Monday, June 22, 2026 09:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାର୍ତ୍ତିକ ପାଣ୍ଡିଆନ୍: ନ୍ୟୁଜମେକର୍ ଅଫ୍ ଦି ଇୟର !

by Our Correspondent
30 Dec, 2023- 08:19 PM
in Editors Pick, Latest News, News
1 min read
0
କାର୍ତ୍ତିକ ପାଣ୍ଡିଆନ୍: ନ୍ୟୁଜମେକର୍ ଅଫ୍ ଦି ଇୟର !

ଭୁବନେଶ୍ୱର: ୨୦୨୩ ମସିହାରେ ଓଡ଼ିଶା ରାଜନୀତିରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ଭି. କାର୍ତ୍ତିକ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଏହି କ୍ଷମତାଶାଳୀ ପୂର୍ବତନ ଅଧିକାରୀଙ୍କୁ ଗତ କିଛି ବର୍ଷ ଧରି ରାଜ୍ୟ ପ୍ରଶାସନର ମଙ୍ଗୁଆଳ କୁହାଯାଉଥିଲା । ମାତ୍ର ଚଳିତବର୍ଷରୁ ତାଙ୍କୁ ଡବଲ୍ ଭୂମିକାରେ ଦେଖିବାକୁ ମିଳିଛି । ଚାକିରି ଛାଡ଼ି ରାଜନୀତିରେ ପାଦ ଦେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇ ଓଡ଼ିଶା ରୂପାନ୍ତରଣର ଦାୟିତ୍ୱ ଧରାଇଛନ୍ତି । ସେହିଭଳି ବିଜେଡିରେ କୌଣସି ପଦପଦବୀ ନ ଥିଲେ ମଧ୍ୟ ଦଳର ପ୍ରମୁଖ କର୍ତ୍ତା ଭାବେ ତାଙ୍କର ଭୂମିକା ବାରି ହୋଇଯାଉଛି । ଅତଏବ ଉଭୟ ସରକାର ଓ ଦଳରେ ମୁଖ୍ୟମନ୍ତ୍ରୀ ତାଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ସମ୍ଭବତଃ ପାଣ୍ଡିଆନଙ୍କ ଉପରେ ନ୍ୟସ୍ତ କରିଛନ୍ତି । ଏହି ଦୃଷ୍ଟିରୁ ହୁଏତ ନବୀନଙ୍କ ଉତ୍ତରାଧିକାରୀ କିଏ ବୋଲି ପ୍ରଶ୍ନର ଉତ୍ତର ଦେଇଛି ୨୦୨୩ ।

ବିଜେଡି ରାଜନୀତିରେ କାର୍ତ୍ତିକ ପାଣ୍ଡିଆନଙ୍କର ଉତଥାନ ଆଦୌ ଅଚାନକ ନୁହେଁ । ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ ୨୦୦୦ ବ୍ୟାଚ୍ ର ଏହି ଆଇଏଏସ୍ ଅଫିସର । ବିଶ୍ୱନୀୟତା, ଦାୟିତ୍ୱରେ ନିଷ୍ଠାପରତା ଏବଂ କଠୋର ପରିଶ୍ରମ ତାଙ୍କୁ ଆଜି ଏହି ସ୍ଥାନକୁ ନେଇଆସିଛି । ତାଙ୍କର କଟୁ ସମାଲୋଚକମାନେ ମଧ୍ୟ ଏହି କଥାକୁ ସ୍ୱୀକାର କରୁଛନ୍ତି ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେପି ନେତାମାନେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବା ବଦଳରେ ତାଙ୍କର ଏହି ବ୍ୟକ୍ତିଗତ ସଚିବଙ୍କ ପଛରେ ପଡ଼ିଥିଲେ । କିନ୍ତୁ ନେପଥ୍ୟରେ ଥିବା ପାଣ୍ଡିଆନଙ୍କ ଗୋଟିଚାଳନା ବିଜେପିର ତୁଙ୍ଗ ନେତାମାନଙ୍କୁ ଧରାଶାୟୀ କରିଥିଲା । ଏହା ଶୁଣିବାକୁ କଠୋର ହୋଇଥିଲେ ମଧ୍ୟ ଏହାର ସତ୍ୟତାକୁ ଓଡ଼ିଶାବାସୀ ଅଙ୍ଗେ ନିଭାଇଛନ୍ତି ।

୨୦୧୯ ମସିହାରେ ପଞ୍ଚମ ଥର ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲା ପରେ ଶ୍ରୀ ପାଣ୍ଡିଆନଙ୍କୁ ୫-ଟି ସଚିବ ଭାବେ ନିଯୁକ୍ତି ଦେଇ ଓଡ଼ିଶା ରୂପାନ୍ତରଣର ମଙ୍ଗ ଧରାଇଥିଲେ । ବହୁ ଚର୍ଚ୍ଚିତ ପୁରୀ ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟକାରୀର ଦାୟିତ୍ୱ ସିଧାସଳଖ ତାଙ୍କୁ ଦେଇଥିଲେ । ତାଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ସେହି ପ୍ରକଳ୍ପ ବାସ୍ତବ ରୂପ ନେବାକୁ ଯାଉଛି ।

ଏହାଛଡ଼ା ଲିଙ୍ଗରାଜ ମନ୍ଦିର, ସମଲେଇ ମନ୍ଦିର, ଘଟଗାଁ ତାରିଣୀ ମନ୍ଦିର, ଗଞ୍ଜାମର ତାରାତାରିଣୀ ମନ୍ଦିର, ବରଗଡ଼ର ନୃସିଂହନାଥ ମନ୍ଦିର, ବଲାଙ୍ଗୀରର ହରିଶଙ୍କର ମନ୍ଦିର, କଣ୍ଟିଲୋ ନୀଳମାଧବ ମନ୍ଦିର ସମେତ ବିଭିନ୍ନ ଚର୍ଚ୍ଚ ଓ ମସଜିଦ ଆଦି ଧାର୍ମିକ ସ୍ଥଳୀଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ।

ରାଜ୍ୟର ସ୍କୁଲ ଓ ହସ୍ପିଟାଲ୍ ରୂପାନ୍ତରଣର କାର୍ଯ୍ୟ ମଧ୍ୟ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାରି ରହିଛି । ଓଡ଼ିଶାକୁ କ୍ରୀଡ଼ା ହବ୍ କରି ବିଶ୍ୱରେ ପରିଚିତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ସଠିକ୍ ପାଳନ କରିବାରେ ପାଣ୍ଡିଆନଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ । ଜାତୀୟ ହକି ଦଳର ପ୍ରାୟୋଜକ ହୋଇ ଓଡ଼ିଶା ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ନିଜର ନାମକୁ ଉଜ୍ଜଳ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତ ମାର୍ଚ୍ଚ ମାସରୁ ଶ୍ରୀ ପାଣ୍ଡିଆନ ସାରା ରାଜ୍ୟ ଗସ୍ତ କରି ଲୋକଙ୍କଠାରୁ ଅଭିଯୋଗ ସଂଗ୍ରହ କରିଥିଲେ । ୬୨ ଦିନରେ ସେ ୧୪୭ଟି ଯାକ ନିର୍ବାଚନମଣ୍ଡଳୀ ବୁଲି ୨୦୦ ମିଟିଂରେ ଯୋଗଦେଇଥିଲେ । ଏହି କ୍ରମରେ ସେ ୨୫ ଲକ୍ଷ ଲୋକଙ୍କ ସହ ସିଧାସଳଖ ଯୋଡି ହୋଇଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଏହାକୁ ଆୟୁଧ କରି ୪ ହଜାର କୋଟିର ‘ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଅକ୍ଟୋବର ୨୩ ରେ ଶ୍ରୀ ପାଣ୍ଡିଆନ୍ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ୫-ଟି ଏବଂ ‘ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି । ଏହି ନୂଆ ଭୂମିକାରେ ସେ ଅଧିକ ସକ୍ରିୟ ହୋଇଛନ୍ତି । ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା ପାଇଁ ଇତିମଧ୍ୟରେ ପୁଣି ଥରେ ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି ।

ଜଣେ ସରକାରୀ ଅଧିକାରୀ ହୋଇ ଜିଲ୍ଲା ଗସ୍ତ ଆଳରେ ଶ୍ରୀ ପାଣ୍ଡିଆନ୍ ବିଜେଡି ପାଇଁ ରାଜନୈତିକ କାର୍ଯ୍ୟକ୍ରମ କରୁଥିବା ପୂର୍ବରୁ ବିରୋଧୀ ଦଳମାନେ ଅଭିଯୋଗ କରୁଥିଲେ । ଦମ୍ ଥିଲେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେବାକୁ ଚାଲେଂଜ କରିଥିଲେ । ପାଣ୍ଡିଆନ୍ ସେୟା କରି ଦେଖାଇଲେ ।

ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଦଶହରା ଛୁଟି ବେଳେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବାର ମାତ୍ର ତିନି ଦିନରେ ତାହା ମଂଜୁରି ଲାଭ କରିଥିଲା । ଏହାପୂର୍ବରୁ ଅଗଷ୍ଟ ମାସରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଓଡ଼ିଶା ଗସ୍ତ କାଳରେ ଶ୍ରୀ ପାଣ୍ଡିଆନଙ୍କ ସହ ପାଖାପାଖି ଅଧଘଣ୍ଟା ଧରି ନିଭୃତ ଆଲୋଚନା କରିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ସ୍ୱେଚ୍ଛାକୃତ ଅବସର ଆବେଦନ ତତ୍କାଳ ଗ୍ରହଣ ହେବାର ରହସ୍ୟ ଓଡ଼ିଶାରେ ବିଜେପି ଦଳର ନେତାଙ୍କୁ ଅବୁଝା ହୋଇ ରହିଛି ।

ଶାସକ ଦଳ ଓ ସରକାରର ନେପଥ୍ୟ ନାୟକ ପାଣ୍ଡିଆନ ଏବେ ସ୍ୱାଭାବିକ ଭାବେ ବିରୋଧୀ ଦଳର ମୁଖ୍ୟ ଟାର୍ଗେଟ୍ ରେ । ଭଲ କାମର ପ୍ରଶଂସା ତୁଳନାରେ ବିଭିନ୍ନ ସ୍ତରରେ ଦୁର୍ନାମର ବୋଝ ତାଙ୍କ ମୁଣ୍ଡରେ ଅଧିକ ଲଦି ହୋଇଛି । ବିବାଦରୁ ସେ ମୁକ୍ତ ନାହାନ୍ତି । ସଦ୍ୟ ବିବାଦୀୟ ପ୍ରସଙ୍ଗ ହେଉଛି ସୋସିଆଲ୍ ମିଡିଆ ଇନଫ୍ଲୁଏନସର୍ କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ଘଟଣା । କାମିଆ ଜଣେ ଗୋମାଂସ ଭକ୍ଷଣୀ ଏବଂ ଶ୍ରୀ ପାଣ୍ଡିଆନ ତାଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପାଇଁ ଡାକିଆଣି ମହାପ୍ରସାଦ ଖୁଆଇବା ବିଧର୍ମୀ କାର୍ଯ୍ୟ ବୋଲି ବିରୋଧୀଙ୍କ ପକ୍ଷରୁ ସୋସିଆଲ୍ ମିଡିଆରେ ପ୍ରଚାର ଚାଲିଛି ।

ଏ ପ୍ରସଙ୍ଗରେ ଅବଶ୍ୟ ରାଜ୍ୟ ବିଜେପି ସଭାପତିଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ, ଦଳୀୟ ସାଂସଦଗଣ ଏବଂ ବରିଷ୍ଠ ନେତାମାନଙ୍କ ପକ୍ଷରୁ ସେଭଳି ପ୍ରତିକ୍ରିୟା ଆସିନାହିଁ । କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଉଥିଲେ ମଧ୍ୟ ତାହା ପ୍ରଭାବୀ ହୋଇନାହିଁ ।

ଅନ୍ୟପକ୍ଷରେ ଶ୍ରୀ ପାଣ୍ଡିଆନ ସୋସିଆଲ୍ ମିଡିଆ ଟ୍ରଲ୍ ରେ ଆଦୌ ବିଚଳିତ ହୋଇନାହାନ୍ତି । ବରଂ ନିଜ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ନେଇଛନ୍ତି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଉଭୟ ଦଳ ଓ ସରକାରକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ପାଇଁ ତାଙ୍କର ୨୪ ଘଣ୍ଟିଆ କାର୍ଯ୍ୟକ୍ରମ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଥିବା ବେଳେ ବିରୋଧୀ ଦଳଙ୍କୁ ତଟସ୍ଥ କରିଛି । ରାଜନୈତିକ ଲକ୍ଷ୍ୟ ଯାହା ହେଉ ନା କାହିଁକି ଲୋକଙ୍କ ହୃଦୟ ଜିଣିବା ପାଇଁ କିଭଳି କଠୋର ପରିଶ୍ରମ କରିବାକୁ ପଡ଼େ ସେହି ଉଦାହରଣରେ ସଦ୍ୟତମ ଯୋଡି ହୋଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

Previous Post

ଅରୁଣ ଷଡ଼ଙ୍ଗୀ ହେଲେ ଭାରପ୍ରାପ୍ତ ପୁଲିସ ଡିଜି

Next Post

ଦାମ ରାଉତଙ୍କ ଉପରୁ ବହିଷ୍କାର ହଟିଲା

Next Post
ଦାମ ରାଉତଙ୍କ ଉପରୁ ବହିଷ୍କାର ହଟିଲା

ଦାମ ରାଉତଙ୍କ ଉପରୁ ବହିଷ୍କାର ହଟିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA