Friday, April 24, 2026 09:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୋଦୀଙ୍କ ପ୍ରଶ୍ନର ଉତ୍ତର ଦେଲେ ପାଣ୍ଡିଆନ୍

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଚାର

by Our Correspondent
20 May, 2024- 10:10 PM
in Latest News, News, Politics
1 min read
0
ମୋଦୀଙ୍କ ପ୍ରଶ୍ନର ଉତ୍ତର ଦେଲେ ପାଣ୍ଡିଆନ୍

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର, ମାହାଙ୍ଗା, ଆଳି, ରାଜନଗର, ମହାକାଳପଡା ଓ ପାଟକୁରାରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ରେକର୍ଡ ମାର୍ଜିନରେ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି। ପ୍ରତ୍ୟେକ ସଭାରେ ସେ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କରିଥିବା ପ୍ରଶ୍ନ ଉପରେ ଉତ୍ତର ରଖିଛନ୍ତି ।

ଶ୍ରୀ ପାଣ୍ଡିଆନ୍ କହିଛନ୍ତି, ପ୍ରଥମ କଥା ଥିଲା ଚାଷୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି। ମାନ୍ୟବର ପ୍ରଧାନମନ୍ତ୍ରୀ କହୁଛନ୍ତି ଚାଷୀଭାଇମାନେ ଏମଏସପି ୨୩୦୦ ଟଙ୍କା ପାଉଛନ୍ତି । କିନ୍ତୁ ସେମାନେ ୩୧୦୦ ଟଙ୍କା ପାଇବା କଥା । ଏମଏସପି ଦାୟିତ୍ୱ କେନ୍ଦ୍ର ସରକାରଙ୍କର। ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହେଁ। ପ୍ରଧାନମନ୍ତ୍ରୀ ଚାହିଁ ଥିଲେ ଗୋଟିଏ ମିନିଟ୍‌ରେ ଦେଇ ପାରିଥାନ୍ତେ। ଆମ ମୁଖ୍ୟମନ୍ତ୍ରୀ ଏମଏସପି ବଢାଇବା ପାଇଁ ସବୁବେଳେ ଦାବୀ କରି ଆସିଛନ୍ତି । କିନ୍ତୁ କେନ୍ଦ୍ର କେବେ ଶୁଣି ନାହିଁ।

ଦ୍ୱିତୀୟ ପ୍ରଶ୍ନ ଥିଲା ଯେ ବିଜେଡି ସରକାର ଧୀମା କାମ କରୁଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ବିନମ୍ରତାର ସହିତ କହିବି ଥରେ କଟକରୁ ସମ୍ବଲପୁର ଗାଡିରେ ଯାଆନ୍ତୁ। ତାଙ୍କ ସରକାରଙ୍କ କାର୍ଯ୍ୟ ଦକ୍ଷତାର ନମୁନା ପାଇଯିବେ। ୧୦ ବର୍ଷ ହୋଇଗଲାଣି କାମ ସରୁନାହିଁ। ଏଇଟା କଣ ଡବଲ ଇଂଜିନର ସ୍ପିଡ୍ ?

ତୃତୀୟ ପ୍ରସଙ୍ଗ ହେଉଛି ଯେ ନବୀନ ପଟ୍ଟନାୟକ ସରକାର ସ୍ୱଚ୍ଛ ନୁହେଁ । ଏହା ହାସ୍ୟାସ୍ପଦ କଥା। ସାରା ପୃଥିବୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ବିଷୟ ଜାଣିଛି। ମୁଖ୍ୟମନ୍ତ୍ରୀଙ୍କର ସ୍ୱଚ୍ଛତାର ପରିଚୟ- ଓଡିଶାରେ କୋଇଲା ରାଜସ୍ୱ ୧୦ ଗୁଣ ବୃଦ୍ଧି ହୋଇଛି। ୫ ହଜାରରୁ ୫୦ ହଜାର କୋଟି ଟଙ୍କାକୁ ବଢିଛି। ପ୍ରଧାନମନ୍ତ୍ରୀ ନିଜେ ଉଭୟ ରାଜ୍ୟସଭା ଓ ଲୋକସଭାରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ଆଜି କେବଳ ନିର୍ବାଚନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଏ କଥା କହୁଛନ୍ତି ।

ପ୍ରଧାନମନ୍ତ୍ରୀ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେଲେ ଓଡିଶାବାସୀ ଖୁସି ହେବେ ବୋଲି ସେ କହିଥିଲେ ।

କେନ୍ଦ୍ରାପଡାର ସଭାଗୁଡିକରେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରି ସେ କହିଲେ ଯେ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାରର ସଦସ୍ୟ ବୋଲି ଭାବନ୍ତି। ରାଜନୀତି କି କ୍ଷମତା ପାଇଁ ସେ ଆସି ନାହାନ୍ତି। ସେ ଆସିଛନ୍ତି ସେବା କରିବା ପାଇଁ। ମୁଖ୍ୟମନ୍ତ୍ରୀ କଥାରେ ନୁହେଁ , କାମରେ ବିଶ୍ୱାସ କରନ୍ତି । ଜୁନ୍‌ ୯ରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଛାଡ କରିବେ। ଦ୍ୱିତୀୟ ଦସ୍ତଖତରେ ବିଏସକେୱାଇ କାର୍ଡରେ ସମସ୍ତେ ସାମିଲ ହେବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା ମାନଙ୍କୁ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନସନ ଦେବେ ।

ନବୀନ ପଟ୍ଟନାୟକଙ୍କ ଶପଥ ଉତ୍ସବକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଆସିବା ପାଇଁ ସେ ନିମନ୍ତ୍ରଣ କରି କହିଲେ ଯେ ସେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଠାରୁ ଓଡିଶାବାସୀଙ୍କ ପାଇଁ ୩ଟି ଉପହାର ଆଶା କରୁଛନ୍ତି। ପ୍ରଥମରେ ଧାନର ଏମଏସପି ୩୧୦୦ ଟଙ୍କା କରାଯାଉ। ଦ୍ୱିତୀୟରେ କୋଇଲା ରୟାଲଟି ବୃଦ୍ଧି କରାଯାଉ। ତୃତୀୟରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଉପହାର ମିଳିବ ବୋଲି ସେ କହିଥିଲେ।

ବିଭିନ୍ନ ସଭାରେ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀଙ୍କୁ ତୀବ୍ର ସମାଲୋଚନା କରି ସେ କହିଲେ ଯେ ତାଙ୍କୁ ଯୋଉ ହାତ ଖାଇବାକୁ ଦେଉଛି, ସେ ହାତକୁ ସେ କାମୁଡୁଛନ୍ତି। ସେ ଓ ତାଙ୍କ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣ ଜାଣିଛନ୍ତି କୁମ୍ଭୀର କିଏ !ଏ ଅଞ୍ଚଳରେ ଧଳା କଳା ସବୁ ପ୍ରକାର କୁମ୍ଭୀର ଅଛନ୍ତି। କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ସେ ୧୦ ବର୍ଷ ପାଇଁ ସାଂସଦ ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ଦାୟିତ୍ୱ ଦେଇଥିଲେ ଅଞ୍ଚଳ ପାଇଁ ପୁଞ୍ଜି ଆଣିବା ପାଇଁ। ଶିଳ୍ପ ଆଣିବା ପାଇଁ। କିନ୍ତୁ ସେ ନିଜ ଅଞ୍ଚଳ ପାଇଁ ନ ଆଣି ତାଙ୍କ ନିଜ ଶିଳ୍ପର ପୁଞ୍ଜି ବଢେଇ ଚାଲିଲେ। ସେ ବିଶ୍ୱାସଘାତକତା କଲେ ଏ ମାଟିକୁ। ମୁଖ୍ୟମନ୍ତ୍ରୀ ତାଙ୍କୁ ସେଥିପାଇଁ ବରଖାସ୍ତ କରିଦେଲ।

ତାଙ୍କ ଦଳ ଏବେ ବାହାରୁ ନେତା ଆଣି ପ୍ରଚାର କରୁଛନ୍ତି। ତାଙ୍କୁ ପଚାରନ୍ତୁ ବର୍ଷା, ବାତ୍ୟା, ବନ୍ୟା ବେଳେ ସେମାନେ କୋଉଠି ଥିଲେ? ଏଠି କେବଳ ନବୀନ ଇଞ୍ଜିନ କାମ ଦେବ, ଡବଲ ଇଞ୍ଜିନ ପୁରା ଫେଲ୍।

କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା, ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା, ଆଳି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ, ମହାକାଳପଡା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ, ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଓ ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ଚରଣ ସାହୁ ପ୍ରମୁଖ ନିଜ ନିଜ ସପକ୍ଷରେ ପ୍ରଚାର କରି ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।

Previous Post

ମହାପ୍ରଭୁଙ୍କୁ ବି ମୋଦୀଭକ୍ତ କରିଦେଲେ ସମ୍ବିତ୍ ପାତ୍ର

Next Post

ଆଉ ୪ ବିଧାୟକ ସଭ୍ୟପଦ ହରାଇବେ

Next Post
ଆଉ ୪ ବିଧାୟକ ସଭ୍ୟପଦ ହରାଇବେ

ଆଉ ୪ ବିଧାୟକ ସଭ୍ୟପଦ ହରାଇବେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA