Wednesday, September 23, 2026 04:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଲିସ ହେପାଜତରୁ ଲାଇଭ୍ ଇଣ୍ଟରଭ୍ୟୁ ଦେଲା ଅଭିଯୁକ୍ତ

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା

by Our Correspondent
06 Apr, 2022- 10:30 PM
in Latest News, News
1 min read
0
ପୁଲିସ ହେପାଜତରୁ ଲାଇଭ୍ ଇଣ୍ଟରଭ୍ୟୁ ଦେଲା ଅଭିଯୁକ୍ତ

ପୁରୀ/ଭୁବନେଶ୍ୱର: ପୁଲିସ ହେପାଜତରେ ଥିବା ଜଣେ ଅପରାଧୀ ଟିଭିରେ ଲାଇଭ୍ ଇଣ୍ଟରଭ୍ୟୁ ଦେବା ଆପଣ କେବେ ଦେଖିଛନ୍ତି? ଦେଖିବା ଦୂରେ ଥାଉ, କେବେ ଶୁଣି ନ ଥିବେ । ମାତ୍ର ଏମିତି ଏକ ବିରଳ ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ତାହାପୁଣି ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ଅଭିଯୁକ୍ତଙ୍କର ଇଣ୍ଟରଭ୍ୟୁ । ପ୍ରାୟ ୧ ଘଣ୍ଟା ଧରି କ୍ୟାମେରା ଆଗରେ ନିର୍ବିଘ୍ନରେ ଗପିଛନ୍ତି ଅଭିଯୁକ୍ତ ଜଗନ ମହାପାତ୍ର । ତାହାପୁଣି ପୁଲିସ ବାବୁମାନଙ୍କ ଉପସ୍ଥିତିରେ । ଅଭିଯୁକ୍ତକୁ କ୍ୟାମେରା ଆଗକୁ ଛାଡ଼ିଦେଇ ପୁଲିସ ବାବୁମାନେ ଜୁଳୁ ଜୁଳୁ କରି ଚାହିଁଛନ୍ତି ।

ଆଜିର ଏହି ଘଟଣାଟି ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପୁରୀ ପୁଲିସ ଦ୍ୱାରା ଏହା ଯେ ଯୋଜନାବଦ୍ଧ ତାହା ସ୍ପଷ୍ଟ ଧରାପଡ଼ିଯାଉଛି । ଏସପି କନୱର ବିଶାଲ ସିଂହ ମଧ୍ୟାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରି ରୋଷଘର ଚୁଲି ଭାଙ୍ଗିଥିବା ଗିରଫ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ତାର ନାଁ ଜେ. ମହାପାତ୍ର । ବୟସ ୩୦ ବର୍ଷ ଏବଂ ଘର ବେଗୁନିଆ ଥାନା ଅଞ୍ଚଳରେ ବୋଲି କହିଥିଲେ । ତଦନ୍ତ ଚାଲିଥିବାରୁ ଅଭିଯୁକ୍ତର ସମ୍ପୂର୍ଣ୍ଣ ପରିଚୟ ଦେବାକୁ ଏସପି ମନା କରିଥିଲେ ।

ମାତ୍ର ଆଶ୍ଚର୍ଯ୍ୟର କଥା, ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବେଳେ ପୁଲିସ ତା’କୁ ଏକ ଟିଭି କ୍ୟାମେରା ଆଗକୁ ଛାଡ଼ିଦେଇଥିଲେ । ପାଖରେ ଦୁଇ ତିନି ଜଣ ପୁଲିସ ପଇଁତରା ମାରୁଥିଲା ବେଳେ ଅନତି ଦୂରରେ ଛିଡ଼ା ହୋଇଥିଲେ ଖୋଦ୍ ଟାଉନ୍ ଥାନା ଆଇଆଇସି । ଅଭିଯୁକ୍ତ ଗପି ଚାଲିଲା କି କେମିତି ସେ ଭୀମ ରୂପ ଧରି ରୋଷଶାଳାରେ ୪୦ ରୁ ଅଧିକ ଚୁଲି ସେଦିନ ଭାଙ୍ଗି ପକାଇଥିଲା । ତାହା ପୁଣି ବିନା ହତିଆରରେ । ସଂଧ୍ୟା ୬ଟାରେ ଟିଭିରେ ସେହି ଅଭିଯୁକ୍ତର ଲାଇଭ୍ ସାକ୍ଷାତକାର ବି ଚାଲିଲା । କାଳେ ଅନ୍ୟ ଟିଭିବାଲା ଖରାପ ଭାବିବେ ପୁଲିସ ସହଯୋଗରେ ମୋବାଇଲ୍ ରେ ତା’ର ଇଣ୍ଟରଭ୍ୟୁ ରେକର୍ଡ କରାଯାଇ ଅନ୍ୟ ଟିଭିବାଲାଙ୍କୁ ସେୟାର କରାଗଲା ।

ସାମ୍ବାଦିକ ମହଲ କହିବା ଅନୁଯାୟୀ, ପୁରୀ ପୁଲିସ ହିଁ ଏହି ଇଣ୍ଟରଭ୍ୟୁ କାର୍ଯ୍ୟକ୍ରମର ଆୟୋଜକ ଥିଲେ । ଅଭିଯୁକ୍ତ ମୁହଁରୁ ସେଦିନର ଘଟଣା ଲୋକଙ୍କୁ ଶୁଣାଇବାକୁ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଡକାଯାଇଥିଲା । ସେହି ଅନୁଯାୟୀ ଅଭିଯୁକ୍ତକୁ କୋର୍ଟ ଚାଲାଣ ପୂର୍ବରୁ କୋର୍ଟ ପରିସର ଏକ ଜାଗାରେ ଗାଡ଼ି ରଖାଗଲା । ପୁଲିସ ଉପସ୍ଥିତିରେ ଟିଭି ସାମ୍ବାଦିକ ଆସି ତାକୁ ପ୍ରାୟ ୧ ଘଣ୍ଟା ଧରି ଜେରା କଲେ । ସେଥିରୁ ୨୦ ମିନିଟ୍ ଥିଲା ଲାଇଭ୍ ।

ଅଭିଯୁକ୍ତ ଜଗନ ମହାପାତ୍ର ଖାଲି ହାତରେ ୪୦ ରୁ ଅଧିକ ଚୁଲି ଭାଙ୍ଗିବା ଘଟଣା ଲୋକଙ୍କର ବିଶ୍ୱାସ ହେଉ ନ ଥିଲା ବେଳେ ପୁରୀ ପୁଲିସର ଏଭଳି କାର୍ଯ୍ୟ ସମସ୍ତଙ୍କ ମନରେ ଅଧିକ ସନ୍ଦେହ ସୃଷ୍ଟି କରିଛି । ଅଭିଯୁକ୍ତକୁ ଗଣମାଧ୍ୟମରେ ଖୁଲମ୍ ଖୋଲା ବୟାନ ଦେବାକୁ ଛାଡ଼ିଦେବା ପଛରେ କ’ଣ ରହସ୍ୟ ତାହା ଏବେ ସବୁଠି ଚର୍ଚ୍ଚା ହେଉଛି । ଯଦି ଏହାର ଆବଶ୍ୟକତା ଥିଲା ଏସପି ତାଙ୍କ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ମୁହଁରୁ ବୟାନ ଶୁଣାଇ ଦେଲେନି କାହିଁକି ବୋଲି ଅନେକ କଟାକ୍ଷ କରିଛନ୍ତି ।

Previous Post

ବିଜେଡ଼ି ଦଖଲରେ ଧାମନଗର

Next Post

ନୀଳଗିରି ପୁଲିସର ବହପ: ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇଦେଲା

Next Post
ନୀଳଗିରି ପୁଲିସର ବହପ: ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇଦେଲା

ନୀଳଗିରି ପୁଲିସର ବହପ: ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇଦେଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA