Monday, June 29, 2026 09:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

by Our Correspondent
30 Nov, 2022- 08:29 PM
in Latest News, News
1 min read
0
କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ଭୁବନେଶ୍ୱର: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଟ୍‍କୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଥିବା କର୍ପୋରେଟ୍‍, ବିଭିନ୍ନ ସ୍ପୋର୍ଟସ କଣ୍ଟ୍ରୋଲ୍‍ ବୋର୍ଡ, ଏନ୍‍ଜିଓଙ୍କ ସମେତ ରାଜ୍ୟ ଓ ଜାତୀୟସ୍ତରରେ ଥିବା କ୍ରୀଡ଼ା ଅନୁଷ୍ଠାନଗୁଡ଼ିକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି ।
ଏଥିରେ ଖୁସି ବ୍ୟକ୍ତ କରିବା ସହ ଅତୀତର ସ୍ମୃତିଚାରଣ କରି ଶ୍ରୀ ସାମନ୍ତ କହିଲେ କିଟ୍‍ ଆରମ୍ଭ ହେବା ଦିନଠାରୁ କ୍ରୀଡ଼ା ପ୍ରତି ନିଆଯାଇଥିବା ପଦକ୍ଷେପ ସ୍ୱରୂପ ଆଜିର ଏହି ଜାତୀୟସ୍ତରର ପୁରସ୍କାର ମିଳିଛି । ଶିକ୍ଷା ସହ କ୍ରୀଡ଼ା, କ୍ରୀଡ଼ାବିତ୍‍ ଓ କ୍ରୀଡ଼ା ଭିତ୍ତିଭୂମିକୁ ଆମେ ସୁଦୃଢ଼ କରିଆସୁଛୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇ ଦେବା ଫଳରେ କିଟ୍‍ ମଧ୍ୟ ଏଥିରେ ଉତ୍ସାହିତ ହୋଇ କ୍ରୀଡ଼ାକୁ ଆହୁରି ଆଗେଇ ନେବା ପାଇଁ ଚେଷ୍ଟା କରୁଛି । ଏହି ପୁରସ୍କାର କିଟ୍‍ ପାଇଁ ଗର୍ବ ଓ ଆନନ୍ଦର ବିଷୟ ବୋଲି ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିବା ସହ ଏହି ପୁରସ୍କାରକୁ ସେ କିଟ୍‍ର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଉତ୍ସର୍ଗ କରିଛନ୍ତି ।
ସୂଚନାଯୋଗ୍ୟ, ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କିଟ୍‍ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିଆସୁଛି । ଫଳରେ ଅଲିମ୍ପିଆନ୍‍ ଦୂତୀ ଚାନ୍ଦ, ଶିବପାଲ ସିଂହ, ଅମିତ ରୋହିଦାସ ଓ ଅଶି ଚାଳକ ଭବାନୀ ଦେବୀଙ୍କ ଭଳି ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‍ ସୃଷ୍ଟି ହୋଇପାରିଛନ୍ତି । ଅତ୍ୟାଧୁନିକ ଓ ଉନ୍ନତ କ୍ରୀଡ଼ା ଭିତ୍ତିଭୂମିଠାରୁ ଆରମ୍ଭ କରି ଅଲିମ୍ପିଆନ୍‍ ସୃଷ୍ଟି କରି କିଟ୍‍ ସମଗ୍ର ବିଶ୍ୱରେ ନାଁ କମେଇ ପାରିଛି । ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଥିବାରୁ କିଟ୍‍ର ସମସ୍ତ ଛାତ୍ରଛାତ୍ରୀ, ଖେଳାଳି ଓ କର୍ମଚାରୀମାନେ ଆନନ୍ଦ ପ୍ରକାଶ କରିଛନ୍ତି ।
Previous Post

ପ୍ରତିଶ୍ରୁତି ପାଳନ କଲେ ମୁଖ୍ୟମନ୍ତ୍ରୀ

Next Post

ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍

Next Post
ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍

ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA