃତ୍ୟୁ

ଦୁର୍ଘଟଣାରେ ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA