Tuesday, June 23, 2026 03:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରଂଜନ କୁମାର ଦାସଙ୍କ କବିତା ସଂକଳନ “ସମୟର ସାତରଙ୍ଗ” ଉନ୍ମୋଚିତ

by Our Correspondent
01 Aug, 2021- 11:35 PM
in News
1 min read
0
ରଂଜନ କୁମାର ଦାସଙ୍କ କବିତା ସଂକଳନ “ସମୟର ସାତରଙ୍ଗ” ଉନ୍ମୋଚିତ

ଭୁବନେଶ୍ବର: ଜଣାଶୁଣା କବି ଓ ବରିଷ୍ଠ ପ୍ରଶାସକ ରଂଜନ କୁମାର ଦାସଙ୍କ ଦ୍ବାଦଶ କବିତା ସଂକଳନ “ସମୟର ସାତରଙ୍ଗ” ଆଜି ଉନ୍ମୋଚିତ ହୋଇଯାଇଛି। ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆୟୋଜିତ ଏ ଉନ୍ମୋଚନ ଉତ୍ସବରେ ବରିଷ୍ଠ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଠା ମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

କବି ଶ୍ରୀ ଦାସ କବିତାରେ ଯେଉଁ ଚିତ୍ର ଓ ଚରିତ୍ରମାନଙ୍କୁ ନେଇଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ଅନୁଭବ ହୋଇଥିଲେ ହେଁ ସେଥିରେ ସାର୍ବଜନୀନ ଆବେଦନ ରହିଛି ଓ ତାହା ପ୍ରତିଟି ପାଠକଙ୍କୁ ଭାବପ୍ରବଣ କରିବ ବୋଲି କହିଥିଲେ ମୁଖ୍ୟଅତିଥି ଡ. ମଲ୍ଲିକ। ଶ୍ରୀ ଦାସଙ୍କର ମା’ ସମ୍ପର୍କିତ ଏକ କବିତା ବାବଦରେ କହିବା ବେଳେ ନିଜର ମା’ କଥା ମନେପକାଇ କାନ୍ଦିପକାଇଥିଲେ ଡ. ମଲ୍ଲିକ। “ସମୟର ସାତରଙ୍ଗ”ରେ ସମକାଳୀନ ମଣିଷର ବହୁ ଅକୁହା ବେଦନା ଓ ପୁଲକକୁ କବିତାରେ ପରିପ୍ରକାଶ କରିଛନ୍ତି ବୋଲି ମୁଖ୍ୟବକ୍ତା ଶ୍ରୀ ସିଂହ ମତ ଦେଇଥିଲେ। ତାଙ୍କ କବିତାରେ ଅଯଥା କୋଳହଳ ନାହିଁ ଓ ଏହା ପାଠକଙ୍କ ହୃଦୟକୁ ଦୀର୍ଘସମୟ ଧରି ଗ୍ରାସ କରିରଖିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଲେଖକୀୟ ବକ୍ତବ୍ୟରେ କବି ଶ୍ରୀ ଦାସ କହିଥିଲେ ଯେ ଯେଉଁ ଅନୁଭବ ସିଧାସଳଖ କଥାରେ କହିହୁଏ ନାହିଁ, ତାହାର ପରିପ୍ରକାଶ ପାଇଁ ଉପମା, ଅଳଙ୍କାର, ବିମ୍ବ ଆଦିର ପ୍ରୟୋଜନହୁଏ। ନିଜ ଛାତିତଳର କଥାକୁ ସିଧାସଳଖ ବଖାଣି ପାରିଲେନାହିଁ ବୋଲି ସେ କବିତା ଭଳି ଏକ ସୂକ୍ଷ୍ମକଳାକୁ ଆଦରିନେଲେ। କବିତାରେ ଶୈଳୀ ଅପେକ୍ଷା ଭାବକୁ ସେ ଅଧିକ ଗୁରୁତ୍ବ ଦିଅନ୍ତି ବୋଲି ମତ ଦେଇଥିଲେ। ସେଭଳି କୌଣସି ବାଦ ବା ନିର୍ଦ୍ଦିଷ୍ଠ ସୀମା ଭିତରେ ନରହି ଯେତେବେଳେ ଯେଉଁ କଥାଟି ତାଙ୍କ ହୃଦୟକୁ ଆନ୍ଦୋଳିତ ଅଥବା ଆନନ୍ଦିତ କରେ ତାହାକୁ ସେ କବିତାର ରୂପଦେବାକୁ ଚେଷ୍ଟାକରନ୍ତି ବୋଲି କହିଥିଲେ ଶ୍ରୀ ଦାସ।

ପେନ୍‌ ଇନ୍‌ ବୁକ୍ସ‌ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ତଥା ଯୁବ କଥାକାର ଶୁଭ୍ରାଂଶୁ ପଣ୍ଡା କହିଥିଲେ ଯେ “ସମୟର ସାତରଙ୍ଗ” ଅସଲରେ ହେଉଛି ସମୟର ଶତରଙ୍ଗ। ଜୀବନର ନାନାବିଧ ରଙ୍ଗରେ ଝଳସୁଥିବା ଏହାର କବିତା ସବୁ ପାଠକଙ୍କୁ ନିଶ୍ଚୟ ଆମୋଦିତ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଅଭିନେତ୍ରୀ ଓ ଜଣାଶୁଣା ମଞ୍ଚ ଉପସ୍ଥାପିକା ମଧୁମିତା ମହାନ୍ତି ଉତ୍ସବ ପରିଚାଳନା କରିବା ସହ “ସମୟର ସାତରଙ୍ଗ” ପୁସ୍ତକରୁ କିଛି କବିତା ପାଠ କରିଥିଲେ।

କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଉତ୍ସବରେ କୌଣସି ଶ୍ରୋତାଙ୍କ ରଖାଯାଇନଥିଲା ଓ ଉତ୍ସବର ଭିଡିଓ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏ କବିତା ପୁସ୍ତକଟିକୁ ଆଗ୍ରହୀ ପାଠକମାନେ ଆମାଜନ୍‌ ମାଧ୍ୟମରେ କିଣିପାରିବେ ବୋଲି ସେ ସୂଚନା ଦେଇଥିଲେ।

Previous Post

ଭାରତୀୟ ହକି ଦଳର ଅଲିମ୍ପିକ୍ସ ସଫଳତା

Next Post

ସରୋଜ କାନ୍ତ ମିଶ୍ର – ଏକ ଅନନ୍ୟ ବ୍ୟକ୍ତିତ୍ୱ

Next Post
ସରୋଜ କାନ୍ତ ମିଶ୍ର – ଏକ ଅନନ୍ୟ ବ୍ୟକ୍ତିତ୍ୱ

ସରୋଜ କାନ୍ତ ମିଶ୍ର – ଏକ ଅନନ୍ୟ ବ୍ୟକ୍ତିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA