Friday, May 8, 2026 06:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରୋଜ କାନ୍ତ ମିଶ୍ର – ଏକ ଅନନ୍ୟ ବ୍ୟକ୍ତିତ୍ୱ

ଏକାଦଶାହ ଉପଲକ୍ଷେ

by Our Correspondent
02 Aug, 2021- 09:17 AM
in Guest Column, Latest News, News
1 min read
0
ସରୋଜ କାନ୍ତ ମିଶ୍ର – ଏକ ଅନନ୍ୟ ବ୍ୟକ୍ତିତ୍ୱ

ଯେ କୌଣସି ବ୍ୟକ୍ତିର ବ୍ୟକ୍ତିତ୍ୱକୁ ବର୍ଣ୍ଣନା କରିବାକୁ ହେଲେ ସେହି ବ୍ୟକ୍ତିର ଗୁଣାବଳୀକୁ ବର୍ଣ୍ଣନା କରାଯାଏ । ସରୋଜ କାନ୍ତ ମିଶ୍ରଙ୍କୁ ବର୍ଣ୍ଣନା କରିବା ପାଇଁ ତାଙ୍କର ବ୍ୟକ୍ତିତ୍ୱକୁ ଅନୁଶୀଳନ କଲେ ଅତି ସଂକ୍ଷେପରେ କୁହାଯାଇପାରେ ଯେ ସେ ଥିଲେ ମାନବିକତା, ନିର୍ଭୀକତା, ସଚ୍ଚୋଟତା ଓ ନିରପେକ୍ଷତାର ଏକ ଜ୍ୱଳନ୍ତ ପ୍ରତୀକ । ଏପରି ଅସାଧାରଣ ବ୍ୟକ୍ତିତ୍ୱର ପ୍ରତିଫଳନ ତାଙ୍କର ସୁନ୍ଦର, ସୌମ୍ୟ ଓ ହସ ହସ ଚେହେରା, ତାଙ୍କର ତୀକ୍ଷ୍ନ ବୁଦ୍ଧି, ତୃଟି ଶୂନ୍ୟ କାର୍ଯ୍ୟଶୈଳି, ପରୋପକାରୀ ଓ ସହାନୁଭୂତିଶୀଳ ମନୋଭାବ ଓ ନିର୍ମଳ ଚିନ୍ତାଧାରାରେ ହେଉଥିଲା । ଏହିସବୁ ନୈିସର୍ଗିକ ଗୁଣର ଅଧିକାରୀ ହୋଇଥିବାରୁ ସେ ସମାଜରେ ସବୁ ବର୍ଗର ଲୋକଙ୍କର ଅତି ପ୍ରିୟ ହୋଇପାରିଥିଲେ । ଏହିସବୁ ତାଙ୍କ ପାଖରେ ବୋଧହୁଏ ସମ୍ଭବ ହୋଇଥିଲା ତାଙ୍କର ପିତା ସ୍ୱର୍ଗତଃ ଡ଼ାକ୍ତର ରମାକାନ୍ତ ମିଶ୍ର, ମାତା ସ୍ୱର୍ଗୀୟା ସରସ୍ୱତୀ ଦେବୀ, ପୂଜନୀୟ ପିତୃପ୍ରତିମ କକେଇ ସ୍ୱର୍ଗତଃ ଡ଼ାକ୍ତର କମଳାକାନ୍ତ ମିଶ୍ର, ସ୍ୱର୍ଗତଃ ବରଦାକାନ୍ତ ମିଶ୍ର (ଅବସରପ୍ରାପ୍ତ ଜିଲ୍ଲା ଜଜ୍) ଏବଂ ତାଙ୍କର ପିତୃତୁଲ୍ୟ ପରମଗୁରୁ ସ୍ୱର୍ଗତଃ ଗତିକୃଷ୍ଣ ମିଶ୍ର (ଅବସରପ୍ରାପ୍ତ ମୂଖ୍ୟ ବିଚାରପତି, ଓଡ଼ିଶା ହାଇକୋର୍ଟ)ଙ୍କର ସଂସ୍କାର ଓ ଆଶୀର୍ବାଦ ହେତୁ ।

ସାରା ଜୀବନ ଏହି ଗୁରୁଜନମାନଙ୍କର ଶିକ୍ଷା ଓ ମୂଲ୍ୟବୋଧକୁ ସରୋଜ କାନ୍ତ ମିଶ୍ର ପାଥେୟ କରି ନିଜର କର୍ମମୟ ଜୀବନକୁ ଆଗେଇ ନେଇଥିଲେ ଓ ତାଙ୍କର ଛଅ ଝିଅଙ୍କୁ ମଧ୍ୟ ଏହି ସଂସ୍କାର ଦେଇଥିଲେ । ନିଜର ଅତି ସଂସ୍କାରି ଓ ସୁଶିକ୍ଷିତା ସହଧର୍ମିଣୀଙ୍କ ସାହଚର୍ଯ୍ୟ ଓ ସହଯୋଗରେ ସେ ଜୀବନର ସମସ୍ତ ଆହ୍ୱାନକୁ ଖୁବ୍ ସହଜରେ ଗ୍ରହଣ କରି ଅତି ଦୃଢ଼ତାର ସହିତ ସାମନା କରୁଥିଲେ ଓ ସଫଳତା ହାସଲ କରୁଥିଲେ । ତାଙ୍କର କର୍ମମୟ ଜୀବନର ଘଟଣାବଳୀ ଯେ ଅନେକଙ୍କପାଇଁ ପ୍ରେରଣା ଓ ଉଦାହରଣ, ଏଥିରେ କୌଣସି ଦ୍ୱିମତ ନାହିଁ ।

ବିଚାରପତି ହିସାବରେ ତାଙ୍କର ବିଭିନ୍ନ ପ୍ରକାର ଆଇନ୍ ଉପରେ ଯେଉଁ ଅଗାଧ ଜ୍ଞାନ ଓ ବିଚକ୍ଷଣ ପାରଦର୍ଶିତା ଥିଲା, ଭାଷା ଉପରେ ଯେଉଁ ଦକ୍ଷତା ଥିଲା ତାହା କ୍ୱଚିତ ଦେଖିବାକୁ ମିଳେ ଓ ସେଥିପାଇଁ ସେ ଲୋକଦୃଷ୍ଟିରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିଲେ । ବିଚାରପତି ହିସାବରେ ସେ ବିଭିନ୍ନ କ୍ଷେତ୍ରରେ କାମ କରି ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଉଥିଲେ ସେସବୁ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଗ୍ରହଣ କରାଯାଉଥିଲା ଓ ପ୍ରଶଂସିତ ହେଉଥିଲା । ସଦସ୍ୟ ସଚିବ, ରାଜ୍ୟ ଆଇନ୍ ସହାୟତା ବୋର୍ଡ, ପ୍ରିଜାଇଡିଂ ଅଫିସର, ଲେବର କୋର୍ଟ ଓ ଇଣ୍ଡ୍ରଷ୍ଟ୍ରିଆଲ ଟି୍ରବ୍ୟୁନାଲ ରାଜ୍ୟ ସରକାରଙ୍କ ଆଇନ୍ ସଚିବ, ଉପାଧ୍ୟକ୍ଷ, ଓଡିଶା ପ୍ରଶାସନିକ ଟି୍ରବ୍ୟୁନାଲ ଭାବରେ ତାଙ୍କର କାର୍ଯ୍ୟ ଦକ୍ଷତା ଓ ପାରଦର୍ଶିତା ତାଙ୍କୁ ସ୍ୱତନ୍ତ୍ର କରିଥିଲା । ପ୍ରିଜାଇଡିଂ ଅଫିସର, ଇଣ୍ଡ୍ରଷ୍ଟ୍ରିଆଲ ଟି୍ରବ୍ୟୁନାଲ ଥିବା ସମୟରେ ଭୁବନେଶ୍ୱର ସତ୍ୟନଗର ବସ୍ତିବାସିନ୍ଦା ଉଚ୍ଛେଦର ତଦନ୍ତ କମିଶନ ହିସାବରେ ସେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ । ତାଙ୍କର ତଦନ୍ତ ରିପୋର୍ଟକୁ ହାଇକୋର୍ଟ ଗ୍ରହଣ କରିଥିଲେ ଓ ତାଙ୍କଦ୍ୱାରା ହୋଇଥିବା ତଦନ୍ତ ଓ ତତ୍ ସଂକ୍ରାନ୍ତ୍ରୀୟ ରିପୋର୍ଟରେ ତାଙ୍କର ଯେଉଁ ନିରପେକ୍ଷତା ଓ ନିର୍ଭୀକତା ଥିଲା ସେଥିପାଇଁ ସେ ଓଡ଼ିଶା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ବି.ଏଲ୍. ହଂସାରିଆ ଙ୍କ ଦ୍ୱାରା ଉଚ୍ଚ ପ୍ରଂଶସିତ ହୋଇଥିଲେ । ଯେଉଁ ମୂଲ୍ୟବୋଧ ଜଣେ ବିଚାରପତିଙ୍କ ପାଖରେ ରହିବା ଆଶା କରାଯାଏ ସେହି ମୂଲ୍ୟବୋଧ ତାଙ୍କ ପାଖରେ ଶେଷ ପର୍ଯ୍ୟନ୍ତ ଥିଲା । ଇଶ୍ୱର ତାଙ୍କ ଭିତରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଅଦମ୍ୟ ମାନସିକ ଶକ୍ତି ଓ ସାହସ ଭରି ଦେଇଥିଲେ ।

ସରୋଜକାନ୍ତ ମିଶ୍ର ଜଣେ ଦୃଢ଼ ଇଶ୍ୱର ବିଶ୍ୱାସୀ ବ୍ୟକ୍ତି ଥିଲେ । ତାଙ୍କର ପୁଣ୍ୟବଳ ହେତୁ ସେ ଗତ ଜୁଲାଇ ୨୩ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିଳାଦ୍ରି ବିଜେ ପୂଣ୍ୟ ତିଥିର ଅମୃତ ବେଳାରେ ଇହଲୀଳା ତ୍ୟାଗ କରି ତାଙ୍କର ପରିବାର ଓ ତାଙ୍କୁ ଭଲ ପାଉଥିବା ଅଗଣିତ ଲୋକଙ୍କୁ ଶୋକ ସାଗରରେ ଭସାଇ ମହାପ୍ରଭୁଙ୍କ ନିକଟକୁ ଚାଲିଗଲେ ।

Previous Post

ରଂଜନ କୁମାର ଦାସଙ୍କ କବିତା ସଂକଳନ “ସମୟର ସାତରଙ୍ଗ” ଉନ୍ମୋଚିତ

Next Post

ଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା

Next Post
ଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା

ଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA