Wednesday, April 22, 2026 07:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଲୁଲୁଙ୍କୁ ଝୁରିଲେ, କିନ୍ତୁ..

ସୋଫିଆଙ୍କ ବନ୍ଦନା କଟା ଘା' ରେ ଚୂନ!

by Our Correspondent
18 Mar, 2025- 10:10 PM
in Latest News, News, Politics
1 min read
0
ଲୁଲୁଙ୍କୁ ଝୁରିଲେ, କିନ୍ତୁ..

ଭୁୁବନେଶ୍ୱର: କଂଗ୍ରେସର ଯୁବ ବିଧାୟିକା ସୋଫିଆ ଫିର୍ଦୋଷଙ୍କର କିଛି ଟିପ୍ପଣୀ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏଥିରେ କଂଗ୍ରେସର ଦିବଙ୍ଗତ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କୁ ସେ ବହୁତ ମନେ ପକାଇଛନ୍ତି । କହିଛନ୍ତି, ଲୁଲୁଙ୍କ ପ୍ରତି ଆମ ମନରେ ବହୁତ ସମ୍ମାନ ଥିଲା ଏବଂ ଆଜି ମଧ୍ୟ ଅଛି । ତାଙ୍କ ନାଁ ଆସିଲେ ମନରେ ଶିହରଣ ଖେଳିଯାଏ । ସେ ଦଳ ପାଇଁ ଯେତିକି କରିଛନ୍ତି, ତାହାକୁ ଭୁଲି ହେବ ନାହିଁ ।

ବିଧାନସଭାରେ ମହିଳା ବାଚସ୍ପତିଙ୍କ ପ୍ରତି କଂଗ୍ରେସ ବିଧାୟକମାନଙ୍କର ଆଚରଣକୁ ବିଜେପିର ଯୁବ ବିଧାୟିକା ଉପାସନା ମହାପାତ୍ରଙ୍କ ସମାଲୋଚନା ପରିପ୍ରେକ୍ଷୀରେ ସୋଫିଆ ଏକ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହା କହିଛନ୍ତି । ସେ କହିଥିଲେ, ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମୋର ସାନ ଭଉଣୀ ଭଳି । ଆମ ମନରେ ଲୁଲୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଥିବାରୁ ମୁଁ ମୋ ସାନଭଉଣୀକୁ ଜବାବ ଦେବି ନାହିଁ । କିନ୍ତୁ ଏୟା କହିବି ଯେ ବିଜେପି ବାଲା ଆଗ ନିଜ ଚେହେରା ଦେଖନ୍ତୁ ।

ଲୁଲୁଙ୍କ ପ୍ରତି ସୋଫିଆଙ୍କର ଏହି ଭକ୍ତିପୂତ ଟିପ୍ପଣୀ ଲୁଲୁ ସମର୍ଥକମାନଙ୍କୁ କିନ୍ତୁ ଖୁସି କରିନାହିଁ । ଓଲଟି ସେମାନେ ଏହି ମନ୍ତବ୍ୟରେ ଉତକ୍ଷିପ୍ତ ହୋଇଛନ୍ତି । ସୋଫିଆଙ୍କର ମନ୍ତବ୍ୟ କଟା ଘା’ ରେ ଚୂନ ବୋଳିଲା ଭଳି କଥା ବୋଲି ସେମାନେ କଟାକ୍ଷ କରିଛନ୍ତି ।

ସମର୍ଥକମାନଙ୍କ କହିବାନୁଯାୟୀ, ଲୁଲୁ ବାବୁ ତାଙ୍କର ସମଗ୍ର ଜୀବନକାଳ କଂଗ୍ରେସ ପାଇଁ ଉତ୍ସର୍ଗୀକୃତ ରହିଥିଲେ । ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଏକଦା ଓଡ଼ିଶାରେ କଂଗ୍ରେସର ଯୁବ ଓ ଛାତ୍ର ସଂଗଠନ କହିଲେ ଲୁଲୁ ମହାପାତ୍ରଙ୍କୁ ହିଁ ବୁଝାଯାଉଥିଲା । କଂଗ୍ରେସର ଖରାପ ବେଳାରେ ସେ ଥିଲେ ଦଳ ପାଇଁ ସଞ୍ଜିବନୀ । ପଦପଦବୀ ପ୍ରତି ଲାଳାୟିତ ନ ହୋଇ ସଂଗଠନକୁ ଶକ୍ତିଶାଳୀ କରିବା ଥିଲା ତାଙ୍କର ବିଶେଷତ୍ୱ । ବହୁ ଘାତ ପ୍ରତିଘାତ ଏବଂ ସଂଘର୍ଷ ମଧ୍ୟରେ ସେ ନିଜେ ଏବଂ ଦଳ ଗତି କରୁଥିଲେ ମଧ୍ୟ କେବେ ନିଜେ ଭାଙ୍ଗି ପଡ଼ି ନ ଥିଲେ କି ଦଳୀୟ କର୍ମୀଙ୍କ ମନୋବଳ ଭାଙ୍ଗି ନ ଥିଲେ ।

ଏଭଳି ଜଣେ ସଚ୍ଚା ଏବଂ ଦରଦୀ ନେତାଙ୍କୁ କଂଗ୍ରେସ କିନ୍ତୁ ଯେତିକି ନ୍ୟାୟ ଦେବା କଥା ଦେଇନାହିଁ । କ୍ଷମତାଲୋଭୀ ନେତାମାନେ ତାଙ୍କର କାର୍ଯ୍ୟପଥରେ ବାଧକ ହୋଇ ରହିଥିଲେ । ସେ ଉପରକୁ ଉଠିଲା ବେଳେ ଗୋଡ଼ ଟାଣି ଖସାଇ ଦେବାକୁ ଶକ୍ତି ଲଗାଉଥିଲେ । ତାଙ୍କ ପଛପଟୁ ଛୁରୀ ମାଡ଼ ହେଉଥିଲା । ୨୦୧୬ ମସିହା ଆରମ୍ଭରେ ଲୁଲୁଙ୍କ ପ୍ରସ୍ତାବିତ ଯୁବ ଗର୍ଜନ ସମାବେଶକୁ ବନ୍ଦ କରିବା ପଛରେ ଦଳ ଭିତରୁ ରଚାଯାଇଥିବା ଷଡ଼ଯନ୍ତ୍ର ତାଙ୍କୁ ଭୀଷଣ ଆଘାତ ଦେଇଥିଲା । ଏହା ସତ୍ତ୍ୱେ ବି କଂଗ୍ରେସ ପାଇଁ ସଂଗ୍ରାମରୁ ସେ କେବେ ଅଟକି ଯାଇ ନ ଥିଲେ । ବରଂ କଂଗ୍ରେସ ପାଇଁ ଜୀବନ ଦେଇଦେଲେ । ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ତାଙ୍କର ଜୀବନକୁ ଅକାଳରେ ନେଇଗଲା ।

ଲୁଲୁ ବଞ୍ଚିଥିବା ବେଳେ କଂଗ୍ରେସ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇନାହିଁ ବୋଲି ସମର୍ଥକମାନେ ଅଭିଯୋଗ କରିଥିବା ବେଳେ ଏବେକାର ଯୁବପୀଢ଼ିଙ୍କ ମୁହଁରେ ଲୁଲୁଙ୍କ ମିଛ ପ୍ରଶଂସା କଟା ଘା’ ରେ ଚୂନ ବୋଳିଲା ଭଳି ଲାଗୁଛି ବୋଲି କହିଛନ୍ତି । ଉପାସନାଙ୍କ ଉଦ୍ଦେଶ୍ୟରେ ସୋଫିଆଙ୍କ ମନ୍ତବ୍ୟକୁ ସେମାନେ ଓଲଟି ତାତ୍ସଲ୍ୟ ଏବଂ ଆକ୍ଷେପମୂଳକ ବୋଲି କହିଛନ୍ତି ।

Previous Post

ପଞ୍ଚଭୂତରେ ବିଲୀନ ଦେବେନ୍ଦ୍ର ପ୍ରଧାନ

Next Post

ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ

Next Post
ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ

ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA