Sunday, March 26, 2023 05:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଖଡଗେଙ୍କୁ ୭୮୯୭, ଥରୁରଙ୍କୁ ୧୦୭୨ ଭୋଟ

୨୪ ବର୍ଷ ପରେ କଂଗ୍ରେସରେ ଅଣଗାନ୍ଧୀ ସଭାପତି

by Our Correspondent
19 Oct, 2022- 03:06 PM
in Latest News, National, News, Politics
1 min read
0
ଖଡଗେଙ୍କୁ ୭୮୯୭, ଥରୁରଙ୍କୁ ୧୦୭୨ ଭୋଟ

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସର ନୂଆ ସଭାପତି ଭାବେ ମଲ୍ଲିକାର୍ଜୁନ ଖଡଗେ ନିର୍ବାଚିତ ହୋଇଛନ୍ତି । ମୋଟ ୯, ୩୮୫ ଭୋଟ ମଧ୍ୟରୁ ଖଡଗେଙ୍କୁ ୭, ୮୯୭ ଖଣ୍ଡ ଭୋଟ ମିଳିଛି । ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ଶଶୀ ଥରୁରଙ୍କୁ ମିଳିଛି ମାତ୍ର ୧୦୭୨ ଭୋଟ । ୪୧୬ ଭୋଟ ନାଚକ ହୋଇଛି । ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀ ବିଧିବଦ୍ଧ ଭାବେ ଏହି ଫଳାଫଳ ଘୋଷଣା କରିଛନ୍ତି ।

ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜାଗାରେ କଂଗ୍ରେସର ମଙ୍ଗୁଆଳ ହୋଇଛନ୍ତି ଖଡଗେ । ଦୀର୍ଘ ୨୪ ବର୍ଷ ପରେ ଭାରତୀୟ ଜାତୀୟ କଂଗ୍ରେସର ସେ ହୋଇଛନ୍ତି ଅଣଗାନ୍ଧୀ ସଭାପତି । ୧୯୯୭ରେ ସୀତାରାମ କେଶରୀ କଂଗ୍ରେସ ସଭାପତି ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ସୋନିଆ ଗାନ୍ଧୀ ସଭାପତି ନିର୍ବାଚିତ ହୋଇଥିଲେ । ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଦଳର ସଭାପତି ଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ଯୋଗୁଁ ସେ ଦାୟିତ୍ୱ ଛାଡ଼ିଦେଇଥିଲେ । ସେବେଠାରୁ ସୋନିଆ ଗାନ୍ଧୀ ଅନ୍ତରୀଣ ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି ।

କଂଗ୍ରେସର ୧୩୭ ବର୍ଷ ଇତିହାସରେ ଏହା ଷଷ୍ଠ ନିର୍ବାଚନ । ସଭାପତି ଭାବେ ନିର୍ବାଚିତ ହୋଇଥିବା ମଲ୍ଲିକାର୍ଜୁନ ଖଡଗେ ଗାନ୍ଧୀ ପରିବାରର ଏକାନ୍ତ ଅନୁଗତ ଭାବେ ଜଣାଶୁଣା । ତାଙ୍କୁ ଗାନ୍ଧୀ ପରିବାରର ‘ଅନଅଫିସିଆଲ୍ ଅଫିସିଆଲ୍ କ୍ୟାଣ୍ଡିଡେଟ୍’ କୁହାଯାଉଥିଲା । ଦଳର ବରିଷ୍ଠ ନେତାମାନଙ୍କର ସମର୍ଥନରେ ସେ ପ୍ରାର୍ଥୀ ହୋଇଥିଲେ । ଦଳରେ ପରିବର୍ତ୍ତନ ଆଣିବା ପାଇଁ ଶଶୀ ଥରୁର ନିଜେ ନିଜେ ପ୍ରାର୍ଥୀ ହୋଇଥିଲେ ।

ଖଡଗେ ଏକତରଫା ନିର୍ବାଚିତ ହେବା ପରେ ଶଶୀ ଥରୁର ତାଙ୍କୁ ଅଭିନନ୍ଦନ ଜଣାଇ ଦଳର ପୁନରୁଦ୍ଧାର କାର୍ଯ୍ୟ ଆଜିଠାରୁ ଆରମ୍ଭ ହେଲା ବୋଲି କହିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହେବା ବହୁତ ବଡ଼ ସମ୍ମାନ ଓ ଦାୟିତ୍ୱର କଥା । ଖଡଗେ ତାଙ୍କ କାର୍ଯ୍ୟରେ ସଫଳ ହେବେ ବୋଲି ସେ କାମନା କରିଛନ୍ତି ।

Previous Post

କଂଗ୍ରେସ ପଦବୀ ଛାଡ଼ିଲେ ସତ୍ୟ ନାୟକ

Next Post

ରାଜେନ୍ଦ୍ର ଦାସ ବିଜେଡିରୁ ବହିଷ୍କୃତ

Next Post
ରାଜେନ୍ଦ୍ର ଦାସ ବିଜେଡିରୁ ବହିଷ୍କୃତ

ରାଜେନ୍ଦ୍ର ଦାସ ବିଜେଡିରୁ ବହିଷ୍କୃତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA