Friday, May 8, 2026 06:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିମସରେ ଭାରତର ପ୍ରଥମ ବହୁମୁଖୀ ୟୁଥ୍‍ ୱେଲନେସ୍‍ କ୍ଲିନିକ୍

by Our Correspondent
24 Jan, 2026- 12:13 AM
in Health, Latest News, News
1 min read
0
କିମସରେ ଭାରତର ପ୍ରଥମ ବହୁମୁଖୀ ୟୁଥ୍‍ ୱେଲନେସ୍‍ କ୍ଲିନିକ୍

ଭୁବନେଶ୍ୱର: ଯୁବପିଢ଼ିଙ୍କ ଅଣଦେଖା କରାଯାଉଥିବା ସ୍ୱାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ, କିମ୍‍ସ ଭୁବନେଶ୍ୱରର ଶିଶୁ ରୋଗ ବିଭାଗରେ ଏକ ଉତ୍ସର୍ଗୀକୃତ ଯୁବ ସୁସ୍ଥତା କ୍ଲିନିକ୍ ‘ତାରୁଣ୍ୟ’ ଉଦଘାଟିତ ହୋଇଯାଇଛି। ଏଥିରେ ୧୦ରୁ ୧୯ ବର୍ଷ ବୟସର କିଶୋରମାନଙ୍କ ସାମଗ୍ରିକ ସୁସ୍ଥତା ଉପରେ ଧ୍ୟାନ ଦିଆଯିବ।

କିଶୋରାବସ୍ଥାରେ ମଣିଷ ଶରୀରରେ ଶାରୀରିକ, ହରମୋନ୍‌, ମାନସିକ, ସାମାଜିକ ଓ ଭାବପ୍ରବଣ ଜନିତ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ। ଏହି ସମୟରେ ଯୁବକଯୁବତୀମାନଙ୍କୁ ବିଶେଷ ଭାବରେ ଦୁର୍ବଳ କରିଥାଏ ତଥା ସେମାନଙ୍କ ସ୍ୱାସ୍ଥ୍ୟ ଚିନ୍ତାକୁ ସ୍ପଷ୍ଟ କରିଥାଏ। ଏଭଳି ଜଟିଳତାର ସମାଧାନ ଲାଗି କିମସରେ ‘ତାରୁଣ୍ୟ’ ଭଳି ଦେଶର ପ୍ରଥମ କ୍ଲିନିକ୍ ଆରମ୍ଭ କରାଯାଇଛି। ଏହି କ୍ଲିନିକ୍‍ ଶିଶୁରୋଗ, ମାନସିକ ରୋଗ, ପ୍ରସୂତି ଓ ସ୍ତ୍ରୀରୋଗ ଓ କମ୍ୟୁନିଟି ମେଡିସିନ୍‍ ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ମିଳିତ ଭାବେ କାର୍ଯ୍ୟ କରୁଛି। ଶିଶୁରୋଗ ବିଶେଷଜ୍ଞ ଡା ସ୍ୱର୍ଣ୍ଣଲତା ଦାସଙ୍କ ନେତୃତ୍ୱରେ ଏହି କ୍ଲିନିକ୍ ପରିଚାଳିତ ହେଉଛି।

ୟୁଥ୍‍ ୱେଲନେସ୍‍ କ୍ଲିନିକ୍ କୈଶୋରାବସ୍ଥାର ବିକାଶ, ଋତୁସ୍ରାବ ସ୍ୱାସ୍ଥ୍ୟ ଓ ପିସିଓଏସ, ପୁଷ୍ଟିକର ପରାମର୍ଶ, ଚିନ୍ତା ଓ ପରୀକ୍ଷା ସମ୍ବନ୍ଧୀୟ ଚାପ, ସଂପର୍କ ଓ ଯୋଗାଯୋଗ ଚ୍ୟାଲେଞ୍ଜ, ନିଶା ନିବାରଣ ପରାମର୍ଶ, ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ଶିକ୍ଷା, ବୟସ-ଉପଯୋଗୀ ଟୀକାକରଣ ଉପରେ ମାର୍ଗଦର୍ଶନ ପ୍ରଦାନ କରିବ। ନୂତନ ଭାବପ୍ରବଣତା ପ୍ରତିକ୍ରିୟାରେ ପିତାମାତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ସାମାଜିକ ଗଣମାଧ୍ୟମର ଅତ୍ୟଧିକ ବ୍ୟବହାର ଓ ଡିଜିଟାଲ୍ ନିଶା ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକ ଉପରେ ମଧ୍ୟ ଏହି କ୍ଲିନିକ ମାଧ୍ୟମରେ ବିସ୍ତାର କରାଯିବ।

ପ୍ରଥମ ବର୍ଷରେ ଅତି କମରେ ୫ ହଜାର କିଶୋରକିଶୋରୀଙ୍କ ନିକଟରେ ପହଞ୍ଚିବା ଏହି କ୍ଲିନିକ୍‍ର ଲକ୍ଷ୍ୟ ରହିଛି। ଏହା ବ୍ୟତୀତ କ୍ଲିନିକ୍ ସଂପୂର୍ଣ୍ଣ କିଶୋର ସ୍ୱାସ୍ଥ୍ୟସେବା ପାଇଁ ଏକ ମଡେଲ ଢାଞ୍ଚାରେ ବିକଶିତ ହେବାକୁ ଲକ୍ଷ୍ୟ ରଖିଛି। ପ୍ରତି ଶନିବାର ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଚିକିତ୍ସା ଅପେକ୍ଷା ପ୍ରତିରୋଧ ଉପରେ ଏହି କ୍ଲିନିକ୍ ଅଧିକ ଗୁରୁତ୍ୱାରୋପ କରିବ। ଏହି କ୍ଲିନିକ୍‍ର ପ୍ରଚାର ପ୍ରସାର ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସ୍ଥାନୀୟ ଅଞ୍ଚଳ ପରିବେଶରେ ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ଗଣମାଧ୍ୟମ ବ୍ୟବହାର, ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ତଥା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ଡା ଆର.ସି. ଦାସ ଏହି କ୍ଲିନିକକୁ ଉଦଘାଟନ କରିଥିବା ବେଳେ କିମ୍‍ସ ମେଡିକାଲ୍ ଅଧୀକ୍ଷକ ଡା ମାନସ ରଞ୍ଜନ ବେହେରାଙ୍କ ସମେତ ଶିଶୁ ରୋଗ, ମାନସିକ ରୋଗ ଏବଂ କମ୍ୟୁନିଟି ମେଡିସିନ ବିଭାଗର ମୁଖ୍ୟ ଓ ଅଧ୍ୟାପକମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Previous Post

ଦୀର୍ଘ ଦିନ ପରେ ଏକାଠି ହେଲେ ଦୁଇବନ୍ଧୁ

Next Post

ଆଗୁଆ ହେବ ପଞ୍ଚାୟତ ନିର୍ବାଚନ

Next Post
ଆଗୁଆ ହେବ ପଞ୍ଚାୟତ ନିର୍ବାଚନ

ଆଗୁଆ ହେବ ପଞ୍ଚାୟତ ନିର୍ବାଚନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA