ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଙ୍କ ମନସ୍କାମନା ପୂରଣ ହୋଇଛି । ଦିଲ୍ଲୀ ହାଇକମାଣ୍ଡ ଦଳର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କାର କରିଛନ୍ତି । ଗତ ରାଷ୍ଟ୍ରପତି ନିର୍ବାଚନ ବେଳୁ କଂଗ୍ରେସ ନିଷ୍ପତ୍ତିରେ ସହମତ ହୋଇ ନ ଥିବା ମୋକିମ୍ ପିସିସି ନେତୃତ୍ୱ ଭକ୍ତ ଦାସଙ୍କୁ ମିଳିବା ପରେ କଂଗ୍ରେସରୁ ମନ ଛଡ଼ାଇ ଦେଇଥିଲେ । ଏକ ନୂଆ ଦଳ ଗଠନର ପରିକଳ୍ପନାରୁ କଂଗ୍ରେସ ହାଇକମାଣ୍ଡଙ୍କୁ ଚାଲେଞ୍ଜ କରିବାର ସାହାସ ଗୋଟାଇଲେ । ଜାତୀୟ ଦଳରେ ହାଇକମାଣ୍ଡଙ୍କୁ ଖୋଲା ଚାଲେଞ୍ଜ କରିବାର ପରିଣତି ସେ ଜାଣି ମଧ୍ୟ ତାହାକୁ ବରଣ କଲେ । ମୋକିମ୍ ଙ୍କ ମନ ଜାଣି ହାଇକମାଣ୍ଡ ତାଙ୍କୁ ଦଳରୁ ବିତାଡ଼ିତ କରିଛନ୍ତି । ଆଜି ଭୋରରୁ ଏଆଇସିସି ପକ୍ଷରୁ ମୋକିମ୍ ଙ୍କ ଦଳରୁ ବହିଷ୍କାର ଆଦେଶ ଜାରି ହୋଇଛି ।








