ଭୁବନେଶ୍ୱର/ଭବାନୀପାଟଣା: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ସମ୍ଭବତଃ ହତ୍ୟା କରାଯାଇଛି । ସ୍କୁଲ ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ମହାଲିଙ୍ଗ ନୋଡାଲ୍ ହାଇସ୍କୁଲ ପଡ଼ିଆ ନିର୍ମାଣାଧୀନ ମିନି ଷ୍ଟାଡିୟମ୍ ରେ ତାଙ୍କୁ ମାରି ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି । ମୁଖ୍ୟ ଅଭିଯୁକ୍ତ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ଜଣେ କର୍ମଚାରୀଙ୍କ ବୟାନ ଆଧାରରେ ପୁଲିସ ଆଜି ସକାଳୁ ସେହି ଜାଗାରେ ଜେସିବି ଲଗାଇ ଖୋଳାଖୋଳି ଆରମ୍ଭ କରିଛି । ଜଣେ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତି ଏବଂ ଜଣେ ଅତିରିକ୍ତ ଏସପି, ଦୁଇଜଣ ଡିଏସପିଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ୍ ପୁଲିସ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି ।








