ଭୁବନେଶ୍ୱର: ଓଡ଼ିଶା ମୋ ପରିବାରର ଆନୁକୁଲ୍ୟରେ ଜୟ ଓଡ଼ିଶା ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲା । ଏହା ସହିଦ ନଗର ଦୁର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ସତ୍ୟନଗର ମଶାଣି ର କର୍ମଚାରୀ ମାନେ ଉଦଘାଟିତ କରିଥିଲେ। ଦୀର୍ଘ ୨ ବର୍ଷ ଧରି ଅହୋରାତ୍ର କାର୍ଯ୍ୟରତ ରହି ରାଜ୍ୟବାସୀଙ୍କୁ ନିରନ୍ତର ସେବା ଯୋଗାଉଥିବା ଏହି କର୍ମଚାରୀ ମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା। କୋଭିଡ ର ସମସ୍ତ ନିୟମାବଳୀକୁ ଦୃଷ୍ଟିରେ ରଖି ଶିବିର ଟି ସମ୍ପୂର୍ଣ ଭାବେ ଏକ ଭ୍ରାମ୍ୟମାଣ ଯାନ ମଧ୍ୟରେ ସଂଚାଳିତ ହୋଇଥିଲା ଏବଂ ମୋଟ ୮୪ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା








