Tuesday, April 21, 2026 02:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଭଣ୍ଡ ଗୁରୁଜୀ ମାନସ ଦାସଙ୍କୁ ଉଠାଇ ନେଲା ପୁଲିସ

ପୁଅ ମନୋରଞ୍ଜନ ବି ଗିରଫ

by Our Correspondent
02 Sep, 2021- 05:00 PM
in Crime, Latest News, News
1 min read
0
ଭଣ୍ଡ ଗୁରୁଜୀ ମାନସ ଦାସଙ୍କୁ ଉଠାଇ ନେଲା ପୁଲିସ

ଭୁବନେଶ୍ୱର: ପୁଲିସ ହାତରେ ଆତଙ୍କ-ସୃଷ୍ଟିକାରୀ ମାନବବାଦୀ ସଂଗଠନର ମୁଖିଆ ମାନସ ଦାସ । ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ମାନସ ଦାସଙ୍କୁ ତାଙ୍କ ଭୁବନେଶ୍ୱର ସହିଦନଗର ଘରୁ ଉଠାଇ ନେଇଛନ୍ତି । ତାଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ହତ୍ୟା ଧମକ, ଜାତିଆଣ ବିଦ୍ୱେଷ ଭଳି ସଙ୍ଗୀନ ଅଭିଯୋଗ ରହିଛି । ଖୋର୍ଦ୍ଧା ପୁଲିସ ତାଙ୍କୁ ଏକ ଅଜଣା ଜାଗାକୁ ନେଇ ପଚରାଉଚୁରା କଲା ପରେ ଗିରଫ କରିଛନ୍ତି ।

ବେଗୁନିଆ ବ୍ଲକ୍ ମାନପୁର ଗାଁର ମାଗୁଣୀ ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ଗୋଟେ ଘରେ ନିସ୍ତୁକ ମାଡ଼ ମରାଯାଉଥିବାର ଭିଡ଼ିଓ କିଛି ଦିନ ତଳେ ଭାଇରାଲ୍ ହୋଇଥିଲା । ମାନବବାଦୀ ସଂଗଠନର ଏହି ବର୍ବର କାଣ୍ଡ ଲୋକଲୋଚନକୁ ଆସି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ମୁଖିଆ ମାନସ ଦାସଙ୍କ ନିଦେ୍ର୍ଦଶରେ ଏସବୁ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ଅଗଷ୍ଟ ୨ ତାରିଖରେ ବୋଲଗଡ଼ ଅନ୍ତର୍ଗତ କଡ଼ବ ଗାଁର ସତ୍ୟବ୍ରତ ନାୟକ ହତ୍ୟାକାଣ୍ଡ ଘଟଣାରେ ମାନସ ଦାସଙ୍କ ସଂପୃକ୍ତି ନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଉ ଏହି ଦୁଇଟି ଘଟଣା ହିଁ ମାନସଙ୍କ ଅସଲ ଚେହେରା ପଦାକୁ ଆଣିଥିଲା ।

ଦୀର୍ଘ ୧୫ ବର୍ଷ ଧରି ମାନସ ଦାସ ପରିଚାଳିତ ମାନବବାଦୀ ସଂଗଠନର ହିଂସ୍ର କାର୍ଯ୍ୟକଳାପ ଓ ନିର୍ଯ୍ୟାତନାରେ ଦଳିତ ହରିଜନ ଓ ଆଦିବାସୀ ଲୋକେ ଘାଣ୍ଟି ହେଉଥିଲେ ମଧ୍ୟ ଭୟରେ ପାଟି ଖୋଲୁ ନ ଥିଲେ । ମାତ୍ର ମାନପୁର ଗାଁର ବାପ-ପୁଅଙ୍କୁ ନିର୍ମମ ମାଡ଼ ଏବଂ କଡ଼ବା ଗାଁର ସତ୍ୟବ୍ରତ ନାୟକ ହତ୍ୟାକାଣ୍ଡ ମାମଲା ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ପ୍ରଚାର ହେଲା ପରେ ବର୍ଷ ବର୍ଷ ଧରି ନର୍ଯ୍ୟାତନା ସହୁଥିବା ପୀଡ଼ିତ ବ୍ୟକ୍ତି ଓ ପରିବାର ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସଙ୍କ ବିରୋଧରେ ମୁହଁ ଖୋଲିଥିଲେ । ଖୋର୍ଦ୍ଧା ଟାଉନ୍, ଖୋର୍ଦ୍ଧା ସଦର ଏବଂ ବେଗୁନିଆ ଥାନାରେ ଦାସ ବାପ-ପୁଅଙ୍କ ବିରୋଧରେ ଏବେ ମାଳ ମାଳ ଅଭିଯୋଗ ଆସିବାରେ ଲାଗିଛି ।

ତେବେ ମାନସ ଦାସଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ସତ୍ତ୍ୱେ ପୁଲିସ ଏ ପର୍ଯ୍ୟନ୍ତ ତାଙ୍କ ପାଖ ମାଡୁ ନ ଥିଲା । ଶାସକ ଦଳ ସହ ତାଙ୍କର ନିବିଡ଼ ସମ୍ପର୍କ ଥିବାରୁ ପୁଲିସ ସୁରକ୍ଷା ଦେଉଥିବା ବିରୋଧୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଏହାକୁ ନେଇ ନେଇ ତୁମ୍ବି ତୋଫାନ ଚାଲିଥିବା ବେଳେ ଆଜି ଆହୁରି ଦୁଇଟି ଗୁରୁତର ଘଟଣା ସାମନାକୁ ଆସିଥିଲା ।

ମାନସ ଦାସଙ୍କ ଷ୍ଟେଜ୍ ବଡ଼ିଗାର୍ଡ ଭାବେ କାର୍ଯ୍ୟ କରୁଥିବା ଶୁଭାଶିଷ ବେହେରା ନାମକ ଜଣେ ଯୁବକ ଆଜି ଖୋର୍ଦ୍ଧା ସଦର ଥାନାରେ ତାଙ୍କ ବିରୋଧରେ ହତ୍ୟା ଧମକ ଅଭିଯୋଗ ଆଣିବା ସହ ପ୍ରମାଣସ୍ୱରୂପ ଧମକର ଅଡ଼ିଓ ମଧ୍ୟ ପୁଲିସକୁ ଦେଇଥିଲେ । ଦ୍ୱିତୀୟ ଘଟଣାରେ, ମାନସ ଦାସ ସଂଗଠନର ଏକ ଲିଫଲେଟ୍ ଆଜି ଭାଇରାଲ୍ ହୋଇଥିଲା । ସେଥିରେ ଜାତିଆଣ ବିଦ୍ୱେଷ ଓ ଉତ୍ତେଜନା ସୃଷ୍ଟିକାରୀ ବାର୍ତ୍ତା ରହିଥିଲା । ମାନସଙ୍କ ବିରୋଧରେ ଆସୁଥିବା ଅଭିଯୋଗର ସତ୍ୟତାର ଏହା ସମ୍ଭବତଃ ଠୋସ୍ ପ୍ରମାଣ ହୋଇଥିବାରୁ ପୁଲିସ ଆଉ କାଳ ବିଳମ୍ବ ନ କରି ତାଙ୍କୁ ଘରୁ ଉଠାଇ ଆଣିଥିଲା ।

Previous Post

‘ବିଗ୍ ବସ୍’ ଫେମ୍ ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ

Next Post

ଜେଲ୍ ଗଲେ ବାପ-ପୁଅ

Next Post
ଜେଲ୍ ଗଲେ ବାପ-ପୁଅ

ଜେଲ୍ ଗଲେ ବାପ-ପୁଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA