Tuesday, April 21, 2026 08:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ନୀଳଗିରି ପୁଲିସର ବହପ: ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇଦେଲା

by Our Correspondent
07 Apr, 2022- 08:21 PM
in Crime, Latest News, News
1 min read
0
ନୀଳଗିରି ପୁଲିସର ବହପ: ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇଦେଲା

ବାଲେଶ୍ୱର/ଭୁବନେଶ୍ୱର: ଜଣେ ସାମ୍ବାଦିକଙ୍କ ଉପରେ ପୁଲିସ ପ୍ରତିହିଂସା ପରାୟଣ ହୋଇ କେଉଁସ୍ତରକୁ ଚାଲିଯାଏ, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୀଳଗିରିରେ । ସାମ୍ବାଦିକଙ୍କୁ ଧକ୍କା ମାରି ଆଘାତ କଲା ପରେ ଚିକିତ୍ସା ପାଇଁ ହସ୍ପିଟାଲ୍ କୁ ନେଇଥିଲା । ମାତ୍ର ସେଠି ହସ୍ପିଟାଲ୍ ବେଡ୍ ରେ ସାମ୍ବାଦିକଙ୍କ ଗୋଡ଼କୁ ଶିକୁଳିରେ ବେଡ଼ି ପକାଇଦେଲା । ସତେ ଯେମିତି ସାମ୍ବାଦିକଜଣଙ୍କ ଜଣେ ଦୁର୍ଦ୍ଦାନ୍ତ ପେଶାଦାର ଅପରାଧୀ । ନୀଳଗିରି ପୁଲିସର ଏହି ଜଘନ୍ୟ କାର୍ଯ୍ୟ ସାମ୍ବାଦିକମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।

ପୁଲିସ ଆକ୍ରୋଶର ଶିକାର ଏହି ସାମ୍ବାଦିକ ଜଣଙ୍କ ହେଉଛନ୍ତି ଲୋକନାଥ ଦଳେଇ । ସମ୍ବାଦ ଓ କନକ ଟିଭିର ସେ ନୀଳଗିରି ପ୍ରତିନିଧି ।

ଘଟଣାରୁ ପ୍ରକାଶ ଯେ ଗତ ୪ ତାରିଖ ଦିନ ନୀଳଗିରି ବଜାରରେ ଲୋକନାଥ ଓ ନୀଳଗିରି ଥାନାର ଜଣେ ହୋମଗାର୍ଡଙ୍କ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରବର୍ତ୍ତୀ ସମୟରେ ଆପୋଷ ଆଲୋଚନା ମାଧ୍ୟମରେ ମାମଲା ଥଣ୍ଡା ହୋଇଯାଇଥିଲା । ତେବେ ଗତକାଲି ନୀଳଗିରି ଆଇଆଇସି ଶ୍ରୀମତୀ ଦ୍ରୌପଦୀ ଦାସ ସାମ୍ବାଦିକ ଲୋକନାଥଙ୍କୁ ପଚରାଉଚୁରା ପାଇଁ ହଠାତ୍ ଥାନାକୁ ଡାକିଥିଲେ । ଆଉ ଆଇଆଇସି ତାଙ୍କୁ ଦେଖିଲାକ୍ଷଣି ଚିହିଁକି ଉଠିଥିଲେ । ଉତ୍ତ୍ୟକ୍ତ ଆଇଆଇସି ପଚରାଉଚୁରା ଆଳରେ ତାଙ୍କୁ ଧକ୍କା ମାରିଥିଲେ, ମୋବାଇଲ୍ ଛଡ଼ାଇ ନେଇଥିଲେ ବୋଲି ଲୋକନାଥ ଅଭିଯୋଗ କରିଛନ୍ତି । ଆଇଆଇସିଙ୍କ ଧକ୍କାରେ ତଳେ ପଡ଼ିଯିବାରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା ।

ଯନ୍ତ୍ରଣାରେ ଛଟପଟ ହେଉଥିବା ଲୋକନାଥଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ବି ପୁଲିସର ବହପ କମି ନ ଥିଲା । ସାମ୍ବାଦିକ ତଳେ ଶୋଇ ଚିକିତ୍ସିତ ହେଉଥିବା ବେଳେ ପୁଲିସ ତାଙ୍କ ଗୋଡ଼ରେ ବେଡି ପକାଇ ଦେଇଥିଲା । ପାଖରେ ଦୁଇଜଣ ବନ୍ଧୁକଧାରୀ ପୁଲିସ ତାଙ୍କୁ ଜଗି ରହିଥିଲେ ।

ଲୋକନାଥଙ୍କ କଥାକୁ ବିଶ୍ୱାସ କଲେ, ଏହା ଯେ ନୀଳଗିରି ପୁଲିସର ପ୍ରତିହିଂସାପରାୟଣତା ତାହା ସ୍ପଷ୍ଟ ବାରି ହେଉଛି । କିଛି ଦିନ ତଳେ ନୀଳଗିରିରେ ଚୋରା ନିଶା କାରବାର ସମ୍ପର୍କରେ ସେ ଏକ ଖବର କରିଥିଲେ । ଏଥିରେ ପୁଲିସର ଭୂମିକାକୁ ପ୍ରଶ୍ନ କରିଥିଲେ । ଏଥିରେ ଆଇଆଇସି ଶ୍ରୀମତୀ ଦାସ ପ୍ରତିଶୋଧ ପରାୟଣ ହୋଇ ସୁଯୋଗ ଅପେକ୍ଷାରେ ଥିଲେ । ଆଉ ହୋମଗାର୍ଡଙ୍କ ସହ ସାମାନ୍ୟ ବଚସା ତାଙ୍କୁ ଏହି ସୁଯୋଗ ଆଣିଛି ବୋଲି ଲୋକନାଥ ପ୍ରତିକ୍ରିୟା ଦେଇଛନ୍ତି ।

ନୀଳଗିରି ପୁଲିସର ଏଭଳି ବର୍ବୋରୋଚିତ, ଅପରାଧିକ କାର୍ଯ୍ୟ ସାମ୍ବାଦିକମହଲରେ ଆଲୋଡ଼ନ ସୃଷ୍ଟି କରିଛି । ରାଜ୍ୟବ୍ୟାପୀ ସାମ୍ବାଦିକ ସଂଗଠନଗୁଡ଼ିକ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ସାମ୍ବାଦିକଙ୍କ ଚାପରେ ବାଲେଶ୍ୱର ଏସପି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Previous Post

ପୁଲିସ ହେପାଜତରୁ ଲାଇଭ୍ ଇଣ୍ଟରଭ୍ୟୁ ଦେଲା ଅଭିଯୁକ୍ତ

Next Post

ଗରିବଙ୍କ ପେଟରେ ନାତ ମାରିଲେ

Next Post
ଗରିବଙ୍କ ପେଟରେ ନାତ ମାରିଲେ

ଗରିବଙ୍କ ପେଟରେ ନାତ ମାରିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA