Saturday, September 5, 2026 10:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନ୍ତ୍ରୀଙ୍କ ମୁହଁରେ ଡବଲ ଇଞ୍ଜିନ ଦୁର୍ଦ୍ଦଶା କାହାଣୀ

ଅସହାୟ ରାଜ୍ୟ, ବେଫିକର କେନ୍ଦ୍ର

by Our Correspondent
04 Sep, 2026- 07:40 PM
in Latest News, News
1 min read
0
ମନ୍ତ୍ରୀଙ୍କ ମୁହଁରେ ଡବଲ ଇଞ୍ଜିନ ଦୁର୍ଦ୍ଦଶା କାହାଣୀ

ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାରରେ ଡବଲ ଲାଭର ହିସାବ ଦେଉଥିବା ଦଳୀୟ ନେତାଙ୍କ ମୁହଁ ବନ୍ଦ କରିଦେଇଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଚାଷୀଙ୍କ ସମସ୍ୟା ରାଜ୍ୟର ସବୁଠାରୁ ବଡ଼ ପ୍ରସଙ୍ଗ ହୋଇଥିଲା ବେଳେ ଏ ନେଇ କେନ୍ଦ୍ର ସରକାରଙ୍କ ବେଫିକର ମନୋଭାବ ସାମନାକୁ ଆଣିଛନ୍ତି ଯୋଗାଣ ମନ୍ତ୍ରୀ । କ୍ଷୋଭକୁ ମନରେ ଚାପି ନିଜର ଅସହାୟତା ପ୍ରକାଶ କରିଛନ୍ତି । ଆମ ହାତ ବାନ୍ଧି ହୋଇଯାଉଛି ବୋଲି ନିରାଶ କଣ୍ଠରେ କହିଛନ୍ତି ମନ୍ତ୍ରୀ ।

ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ଓଡ଼ିଶାରୁ ଚାଉଳ ଉଠାଉ ନାହିଁ । ବାରମ୍ବାର ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟୁଥିଲେ ବି ଫଳ ମିଳୁନାହିଁ । ଚାଉଳ ନ ଉଠି ପାରିଲେ ଆଉ ଧାନ କିଣିବା କଷ୍ଟକର ହୋଇପଡ଼ିବ । ଆମ ହାତ ବାନ୍ଧି ହୋଇଯାଉଛି, ଆମେ କ’ଣ କରିବୁ ବୋଲି ନିଜ ମନର ଭାବ ପ୍ରକାଶ କରି ଚର୍ଚ୍ଚାକୁ ଆସିଛନ୍ତି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ।

ଗୁରୁବାର ଦିନ ରାଜ୍ୟ ଯୋଗାଣ ନିଗମର ୪୭ତମ ପ୍ରତିଷ୍ଠା ଦିବସ ଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଯୋଗାଣ ମନ୍ତ୍ରୀ । ଏଫସିଆଇର ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ । ସେମାନଙ୍କୁ ଚାହିଁ ମନ୍ତ୍ରୀ ଭାଷଣ ଦେଲା ବେଳେ ମନର କ୍ଷୋଭକୁ ଚାପି ପାରି ନ ଥିଲେ ।

କହିଥିଲେ- କ’ଣ କହିବା, ଏଫସିଆଇ ବେଳେ ବେଳେ ଆମକୁ ଧପେଇ ଦଉଛି । ଆମର ଚାଉଳ ଏ ପର୍ଯ୍ୟନ୍ତ ଉଠିଲା ନାହିଁ । ମୁଁ ବାରମ୍ବାର ଦିଲ୍ଲୀ ଯାଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଛି । ହେଲେ.. ସେଇ ଗୋଟିକ ପ୍ରୋବ୍ଲେମ୍ ଆମକୁ ବେଶୀ ମାରୁଛି । ଆମର ପ୍ରଡକ୍ସନ୍ ପାଇଁ ଆମେ ଜମାରୁ ଚିନ୍ତିତ ନୁହଁ । ପ୍ରଡକ୍ସନ୍ ତ ବଢ଼ିବ । ଆମେ ୩୦ ହଜାର କୋଟି ଟଙ୍କା ଦଉଛୁ । ପୁଣି ତାହା ୪୮ ଘଣ୍ଟା ଭିତରେ ଦଉଛୁ । ସେଥିପାଇଁ ଆମେ ଚିନ୍ତିତ ନୁହଁ । କିନ୍ତୁ ଚାଉଳ ଠିକ୍ ସମୟରେ ଉଠୁନାହିଁ, ସେଇଥିପାଇଁ ଆମେ ଚିନ୍ତିତ । କ’ଣ ପାଇଁ ଅନ୍ୟ ରାଜ୍ୟ ପାଇଁ ତାଙ୍କର(ଏଫସିଆଇ) ଦରଦ ବଢ଼ୁଛି, ଆମ ରାଜ୍ୟ ପାଇଁ କାହିଁକି ବିମନା, ବୁଝାପଡ଼ୁନି । ମତେ ଆଉ ଥରେ ଗୋଟେ ହାଇ ଲେଭଲ୍ ଟିମ୍ ନେଇକି ପୁଣି ଯିବାକୁ ପଡ଼ିବ । ତାଙ୍କ ପାଖରେ ବସିବାକୁ ପଡ଼ିବ । କାହିଁକି ନା ଚାଉଳ ଯଦି ନ ଉଠେଇ ପାରୁଛୁ ପୁଣି କିଣିବା ସମ୍ଭବ ନୁହେଁ । ଆମ ହାତ ବାନ୍ଧି ହୋଇଯାଉଛି । ଟାର୍ଗେଟ୍ ରେ ଆମେ ଚାଲିବୁ, କିନ୍ତୁ ସେଇ ଟାର୍ଗେଟ୍ ଆପଣ(ଏଫସିଆଇ) ପୂରଣ କରିବେନି । ଏ କିଭଳି କଥା.. ।

ସୂଚନା ଅନୁଯାୟୀ, ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଓଡ଼ିଶାରୁ ୩୦ ଲକ୍ଷ ଟନ୍ ଚାଉଳ ଏଫସିଆଇ ମାଧ୍ୟମରେ କେନ୍ଦ୍ର ସରକାର ଉଠାଇବା କଥା । ହେଲେ ବର୍ତ୍ତମାନ ସୁଦ୍ଧା ଉଠାଯାଇଛି ଏକ ଚତୁର୍ଥାଂଶରୁ କମ୍ ଅର୍ଥାତ୍ ୭.୨୮ ଲକ୍ଷ ଟନ୍ ଚାଉଳ । ଚାଉଳ ଉଠି ନ ଥିବାରୁ ରାଜ୍ୟର ସବୁ ଗୋଦାମରେ ଚାଉଳ ଭର୍ତ୍ତି ହୋଇ ରହିଛି । ଏଭଳି ରହିଲେ, ଆଗାମୀ ଖରିଫ୍ ଋତୁରେ ମିଲରମାନଙ୍କଠାରୁ ଧାନ ଉଠାଇବା କଷ୍ଟକର ହୋଇଯିବ । ଏହାଦ୍ୱାରା ଚାଷୀକୂଳ କ୍ଷତିଗ୍ରସ୍ତ ହେବେ । ଜାଗା ଅଭାବରୁ ସେମାନଙ୍କଠାରୁ ଧାନ ସଂଗ୍ରହ ବାଧାପ୍ରାପ୍ତ ହେବ । ପଶ୍ଚିମ ଓଡ଼ିଶାରେ ଏହି ସ୍ଥିତି ଭୟାନକ ରହିଛି ।

‘ଡବଲ ଇଞ୍ଜିନ୍ ଫେଲ୍’

ଡବଲ ଇଞ୍ଜିନରେ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ । ଖୋଦ୍ ଯୋଗାଣ ମନ୍ତ୍ରୀଙ୍କ ବୟାନରୁ ଏହା ସ୍ପଷ୍ଟ ହୋଇଛି ବୋଲି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଦଳର ଦୁଇ ପୂର୍ବତନ ଯୋଗାଣ ମନ୍ତ୍ରୀ ତଥା ଦଳର ବରିଷ୍ଠ ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଏବଂ ସଞ୍ଜୟ ଦାସବର୍ମା ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଛନ୍ତି,ଏଫସିଆଇ ଓଡ଼ିଶା ସରକାରଙ୍କ କଥା ଶୁଣୁନଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ କଥା ଶୁଣି ଚାଷୀ କୂଳ ହତାସ ହୋଇଛି । ଜଣେ ବିଭାଗୀୟ ମନ୍ତ୍ରୀ ଏପରି କହିବା ଛୋଟ କଥା ନୁହେଁ । ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାରୁ ସର୍ବାଧିକ ପରିମାଣର ଚାଉଳ ଉଠାଯାଇଥିଲା । ଓଡ଼ିଶା ୫ ଥର କୃଷି କର୍ମଣ ପୁରସ୍କାର ପାଇଥିଲା । କିନ୍ତୁ ବର୍ତ୍ତମାନ ଚିତ୍ର ବଦଳି ଯାଇଛି । ଓଡ଼ିଶାରୁ ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଥାଇ ଓଡ଼ିଆ ଅବହେଳିତ ହେବା ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶାର ସ୍ୱାର୍ଥ ପାଇଁ ମୁହଁ ନ ଖୋଲି ସାଂସଦମାନେ ଚୁପ ରହିବା ଅତ୍ୟନ୍ତ ନିନ୍ଦନୀୟ । ଡବଲ ଇଞ୍ଜିନ ସରକାରରେ ଚାଷୀ କୂଳ ବାରମ୍ବାର ଉପେକ୍ଷିତ ହେଉଛନ୍ତି । ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରି ଓଡ଼ିଶାରୁ ଚାଉଳ ଉଠାନ୍ତୁ, ନଚେତ୍ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।

ଶ୍ରୀ ଦାସବର୍ମା କହିଥିଲେ ଯେ ଏଫସିଆଇ ଓଡ଼ିଶାରୁ ଚାଉଳ ଉଠାଉନାହିଁ, କିନ୍ତୁ ଅନ୍ୟ ରାଜ୍ୟ ମାନଙ୍କୁ ବିଶେଷ ପ୍ରୋତ୍ସାହନ ଦେଉଛି । ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ପ୍ରଗତି ଦୁଇ ଗୁଣିତ ହେବ ବୋଲି ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା, ତାହା ଆଜି ମିଥ୍ୟା ପ୍ରମାଣିତ ହୋଇଛି । ଚାଷ ଆରମ୍ଭରୁ ଚାଷୀମାନେ ସାର ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧାନ ପଞ୍ଜିକରଣରେ ଅବ୍ୟବସ୍ଥା, ମଣ୍ଡିରେ କଟନି ଛଟନିର ଶିକାର, ମଣ୍ଡିରେ ମିଲର୍ ମାନଙ୍କ ଅରାଜକତା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀକୂଳ । ବର୍ତ୍ତମାନ ଏଫସିଆଇ ଓଡ଼ିଶାରୁ ଚାଉଳ ନ ଉଠାଇବା ଯୋଗୁଁ ରାଜ୍ୟବ୍ୟାପୀ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହାର ସମାଧାନ କରିବା ବଦଳରେ ଯୋଗାଣ ମନ୍ତ୍ରୀ ତାଙ୍କର ଅସହାୟତାକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଏମିତି ଅବିଚାର କାହିଁକି କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଶାବାସୀଙ୍କ ନିକଟରେ ଡବଲ ଇଞ୍ଜିନ ସରକାରଙ୍କ ମୁଖା ଖୋଲିଯାଇଛି ।

ମନ୍ତ୍ରୀଙ୍କ ଜବାବ: ବିଜେଡି ସମାଲୋଚନାର ଜବାବ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ବିଜେଡି ସରକାର ଅମଳରେ ଚାଷୀମାନେ ଟଙ୍କାକର ସାହାଯ୍ୟ ପାଇନାହାନ୍ତି । ୨୪ ବର୍ଷର ଶାସନକାଳରେ ଚାଷୀଙ୍କ ପାଇଁ ସେମାନେ କିଛି କରିନାହାନ୍ତି । ଚାଉଳ ଉଠାଇବା ପାଇଁ ଏଫସିଆଇକୁ କୁହାଯାଇଛି । ଚାଷୀଙ୍କ ସୁବିଧା ପାଇଁ ବିଜେପି ସରକାର ଯତ୍ନବାନ ବୋଲି ସେ କହିଛନ୍ତି ।

Previous Post

ରାଜଧାନୀ ବଜାର ଦଖଲ ପାଇଁ ଡାଲମିଆର ବଡ଼ ବାଜି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA