Friday, August 7, 2026 09:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିରେ ମିଶିଲେ ଝାରସୁଗୁଡ଼ା କଂଗ୍ରେସ ପ୍ରାର୍ଥୀ

ଉପନିର୍ବର୍ାଚନ ପୂର୍ବରୁ କଂଗ୍ରେସକୁ ଝଟକା

by Our Correspondent
21 Apr, 2023- 11:33 PM
in Latest News, News, Politics
1 min read
0
ବିଜେଡିରେ ମିଶିଲେ ଝାରସୁଗୁଡ଼ା କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା। ଗତ ୨୦୧୯ ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ ହାତ ଛାଡ଼ି ଶଙ୍ଖ ଧରିଛନ୍ତି । ଝାରସୁଗୁଡ଼ା ଜିଲ୍ଲା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଗୋଁଡ଼ ସମାଜର ୬୦ରୁ ଉଦ୍ଧ୍ୱର୍ କର୍ମକର୍ତ୍ତା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଆଜି ବିଜେଡି କାର୍ଯ୍ୟାଳୟରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଁଡ଼ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାୟକ, ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାୟକ ସହକର୍ମୀମାନଙ୍କ ସହ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଛନ୍ତି।

ଅନୁରୂପ ଭାବରେ ଗୋଁଡ଼ ମହାସଭା କୋଲାବିରା ବ୍ଲକ ସଭାପତି ରୁଦ୍ରପ୍ରତାପ ସିଂହ, ରାଜ୍ୟ ମହିଳା ସଂଯୋଜକ ଦମୟନ୍ତୀ ମହାପାତ୍ର, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ, ଅନୁଗୋଳ ଜିଲ୍ଲା ସଭାପତି ସଦାଶିବ ନାୟକ, ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ପରାମର୍ଶଦାତା ସଦାଶିବ ନାୟକ, ସାଧାରଣ ସମ୍ପାଦକ ଅଶୋକ ମାଝି, ଉପସଭାପତି ବୀର ଧୁରୁଆ, ବରଗଡ଼ ଜିଲ୍ଲା ଗୋଁଡ଼ ସମାଜ ସମ୍ପାଦକ ଧନେଶ୍ୱର ସିଂହଙ୍କ ସହ ୬୦ରୁ ଉଦ୍ଧ୍ୱର୍ କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି।

ସାଂସଦ ଶ୍ରୀ ମଙ୍ଗରାଜ ଏହି ନେତାମାନଙ୍କୁ ବିଜେଡି ଓ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଯେଉଁ ବିକାଶ ଓ ରୂପାନ୍ତରଣର ଧାରା ଆରମ୍ଭ କରିଛନ୍ତି ସେଥିପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଦଳର କର୍ମୀ ଓ କର୍ମକର୍ତ୍ତାମାନେ ଯୋଗ ଦେଉଛନ୍ତି। ବିଜୁ ଜନତା ଦଳରେ ସମସ୍ତଙ୍କ ପାଇଁ କାର୍ୟ୍ୟ କରିବାର ସୁଯୋଗ ରହିଛି। ତେଣୁ ଯେଉଁମାନେ ବାସ୍ତବରେ ରାଜ୍ୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଦଳ ସର୍ବଦା ସ୍ୱାଗତ କରି ଆସିଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଝାରସୁଗୁଡ଼ା ସହ ସାରା ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କର ଯୋଗଦାନ ଅବିସ୍ମରଣୀୟ। ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ କରିଛି ଓ ସେମାନଙ୍କ ବର୍ଗ ନିମନ୍ତେ ମୁଖ୍ୟମନ୍ତ୍ରୀ ଯେପରି ନିଷ୍ଠାପର ଭାବରେ କାର୍ୟ୍ୟ କରିଛନ୍ତି ସେଥିପାଇଁ ସାରା ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ବୋଲି ଉଲ୍ଲେଖ କରି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିଜୟ ନିମନ୍ତେ ସେମାନେ କାର୍ୟ୍ୟ କରିବେ ବୋଲି କହିଛନ୍ତି ମହେନ୍ଦ୍ର।

ସେହିପରି ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାୟକ ମଧ୍ୟ ବିଜେଡିରେ ଯୋଗ ଦେଇ ସେମାନେ ସାଧାରଣ ଲୋକଙ୍କ ନିମନ୍ତେ କାର୍ୟ୍ୟ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ବିଜେଡି ନେତା ମହେନ୍ଦ୍ର ବଢ଼େଇ, ଦଳର ମୁଖପାତ୍ର ସଞ୍ଜୟ ବାବୁ, ସମ୍ପାଦକ ତଥା ଦେବଗଡ଼ ଜିଲ୍ଲା ପର୍ୟ୍ୟବେକ୍ଷକ ଅମରେଶ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Previous Post

ସହିଦ ଦେବାଶିଷଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା

Next Post

ପାଣିଗ୍ରାହୀ ଦମ୍ପତ୍ତିଙ୍କ ନାଁରେ ଭିଜିଲାନସ୍ ଚାର୍ଜସିଟ୍

Next Post
ପାଣିଗ୍ରାହୀ ଦମ୍ପତ୍ତିଙ୍କ ନାଁରେ ଭିଜିଲାନସ୍ ଚାର୍ଜସିଟ୍

ପାଣିଗ୍ରାହୀ ଦମ୍ପତ୍ତିଙ୍କ ନାଁରେ ଭିଜିଲାନସ୍ ଚାର୍ଜସିଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA