Wednesday, September 23, 2026 04:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କରୋନାରେ ଚାଲିଗଲେ ସାମ୍ବାଦିକ ଅମଜାଦ ବାଦଶାହା

by Our Correspondent
25 Apr, 2021- 09:17 PM
in Latest News, News
1 min read
0
କରୋନାରେ ଚାଲିଗଲେ ସାମ୍ବାଦିକ ଅମଜାଦ ବାଦଶାହା

ଝାରସୁଗୁଡ଼ା: ଓଡ଼ିଶାର ସାମ୍ବାଦିକ ଜଗତରୁ ଆଉ ଜଣେ ଉଜ୍ଜଳ ପ୍ରତିଭାଙ୍କୁ ଛଡ଼ାଇ ନେଇଛି କରୋନା । ପଶ୍ଚିମ ଓଡ଼ିଶାର ଜଣାଶୁଣା ସାମ୍ବାଦିକ ଅମଜାଦ ବାଦଶାହା କରୋନାରେ ଆଖି ବୁଜି ଦେଇଛନ୍ତି । ହସ୍ପିଟାଲ୍ ବେଡ୍ ରେ ଦୀର୍ଘ ଦୁଇ ସପ୍ତାହ କାଳ କରୋନା ସହିତ ସଂଗ୍ରାମ କରି ହାରିଯାଇଛନ୍ତି ଏହି ଯୁବ ପ୍ରତିଭା । ଅମଜାଦଙ୍କ ମୃତ୍ୟୁରେ ସାରା ଓଡ଼ିଶାର ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

ଗତ ୭ ତାରିଖରେ ଅମଜାଦ କୋଭିଡ୍ ରେ ଆକ୍ରାନ୍ତ ହୋଇଥିଲେ । ପରଦିନ ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତେବେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ରାଉରକେଲା ଜୟପ୍ରକାଶ କୋଭିଡ୍ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ସାଢ଼େ ୪ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଝାରସୁଗୁଡ଼ାରେ ଜନ୍ମିତ ଅମଜାଦ ଢ଼େଙ୍କାନାଳ ଆଇଆଇଏମସିରୁ ସାମ୍ବାଦିକତା ପାସ୍ କଲା ପରେ ଇଟିଭି, ନକ୍ଷତ୍ର ଆଦି ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଦୀର୍ଘ ବର୍ଷ କାମ କରିଥିଲେ । କିଛି ବର୍ଷ ତଳେ ସେ ନ୍ୟୁଜ୍ ଫାଷ୍ଟ୍ ଟିଭି ନାମରେ ଏକ ଡିଜିଟାଲ୍ ନ୍ୟୁଜ୍ ପ୍ଲାଟଫର୍ମ ଆରମ୍ଭ କରିଥିଲେ । ଖାଲି ଜଣେ ଦକ୍ଷ ସାମ୍ବାଦିକ ନ ଥିଲେ, ତାଙ୍କର ମିଷ୍ଟଭାଷୀ ଓ ବନ୍ଧୁବତ୍ସଳ ସ୍ୱଭାବ ପାଇଁ ସେ ସମସ୍ତଙ୍କର ଆଦର ଲାଭ କରିଥିଲେ ।

ପଶ୍ଚିମ ଓଡ଼ିଶାରେ ଅମଜାଦଙ୍କ ପରିବାରର ମଧ୍ୟ ସୁଖ୍ୟାତି ରହିଛି । ତାଙ୍କ ବାପା ମହମ୍ମଦ ଜମିଉଲ୍ଲା ଜଣେ ଜଣାଶୁଣା କବି । ସ୍ଥାନୀୟ ରଥଯାତ୍ରାରେ ପୁରୁଷାନୁକ୍ରମିକ ଅମଜାଦଙ୍କ ପରିବାର ଛେରାପହଁରା କରି ସାମ୍ପ୍ରଦାୟିକ ସଦଭାବନାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।

ଅମଜାଦଙ୍କ ଘରେ ତାଙ୍କ ବାପା, ମାଆ, ପତ୍ନୀ, ୪ ବର୍ଷର ଝିଅ ଓ ୨ ମାସର କୁନିପୁଅ ଅଛନ୍ତି ।

ସୂଚନାଥାଉକି, କରୋନାର ଭୟଙ୍କର ଦ୍ୱିତୀୟ ଲହରରେ ଅମଜାଦଙ୍କୁ ମିଶାଇ ୫ ଜଣ ସାମ୍ବାଦିକ ପ୍ରାଣ ହରାଇଲେଣି । ଗଞ୍ଜାମ ଜିଲ୍ଲା ଶେରଗଡ଼ର କରୁଣାକର ସାହୁ, କୁକୁଡ଼ାଖଣ୍ଡିର ଗୋବିନ୍ଦ ବେହେରା, ଚିକିଟିର ମନୋଜ ବହେରା ଏବଂ ପାଟଣାଗଡ଼ର ଯତୀଶ ଖମାରୀଙ୍କର ନିକଟରେ ମୃତ୍ୟୁ ହୋଇଥିଲା ।

Previous Post

ମେ’ ୧୫ ଯାଏଁ କାଳିଆ ଦର୍ଶନ ବନ୍ଦ

Next Post

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ସମସ୍ତଙ୍କୁ ମାଗଣା ଟିକା

Next Post
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ସମସ୍ତଙ୍କୁ ମାଗଣା ଟିକା

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ସମସ୍ତଙ୍କୁ ମାଗଣା ଟିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA