Wednesday, April 22, 2026 05:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଲିସ କବଜାରେ ଦବଙ୍ଗ ବିଧାୟକ

ହସ୍ପିଟାଲ୍ ରୁ ଯିବେ ଜେଲ୍: କେନ୍ଦ୍ରାଞ୍ଚଳ ଆଇଜି

by Our Correspondent
12 Mar, 2022- 07:16 PM
in Latest News, News
1 min read
0
ପୁଲିସ କବଜାରେ ଦବଙ୍ଗ ବିଧାୟକ

ଭୁବନେଶ୍ୱର: ପୁଲିସ କବଜାରେ ଚିଲିକାର ଦବଙ୍ଗ ବିଧାୟକ ପ୍ରଶାନ୍ତ ଓରଫ୍ ଗଣେଶ ଜଗଦ୍ଦେବ । ଲୋକଙ୍କ ମାଡ଼ରେ ଲହୁଲୁହାଣ ଜଗଦ୍ଦେବ ହସ୍ପିଟାଲ୍ ରୁ ଡିସଚାର୍ଜ ହେବା କ୍ଷଣି ଗିରଫ ହେବେ । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ବାଣପୁର ବ୍ଲକ୍ ନିକଟରେ ଏହି ଅଘଟଣ କିଭଳି ଘଟିଲା ତାହାର ବିସ୍ତୃତ ସୂଚନା ଦେଇଛନ୍ତି ଆଇଜି ।

ଆଇଜି କହିଛନ୍ତି, ଲୋକଙ୍କ ଗହଳି ଭିତରକୁ ବିଧାୟକଙ୍କ ଗାଡ଼ି ମାଡ଼ି ଆସିଥିଲା । ପୁଲିସ ବିଧାୟକଙ୍କୁ ସେଥିରୁ ବାରଣ କରିଥିଲା । ନିଜେ ବାଣପୁର ଆଇଆଇସି ଗାଡ଼ି ଆଗରେ ଠିଆ ହୋଇ ବାରଣ କରିଥିଲେ । ମାତ୍ର ବିଧାୟକ ବାରଣ ମାନି ନ ଥିଲେ । ଅଟକାଇଲେ ଲୋକଙ୍କ ଉପରେ ଗାଢ଼ି ଚଢ଼ାଇଦେବି ବୋଲି ଧମକାଇଥିଲେ । ଆଉ ସେୟା ବି କରିଥିଲେ । ପୁଲିସ ଓ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ବିଧାୟକ । ଏଥିରେ ୧୦ ପୁଲିସ, ୬ ସାଧାରଣ ଲୋକ ଏବଂ ୨ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଅନ୍ୟପକ୍ଷରେ ଲୋକଙ୍କ ମାଡ଼ରେ ବିଧାୟକ ଆହତ ହୋଇଛନ୍ତି ।

ଏହି ଘଟଣାରେ ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଯାଇଛି । କାର୍ କୁ ଅସ୍ତ୍ର ଭାବେ ବ୍ୟବହାର କରି ସେ ହତ୍ୟା ଉଦ୍ୟମ କରିଛନ୍ତି । ପୁଲିସକୁ କାର୍ଯ୍ୟରେ ବାଧା ଦେବା, ସାଧାରଣ ଜନତାଙ୍କୁ ଆଘାତ ଦଫା ମଧ୍ୟ ଲାଗିଛି । ଜଣେ ଡିଏସପି ପାହ୍ୟାର ଅଫିସରଙ୍କୁ ତଦନ୍ତ ଭାର ଦିଆଯାଇଛି । ଘଟଣା ବେଳେ ଅନେକ ଲୋକ ଏହି ବର୍ବର ଦୃଶ୍ୟ ରେକର୍ଡିଂ କରିଛନ୍ତି । ଏହି ସବୁ ରେକର୍ଡିଂକୁ ତଦନ୍ତ ପରିସରଭୁକ୍ତ କରାଯିବ । ବିଧାୟକ ହସ୍ପିଟାଲ୍ ରୁ ଡିସଚାର୍ଜ ହେବା କ୍ଷଣି ତାଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯିବ ବୋଲି ଆଇଜି କହିଛନ୍ତି ।

ଉଲ୍ଲେଖଯୋଗ୍ୟ କି ବିଜେଡ଼ିର ଏହି ଦୁଇଥରିଆ ବାହୁବଳୀ ବିଧାୟକଙ୍କ ଅତୀତ କାରନାମା ବି ସମସ୍ତେ ଜାଣିଛନ୍ତି । ତାଙ୍କ ବିରୋଧରେ ୧୦ରୁ ଅଧିକ ଗୁରୁତର ମାମଲା ରହିଛି । ଗତବର୍ଷ ସେପ୍ଟେମ୍ବରରେ ବିଜେପିର ବାଲୁଗାଁ ମଣ୍ଡଳ ସଭାପତିଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ । ଏହି ଘଟଣାରେ ବିଜେଡ଼ି ତାଙ୍କୁ ନିଲମ୍ବିତ କରିଥିଲା । ଗତଥର ବେଗୁନିଆରୁ ବିଧାୟକ ଥିବା ବେଳେ ଜଗଦ୍ଦେବ ବୌଦ୍ଧ ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ପିଟିଥିଲେ । ବୋଲଗଡ଼ର ମହିଳା ତହସିଲଦାରଙ୍କୁ ଆକ୍ରମଣ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କନିଷ୍ଠ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଭଳି ତାଙ୍କ ବିରୋଧରେ ଆସିଥିଲା ମାଳ ମାଳ ଅଭିଯୋଗ ।

Previous Post

ବିଜେଡ଼ିର ନିନ୍ଦା, ହୋଇପାରେ କଠୋର କାର୍ଯ୍ୟାନୁଷ୍ଠାନ

Next Post

ବିଜେଡ଼ି ଦଖଲରେ ସବୁ ଜିଲ୍ଲା ପରିଷଦ

Next Post
ବିଜେଡ଼ି ଦଖଲରେ ସବୁ ଜିଲ୍ଲା ପରିଷଦ

ବିଜେଡ଼ି ଦଖଲରେ ସବୁ ଜିଲ୍ଲା ପରିଷଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA