Thursday, April 30, 2026 03:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିରବି ଗଲେ ସ୍ୱର ସାମ୍ରାଜ୍ଞୀ

ସମଗ୍ର ଦେଶରେ ଶୋକର ଛାୟା

by Our Correspondent
06 Feb, 2022- 12:13 PM
in Latest News, News
1 min read
0
ନିରବି ଗଲେ ସ୍ୱର ସାମ୍ରାଜ୍ଞୀ

ମୁମ୍ବାଇ/ଭୁବନେଶ୍ୱର: ଆଉ ନାହାନ୍ତି ଲତା ମଙ୍ଗେସକର । ଦୀର୍ଘ ସାତ ଦଶନ୍ଧୀ ଧରି ଭାରତୀୟ ଜନଗଣଙ୍କ ହୃଦୟରେ ବସା ବାନ୍ଧିଥିବା ଏହି କିମ୍ବଦନ୍ତୀ ଗାୟିକାଙ୍କ ସ୍ୱର ଆଜି ନିରବି ଯାଇଛି । କୋଭିଡ୍ ରେ ଆକ୍ରାନ୍ତ ହେବା ପରେ ଦୀର୍ଘ ୨୯ ଦିନ ଧରି ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲ୍ ଭେଣ୍ଟିଲେଟରରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ୯୨ ବର୍ଷୀୟ ଲତାଜୀ । ମାତ୍ର ଆଜି ସକାଳ ୮ଟା ୧୨ ମିନିଟ୍ ରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ଏଥିସହ ଭାରତୀୟ ସଙ୍ଗୀତ ଜଗତରେ ଏକ ସୁବର୍ଣ୍ଣ ଯୁଗର ଅବସାନ ଘଟିଛି । ମହାନ୍ ଲତାଜୀଙ୍କ ମୃତ୍ୟୁ ସମଗ୍ର ଦେଶବାସୀଙ୍କୁ ମ୍ରିୟମାଣ କରିଛି । ତାଙ୍କ ସମ୍ମାନାର୍ଥେ ଭାରତ ସରକାର ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।

୧୯୨୯ ରେ ମଧ୍ୟପ୍ରଦେଶ ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିବା ଲତାଜୀ ମାତ୍ର ୫ ବର୍ଷ ବୟରେ ବାପା ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତକାର ପଣ୍ଡିତ ଦୀନନାଥ ମଙ୍ଗେସକରଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ୫ ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ବଡ଼ । ଲତାଜୀଙ୍କୁ ୧୩ ବର୍ଷ ହୋଇଥିବା ବେଳେ ବାପାଙ୍କ ମୃତ୍ୟୁ ହୋଇଥିଲା ଏବଂ ପରିବାରର ଦାୟିତ୍ୱବୋଝ ତାଙ୍କ ଉପରେ ପଡ଼ିଥିଲା । ଫଳରେ ବିଧିବଦ୍ଧ ଭାବେ ସେ ସଙ୍ଗୀତକୁ କ୍ୟାରିୟର୍ କରିଦେଇଥିଲେ ।

୧୯୪୨ ରେ ଏକ ମରାଠୀ ଫିଲ୍ମରେ ସେ ପ୍ରଥମେ ଗୀତ ଗାଇବାର ସୁଯୋଗ ପାଇଥିଲେ । ପରେ ସେ ବମ୍ବେ ଚାଲି ଆସି ଶାସ୍ତ୍ରୀୟ ସଙ୍ଗୀୀ ଶିକ୍ଷା କରିଥିଲେ । ୧୯୪୫ ରେ ହିନ୍ଦୀ ଫିଲ୍ମ ‘ମହଲ୍’ ରେ ମଧୁବାଲାଙ୍କ ପାଇଁ ସେ ଗାଇଥିଲେ ଆୟେଗା ଆନେୱାଲା ଗୀତ । ଏହା ସୁପର୍ ହିଟ୍ ହୋଇଥିଲା । ଏହାପରଠାରୁ ସେ କେବେ ପଛକୁ ଚାହିଁନାହାନ୍ତି ।

ନୌସାଦ, ଶଙ୍କର ଜୟକିଶନ, ସଲିଲ ଚୌଧୁରୀଙ୍କଠାରୁ ଏ ଆର ରେହେମାନ୍ ଙ୍କ ପର୍ଯ୍ୟନ୍ତ ସଙ୍ଗୀତ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ଗୀତ ଗାଇ ହଜାର ହଜାର ହିଟ୍ ଗୀତ ଦେଇଛନ୍ତି । ଲତାଜୀଙ୍କର ଏଭଳି କୌଣସି ଗୀତ ନାହିଁ ଯାହା ଶୁଣିଲେ ଭଲ ଲାଗିବ ନାହିଁ । ନୌସାଦଙ୍କ ବାଇଜୁ ବାୱରା, ମଦର ଇଣ୍ଡିଆ, ମୁଗଲ-ଇ-ଆଜାମ୍, ଶଙ୍କର ଜୟକିଶନଙ୍କ ବରସାତ୍, ଶ୍ରୀ ୪୨୦ ଏବଂ ସଲିଲ ଚୌଧୁରୀଙ୍କ ମଧୁମତୀ ଫିଲ୍ମରେ ଲତାଜୀଙ୍କ ସୁମଧୁର ଗୀତ ଲୋକପ୍ରିୟତାର ଶୀର୍ଷରେ ଥିଲା । ସେ ଗାଇଥିବା ଅନ୍ୟ ଚର୍ଚ୍ଚିତ ତଥା ହିଟ୍ ଫିଲ୍ମଗୁଡ଼ିକ ଥିଲା ପାକେଜା, ଅଭିମାନ, ଅମର ପ୍ରେମ, ଆନ୍ଧି, ସିଲିସିଲା, ଚାନ୍ଦନୀ, ସାଗର, ରୁଦାଲି, ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ ।

୧ ହଜାରରୁ ଅଧିକ ହିନ୍ଦୀ ଫିଲ୍ମ ଏବଂ ୩୬ ଟି ଭାରତୀୟ ଏବଂ ବିଦେଶୀ ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଛନ୍ତି ଲତା । ଦୁଇଟି ଓଡ଼ିଆ ଫିଲ୍ମରେ ସେ ଗୀତ ଗାଇଛନ୍ତି । ୧୯୭୪ ମସିହାରେ ସର୍ବାଧିକ ଗୀତ ଗାଇ ରେକର୍ଡ ସୃଷ୍ଟି କରିଥିଲେ ଲତା । ତାଙ୍କର ମଧୁର ସ୍ୱର ପାଇଁ ତାଙ୍କୁ ଭାରତର ନାଇଟଙ୍ଗେଲ କୁହାଯାଉଥିଲା ।

୧୯୬୨ ଭାରତ-ଚୀନ୍ ଯୁଦ୍ଧରେ ମୃତ ଭାରତୀୟ ସୈନିକଙ୍କ ଉଦ୍ଦେଶ୍ୟରେ ଲତା ଗାଇଥିଲେ ୟେ ମେରେ ୱତନ୍ କେ ଲୋଗୋ । ଲତାଙ୍କର ସୁମଧୁର କଣ୍ଠରେ ଏହି ଦେଶାତ୍ମବୋଧକ ଗୀତଟି ସାରା ଭାରତରେ ଚହଳ ସୃଷ୍ଟି କରିଥିଲା । ୧୯୬୩ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଦିଲ୍ଲୀର ଜାତୀୟ ଷ୍ଟାଡିୟମ୍ ରେ ରାଷ୍ଟ୍ରପତି ଡକ୍ଟର ଏସ. ରାଧାକୃଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଉପସ୍ଥିତିରେ ଲତାଜୀ ଏହି ଗୀତଟିକୁ ଗାଇଲାବେଳେ ନେହେରୁଙ୍କ ଆଖିରୁ ଲୁହ ବାହାରି ଆସିଥିଲା । ଏହି ଗୀତଟିର ଲୋକପ୍ରିୟତା ଆଜି ବି ଅତୁଟ ଅଛି ।

ଲତାଙ୍କୁ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନ ମିଳିଛି । ମଧୁମତୀ ଫିଲ୍ମ ପାଇଁ ୧୯୫୮ ରେ ତାଙ୍କୁ ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା । ପରବର୍ତ୍ତୀ ସମୟରେ ପରିଚୟ, କୋରା କାଗଜ୍ ଏବଂ ଲେକିନ୍ ଫିଲ୍ମ ପାଇଁ ତାଙ୍କୁ ତିନି ଥର ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା । ୧୯୬୯ ରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ୧୯୮୯ ରେ ଲତାଙ୍କୁ ମିଳିଥିଲା ଦାଦା ସାହେବ ଫାଲକେ ପୁରସ୍କାର । ୧୯୯୩ ରେ ମିଳିଥିଲା ଜୀବନ ବ୍ୟାପୀ ସାଧନା ପୁରସ୍କାର । ୧୯୯୭ ରେ ମହାରାଷ୍ଟ୍ର ଭୂଷଣ ଏବଂ ୧୯୯୯ ରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା । ୨୦୦୧ ରେ ମିଳିଥିଲା ଭାରତରତ୍ନ ସମ୍ମାନ । ୨୦୦୯ ରେ ଏକକାଳୀନ ୩ଟି ଜାତୀୟ ଚଳଚିତ୍ର ପୁରସ୍କାର ପାଇଥିଲେ । ୨୦୧୧ ରେ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ ଲତା ।

ପାଶ୍ଚାତ୍ୟ ଦେଶରେ ମଧ୍ୟ ଲତାଙ୍କର ଯଥେଷ୍ଟ ଲୋକପ୍ରିୟତା ଥିଲା । ତାଙ୍କ ଗୀତ ଶୁଣିବାକୁ ବିଦେଶୀମାନେ ବ୍ୟାକୁଳ ହେଉଥିଲେ । ତାଙ୍କୁ ମିଳିଥିଲା ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ।

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗ କେବଳ ସଙ୍ଗୀତ ଜଗତ ନୁହେଁ, ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସବୁ ଦଳର ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଲତାଙ୍କ ବିୟୋଗରେ ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଏହି ସମୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ।

ଆଜି ସଂଧ୍ୟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

Previous Post

ବେଙ୍ଗାଲୁରରେ ଖୋଲିଲା ‘ଛପନଭୋଗ’

Next Post

ଓଡ଼ିଶା-ମୋ ପରିବାର, କିଡସ୍ ଆନୁକୁଲ୍ୟରେ ଦାନ୍ତ ପରୀକ୍ଷା ଶିବିର

Next Post
ଓଡ଼ିଶା-ମୋ ପରିବାର, କିଡସ୍ ଆନୁକୁଲ୍ୟରେ ଦାନ୍ତ ପରୀକ୍ଷା ଶିବିର

ଓଡ଼ିଶା-ମୋ ପରିବାର, କିଡସ୍ ଆନୁକୁଲ୍ୟରେ ଦାନ୍ତ ପରୀକ୍ଷା ଶିବିର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA