Tuesday, April 21, 2026 10:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗରିବଙ୍କ ପେଟରେ ନାତ ମାରିଲେ

ମାଟିରେ ମିଶିଲା ଝାରପଡ଼ା ଗଣେଶ ମଣ୍ଡପ ହାଟ

by Our Correspondent
08 Apr, 2022- 09:27 PM
in Latest News, News
1 min read
0
ଗରିବଙ୍କ ପେଟରେ ନାତ ମାରିଲେ

ଭୁୁବନେଶ୍ୱର: କରୋନା ଯୋଗୁଁ ଦୁଇବର୍ଷ ଧରି ବେପାର ବଣିଜ ନଥିବାରୁ ରୋଜଗାର ବନ୍ଦ ହୋଇଯାଇଥିଲା । ଦହନୀୟ ଜୀବନ ଜୀଉଁଥିଲେ କ୍ଷୁଦ୍ର ବ୍ୟବସାୟୀ । ପରିବାର ପେଟକୁ ଦାନା ଯୋଗାଇବା କଷ୍ଟକର ହୋଇଥିଲା । କରୋନା ଚାଲିଗଲା ପରେ ନିଜର ଛୋଟ ବେପାରକୁ ନେଇ ଅଣ୍ଟା ସଳଖିବାକୁ ଉଦ୍ୟମ କଲା ବେଳକୁ ପ୍ରଶାସନ ପାଲଟିଛି ରାକ୍ଷସ । ବୁଲଡୋଜର ଦ୍ୱାରା ମାଟିରେ ମିଶାଇଦେଇଛି ଅଭାବୀ ମଣିଷର ବଞ୍ଚିବାର ସ୍ୱପ୍ନକୁ । ସେମାନଙ୍କର ବଞ୍ଚିବାର ଅଧିକାର ଛଡ଼ାଇ ନେଇଛି । ରାଜଧାନୀ ଛାତି ଉପରେ ଏହି ଅମାନବୀୟ ଦୃଶ୍ୟ ସବୁଆଡ଼େ ଆଲୋଡ଼ନ ସୃଷ୍ଟି କରିଛି ।

ଭୁବନେଶ୍ୱର ୩୩ ନମ୍ବର ୱାର୍ଡ ଅନ୍ତର୍ଗତ ଝାରପଡ଼ାସ୍ଥିତ ଗଣେଶ ମଣ୍ଡପ ହାଟରେ ଆଜି ବିଏମସି ଓ ବିଡ଼ିଏ ପ୍ରଶାସନ ପୁଲିସ ବଳ ଧରି ବୁଲଡୋଜର ବୁଲାଇଛି । ଜବରଦଖଲ ଉଚ୍ଛେଦ ନାଁରେ ଶତାଧିକ ଦୋକାନ ଘରକୁ ମାଟିରେ ମିଶାଇ ଦିଆଯାଇଛି । ଦୋକାନରେ ଥିବା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ସେଥିରୁ ରକ୍ଷା ପାଇନି । ପ୍ରଶାସନ ଏବେ ଅବିବେକୀ ହୋଇପଡ଼ିଥିଲା ଯେ ଦୋକାନ ସାମଗ୍ରୀକୁ ରକ୍ଷା କରିବା ପାଇଁ ଦୋକାନୀମାନଙ୍କୁ ଆବଶ୍ୟକ ସମୟ ବି ଦେଲାନି ।

ଗତକାଲି ରାତି ୯ଟା ବେଳେ ଜବରଦଖଲ ହାଟ ଉଚ୍ଛେଦ ହେବ ବୋଲି ବିଏମସି ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା । ଆଉ ଆଜି ଭୋର ୫ଟା ବେଳକୁ ସେଠାରେ ବିଏମସି/ବିଡ଼ିଏ/ସାଧାରଣ ପ୍ରଶାସନ ବିଭାଗର ଉଚ୍ଛେଦ ସ୍କ୍ୱାଡ୍ ବୁଲଡୋଜର ସହ ସେଠାରେ ପହଞ୍ଚି ଦୋକାନ ଘରଗୁଡ଼ିକୁ ଭାଙ୍ଗିବା ଆରମ୍ଭ କରିଦେଇଥିଲେ । ଦୋକାନୀମାନଙ୍କୁ ସେମାନଙ୍କର ସାମଗ୍ରୀ ଉଦ୍ଧାର କରି ରଖିବା ପାଇଁ ଫୁରସତ୍ ଦେଲେନି । ଖବର ପାଇ ଦୋକାନୀମାନେ ସେଠାରେ ପହଞ୍ଚିଲା ବେଳକୁ ସବୁ ମାଟିରେ ମିଶି ସାରିଥିଲା ।

ଏହାକୁ ନେଇ ଆଜି ସକାଳୁ ଝାରପଡ଼ା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ସର୍ବସ୍ୱ ହରାଇଥିବା ବ୍ୟବସାୟୀମାନେ ଏହାର ପ୍ରତିବାଦ କରିବା ଆରମ୍ଭ କରିଥିଲେ । ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂହ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍ ପ୍ରମୁଖ ସେଠାରେ ପହଞ୍ଚିଥିଲେ । ଲକ୍ଷ୍ମୀସାଗର ଗୋଲେଇ ଛକଠାରେ ବ୍ୟବସାୟୀମାନଙ୍କ ସହ ସେମାନେ ରାସ୍ତାରୋକ୍ ଆନ୍ଦୋଳନ କରିଥିଲେ । ପୁଲିସ ସେମାନଙ୍କୁ ହଟାଇବାକୁ ବଳପ୍ରୟୋଗ କରିବାରୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ପ୍ରତିନିଧି ଦଳ ସହ ଡିସିପିଙ୍କ ସହ ଆଲୋଚନା ପରେ ରାସ୍ତାରୋକ ହଟିଥିଲା । ସଂଧ୍ୟାରେ ବିଜେପି ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିସନଙ୍କୁ ବିହିତ ପଦକ୍ଷେପ ପାଇଁ ଦାବିପତ୍ର ଦେଇଛନ୍ତି ।

ରାଜନୈତିକ ଆକ୍ରୋଶରୁ ବିନା ନୋଟିସ୍ ରେ ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଯାଇଥିବା ବିଜେପି ନେତାମାନେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି, ବିଏମସି ନିର୍ବାଚନରେ ଏହି ୱାର୍ଡରୁ ବିଜେପି ପ୍ରାର୍ଥୀ ନିର୍ବାଚିତ ହୋଇଥିବାରୁ ପ୍ରତିହିଂସା ପରାୟଣ ହୋଇ ଏଭଳି ଅମାନବୀୟ କାର୍ଯ୍ୟ କରାଯାଇଛି । ଦୋକାନ ହରାଇଥିବା ସବୁ ବ୍ୟବସାୟୀ ଏହାକୁ ସମର୍ଥନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଏହି ଚର୍ଚ୍ଚା ହେଉଛି ।

ସେମାନଙ୍କ କହିବାନୁଯାୟୀ, ଝାରପଡ଼ାର ଉକ୍ତ ଅଞ୍ଚଳ ଏକ ପୋଖରୀ ଥିଲା । ସ୍ଥାନୀୟ ଲୋକେ ତାହାକୁ ପୋତି ପୋତି ବ୍ୟବସାୟ ପେଣ୍ଠସ୍ଥଳରେ ପରିଣତ କରିଥିଲେ । ୨୦୦୮ ମସିହାରୁ ତାହା ଏକ ହାଟ ଭାବେ ଗଢ଼ି ଉଠିଥିଲା । ବିଏମସି ପ୍ରଶାସନକୁ ସେଠାକାର ବ୍ୟବସାୟୀମାନେ ସହଯୋଗ କରୁଥିଲେ । ସେମାନଙ୍କୁ ଥଇଥାନ ପରେ ଯାଇ ହାଟ ଉଚ୍ଛେଦ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ମିଳିଥିଲା । ମାତ୍ର ବିନା ଥଇଥାନରେ ଏଭଳି ଉଚ୍ଛେଦ ବ୍ୟବସାୟୀଙ୍କ ବଞ୍ଚିବା ଅଧିକାରକୁ ଛଡ଼ାଇ ନେଇଛି ।

ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହାର ମୁଖ୍ୟ ଖଳନାୟକ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସଂପୃକ୍ତ ୱାର୍ଡରେ ବିଜେଡ଼ି ପ୍ରାର୍ଥୀଙ୍କ ପରାଜୟ ତାଙ୍କ ପତିଆରା କମାଇ ଦେଇଥିବାରୁ ସେ ପ୍ରତିଶୋଧପରାୟଣ ହୋଇ ଏହି କାର୍ଯ୍ୟ କରାଇଛନ୍ତି ବୋଲି ସେମାନଙ୍କର ବିଶ୍ୱାସ । ତେବେ ଏ ସମ୍ପର୍କରେ ବିଧାୟକ ମୁହଁ ଖୋଲିନାହାନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ଘଟଣା ପଛର କାହାଣୀ ଯାହା ହେଉ ନା କାହିଁକି, ବିଏମସି ପ୍ରଶାସନର ଏହି ଅମାନବୀୟ କାର୍ଯ୍ୟକୁ ସମସ୍ତେ ଛି ଛାକର କରିଛନ୍ତି । ସିଧାସଳଖ ଭାବେ ଏହା ବିଜେଡ଼ି ସରକାରକୁ ନିନ୍ଦିତ କରିଛି ।

Previous Post

ନୀଳଗିରି ପୁଲିସର ବହପ: ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇଦେଲା

Next Post

ଭୁବନେଶ୍ୱର ଡେପୁଟି ମେୟର୍ ଚକମା

Next Post
ଭୁବନେଶ୍ୱର ଡେପୁଟି ମେୟର୍ ଚକମା

ଭୁବନେଶ୍ୱର ଡେପୁଟି ମେୟର୍ ଚକମା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA