Monday, June 29, 2026 11:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଆତ୍ମନିର୍ଭର ଭାରତ’ ନିର୍ମାଣ ମନ୍ତ୍ର ଦେଲେ ରାଜ୍ୟପାଳ

କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ

by Our Correspondent
27 Jun, 2021- 07:50 PM
in Latest News, News
1 min read
0
‘ଆତ୍ମନିର୍ଭର ଭାରତ’ ନିର୍ମାଣ ମନ୍ତ୍ର ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଆତ୍ମନିର୍ଭର ଭାରତର ସଫଳ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ୍‍ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମତ ଦେଇଛନ୍ତି । ଆଜି ଭର୍ଚୁଆଲ୍ ଜରିଆରେ ଅନୁଷ୍ଠିତ କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ରାଜ୍ୟପାଳ ପ୍ରଫେସର ଲାଲ୍‍ କହିଛନ୍ତି, ଜନଜାତି ସମ୍ପ୍ରଦାୟରେ ପ୍ରତିଭାଙ୍କ ଅଭାବ ନାହିଁ। ସେମାନଙ୍କ ପାଇଁ ଭଲ ପରିବେଶ, ପ୍ରୋତ୍ସାହନ ଏବଂ ସମୟ ଭିତ୍ତିକ ପ୍ରଦର୍ଶନର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀଙ୍କୁ ଭୋକାଲ୍‍ ଫର୍‍ ଲୋକାଲ୍‍ ପାଇଁ ଶପଥ ନେବା ସହ ଏକ ସଫଳ ଆତ୍ମନିର୍ଭର ଭାରତ ନିର୍ମାଣରେ ସେମାନଙ୍କ ଯୋଗଦାନ ଓ ପ୍ରୟାସ ସୁନିଶ୍ଚିତ କରିବା ଦରକାର । ଏହି ଅବସରରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇ କହିଥଲେ, ଶ୍ରୀ ସାମନ୍ତ କିସ୍‍ ଭଳି ଏକ ଅନନ୍ୟ ଅନୁଷ୍ଠାନ ଗଢ଼ି ଏହା ମାଧ୍ୟମରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି।

ଅତିଥିଙ୍କୁ ସ୍ୱାଗତ କରିବା ସହ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭନନ୍ଦନ ଜଣାଇ ଶ୍ରୀ ସାମନ୍ତ କହିଥିଲେ, କିସ୍‍ ଆଜି ଲକ୍ଷାଧିକ ଜନଜାତି ଶିଶୁ ଓ ଯୁବକଯୁବତୀଙ୍କ ଉପରେ ପ୍ରରୋକ୍ଷରେ ପ୍ରଭାବ ପକାଇ ପାରିଛି। ଏହା ଜନଜାତି ସଶକ୍ତିକରଣ ଇତିହାସରେ ଏକ ମାଇଲ୍‍ଖୁଣ୍ଟ। ୧୯୯୨-୯୩ ମସିହାରେ ମାତ୍ର ୧୨୫ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଛୋଟିଆ ଅନୁଷ୍ଠାନ ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ଯାହା ମୁଁ କେବେ ସ୍ୱପ୍ନରେ ଭାବି ନଥିଲି ।

ଏହି ଅବସରରେ କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଲାଲ୍‍ଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା। କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଅନ୍ୟ ତିନିଜଣ ପ୍ରତିଷ୍ଠିତ ଓଡିଆ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡି.ଲିଟ୍‍ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଭାରତର ମହାଲେଖାକାର ଓ ମହାସମୀକ୍ଷକ ଗିରୀଶ ଚନ୍ଦ୍ର ମୁର୍ମୁ, କେନିଆର ସାଂସଦ ତଥା କେନିଆ ମେଡିହିଲ୍‍ ହସ୍ପିଟାଲ୍‍ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ସ୍ୱରୂପ ରଞ୍ଜନ ମିଶ୍ର ଏବଂ ନିୟୁର୍କରେ ରହୁଥିବା ବିଶିଷ୍ଟ ଫେସନ୍‍ ଓ କଷ୍ଟିୟୁମ୍‍ ଡିଜାଇନର୍‍ ବିଭୁ ମହାପାତ୍ର।

ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ. ତ୍ରିପାଠୀ ନିଃସ୍ୱାର୍ଥ ସେବା ଓ ମାନବିକତାର ପରମ୍ପରାକୁ ଦୃଢ଼ତାର ସହ ଆଗକୁ ବଢ଼ାଇ ନେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଆଗରେ ରହି କିପରି ନେତୃତ୍ୱ ନେଇହୁଏ ତାହା କିସ୍‍ ଦେଖାଇ ପାରିଛି ବୋଲି ଉପକୁଳାଧିପତି ଡ. ଉପେନ୍ଦ୍ର ତ୍ରିପାଠୀ କହିଥିଲେ। ଆଗାମୀ ଦଶକରେ ବିଶ୍ୱସ୍ତରୀୟ ବିଦ୍ୱାନଙ୍କ ତତ୍ତ୍ୱାବଧାନରେ କିସ୍‍ ଏକ ବିଶ୍ୱସ୍ତରୀୟ ଶୈକ୍ଷିକ କେନ୍ଦ୍ରରେ ପରଣିତ ହେବ ବୋଲି କହିଥିଲେ।

ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ କୁଳପତି ପ୍ରଫେସର ଦୀପକ କୁମାର ବେହେରା। ଅନ୍ୟମାନଙ୍କ ମଧ୍ୟରେ ଉପକୁଳପତି ପ୍ରଫେସର ପୀତବାସ ସାହୁ ଏବଂ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ବକ୍ତବ୍ୟ ରଖିଥିଲେ ।

କିସ୍‍ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ସର୍ବାଧିକ ସିଜିପିଏ ହାସଲ୍‍ କରିଥିବା ଟ୍ରାଇବାଲ୍‍ ରିସୋର୍ସ ମ୍ୟାନେଜମେଣ୍ଟ ସ୍କୁଲ୍‍ର୨୦୧୯ ବ୍ୟାଚ୍‍ ଛାତ୍ରୀ ମଲହୋ ମାର୍ଡି ଏବଂ ସ୍କୁଲ୍‍ ଅଫ୍‍ ଇଣ୍ଡିଜନସ୍‍ ନଲେଜ୍‍, ସାଇନସ୍‍ ଓ ଟେକ୍ନୋଲୋଜିର ୨୦୨୦ ବ୍ୟାଚ ଛାତ୍ର ପ୍ରଶାନ୍ତ ମାଝୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସେହିପରି ୧୪ଜଣ କୃତୀ ଛାତ୍ରଛାତ୍ରଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ୧୪ଜଣ ଛାତ୍ରଛାତ୍ରୀଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।

Previous Post

ପୂର୍ବତନ କୁଳପତିଙ୍କୁ ମାରିଦେଲା ମାତାଲ ଯୁବକ

Next Post

ଆଇଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ

Next Post
ଆଇଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ

ଆଇଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA