Tuesday, April 21, 2026 05:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ମାଟିତଳୁ ଉଦ୍ଧାର ଗଳିତ ଶବ ମମିତାଙ୍କର !

ଗୋବିନ୍ଦଙ୍କୁ ଧରାଇଦେଲେ ୧ ଲକ୍ଷ ପୁରସ୍କାର

by Our Correspondent
19 Oct, 2021- 03:53 PM
in Crime, Latest News, News
1 min read
0
ମାଟିତଳୁ ଉଦ୍ଧାର ଗଳିତ ଶବ ମମିତାଙ୍କର !

ଭୁବନେଶ୍ୱର/ଭବାନୀପାଟଣା: ସନ୍ଦେହ ସତ ହେଲା । ମହାଲିଙ୍ଗ ନୋଡାଲ୍ ହାଇସ୍କୁଲ ପଡ଼ିଆ ନିର୍ମାଣାଧୀନ ମିନି ଷ୍ଟାଡିୟମ୍ ମାଟିତଳୁ ମିଳିଥିବା ଗଳିତ ଶବ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କର ବୋଲି କ୍ରମଶଃ ସ୍ପଷ୍ଟ ହେଉଛି । ଏହି ଅଧାପୋଡ଼ା ମୃତ ଶରୀର ୮ ମିଟର ମାଟି ତଳୁ ଉଦ୍ଧାର ହୋଇଛି । ଦେହରେ ରହିଥିବା ସୁନା ଚେନ୍ ଏବଂ ପାଉଁଜି ମମିତାଙ୍କର ବୋଲି ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି । ୧୨ ଦିନ ତଳୁ ନିଖୋଜ ଥିବା ମମିତାଙ୍କର କେବେ ମୃତ୍ୟୁ ହୋଇଛି ଜଣାପଡ଼ିନାହିଁ । ଶବ ଦଗ୍ଧ ଓ ଗଳିତ ଅବସ୍ଥାରେ ଥିବାରୁ ଚିହ୍ନଟ କରିବା ସମ୍ଭବ ନ ଥିଲା ।

ଗୋବିନ୍ଦ ସାହୁଙ୍କ କଲେଜର ଜଣେ କର୍ମଚାରୀଙ୍କ ବୟାନ ଆଧାରରେ ପୁଲିସ ଆଜି ସକାଳୁ ଉକ୍ତ ଜାଗାରେ ଜେସିବି ଲଗାଇଥିଲା । ଜଣେ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ଏବଂ ଜଣେ ଅତିରିକ୍ତ ଏସପି, ଦୁଇଜଣ ଡିଏସପିଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ୍ ପୁଲିସ ସମଗ୍ର ଅଂଚଳକୁ ଘେରି ମାଟି ତଳୁ ମମିତାଙ୍କ ମୃତ ଶରୀର ଖୋଜା ଆରମ୍ଭ କରିଥିଲେ । ଦୀର୍ଘ ୫ ଘଣ୍ଟା ଧରି ଜେସିବି ଲାଗିବା ପରେ ୮ ମିଟର ତଳ ଏକ ଜାଗାରୁ ଶବ ଉଦ୍ଧାର କରାଯାଇଥିଲା ।

ମମିତାଙ୍କୁ ସ୍କୁଲ ମାଲିକ ଗୋବିନ୍ଦ ସାହୁ ହତ୍ୟା କରି ସେଠାରେ ପୋତି ଦେଇଥିବା ସନ୍ଦେହ କରାଯାଉଛି । ନିଖୋଜ ମମିତାଙ୍କ ପରିବାର ପକ୍ଷରୁ ଗତ୧୨ ତାରିଖରେ ସିନ୍ଧେକେଲା ଥାନାରେ ଏତଲା ହେବା ପରେ ଗୋବିନ୍ଦଙ୍କୁ ପୁଲିସ ଉଠାଇ ଆଣିଥିଲା । ଟିଟିଲାଗଡ଼ ପୁଲିସ ବାରାକ୍ ରେ ତାଙ୍କୁ ଅଟକ ରଖି ଜେରା କରାଯାଉଥିଲା । ମାତ୍ର ୪ ଦିନ ପରେ ଗତ ରବିବାର ରାତିରେ ସେ ବାରାକ୍ ରୁ ଆଶ୍ଚର୍ଯ୍ୟଜନକ ଭାବେ ଚମ୍ପଟ୍ ମାରିଥିଲେ । ସୁତରାଂ ଗୋବିନ୍ଦ ମୁଖ୍ୟ ଅଭିଯୁକ୍ତ ବୋଲି ସମସ୍ତଙ୍କ ସନ୍ଦେହ ଦୃଢ଼ୀଭୂତ ହୋଇଛି ।

ଫେରାର ଗୋବିନ୍ଦଙ୍କୁ ଧରିବା ପାଇଁ ଦୁଇଦିନ ହେଲା ବଲାଙ୍ଗୀର ଓ କଳାହାଣ୍ଡି ପୁଲିସର ସ୍ୱତନ୍ତ୍ର ଟିମ୍ ତନାଘନା କରୁଥିଲେ ମଧ୍ୟ ତାଙ୍କର ପତ୍ତା ମିଳୁନାହିଁ । ତାଙ୍କୁ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ବଲାଙ୍ଗୀର ପୁଲିସ ପକ୍ଷରୁ ଘୋଷଣା କରାଯାଇଛି । ମୋଷ୍ଟ ୱାଣ୍ଟେଡ଼୍ ଭାବେ ସବୁ ଥାନାରେ ତାଙ୍କର ପୋଷ୍ଟର ମରାଯାଇଛି ।

ମମିତାଙ୍କୁ କାହିଁକି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସ୍କୁଲ୍ ରେ ସେକ୍ସ ସ୍କାଣ୍ଡାଲ୍ ଚାଲୁଥିବା ନେଇ ତାଙ୍କ ପାଖରେ ଅନେକ ପ୍ରମାଣ ଥିବାରୁ ଏବଂ ତାହାକୁ ବିରୋଧ କରୁଥିବାରୁ ସ୍କୁଲ ମାଲିକ ଗୋବିନ୍ଦ ସାହୁ ତାଙ୍କୁ ରାସ୍ତାରୁ ହଟାଇଦେବାକୁ ଏଭଳି କାଣ୍ଡ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ବିବାଦ ଭିତରକୁ ଟାଣି ହୋଇଛନ୍ତି । ଫେରାର ସ୍କୁଲ ମାଲିକ ଗୋବିନ୍ଦଙ୍କ ସହ ତାଙ୍କର ଘନିଷ୍ଠତା ଥିଲା ଏବଂ ସ୍କୁଲକୁ ସେ ବାରମ୍ବାର ଯାଉଥିଲେ ବୋଲି ଅଭିଯୋଗ ହୋଇଛି । ବିରୋଧୀ ଦଳ ତାଙ୍କର ବହିଷ୍କାର ଦାବି କରି ଆନ୍ଦୋଳନ ଆରମ୍ଭ କରିଛନ୍ତି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଏହି ମାମଲା ଭିତରକୁ ଟାଣିଛନ୍ତି । ସେ କହିଛନ୍ତି, ସ୍ଥାନୀୟବାସିନ୍ଦାଙ୍କ କହିବା ଅନୁଯାୟୀ ମନ୍ତ୍ରୀ ମହାଲିଙ୍ଗ ସ୍କୁଲରେ ରାତି ବିତାଉଥିଲେ । ସେହି ସ୍କୁଲରେ ଛାତ୍ରୀମାନଙ୍କୁ ମାର୍କ ବଢ଼ାଇବା ନାଁରେ ଯୌନନ ଶୋଷଣ କରାଯାଉଥିଲା । ମାମଲାର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି ।

ମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନକୁ ଆଜି ଛାତ୍ର କଂଗ୍ରେସ କର୍ମୀମାନେ ଘେରାଉ କରି ଘର ଉପରକୁ ଅଣ୍ଡା ଓ ଟେକାମାଡ଼ କରିଛନ୍ତି । ଏହାକୁ ନେଇ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ଆସନ୍ତାକାଲି ସକାଳୁ ବଲାଙ୍ଗୀର ଓ ଭବାନୀପାଟଣା ଯାଉଛନ୍ତି । ସେମାନେ ମୃତ ମମିତାଙ୍କ ପରିବାରକୁ ଭେଟିବା ସହ ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ବୁଲିବେ ।
ଅନ୍ୟପକ୍ଷରେ ଆଇନ ତା ବାଟରେ ଯିବ ଏବଂ ଦୋଷୀ ଦଣ୍ଡ ପାଇବେ ବୋଲି ବିଜେଡ଼ି କହିଛି ।

Previous Post

ମମିତା ମେହେରଙ୍କୁ ମାରି ପୋତି ଦିଆଯାଇଛି !

Next Post

ଧରାପଡ଼ିଲା ‘ମୋଷ୍ଟ ୱାଣ୍ଟେଡ୍’ ଗୋବିନ୍ଦ ସାହୁ

Next Post
ଧରାପଡ଼ିଲା ‘ମୋଷ୍ଟ ୱାଣ୍ଟେଡ୍’ ଗୋବିନ୍ଦ ସାହୁ

ଧରାପଡ଼ିଲା 'ମୋଷ୍ଟ ୱାଣ୍ଟେଡ୍' ଗୋବିନ୍ଦ ସାହୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA