ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଆସନ୍ତାକାଲି ଅନୁଷ୍ଠିତ ହେବ । ୨୯ ଟି ଜିଲ୍ଲା ୬୩ ବ୍ଲକ୍ ର ୧୭୧ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୩୮୨ ପଞ୍ଚାୟତରେ ମୋଟ ୬୫ ଲକ୍ଷ ୫୩ ହଜାର ୪୦୫ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ୧୮ ହଜାର ୪୯୫ ବୁଥ୍ ରେ ମତଦାନ ହେବ । ସେଥିରୁ ୨, ୭୭୩ ବୁଥ୍ ସମ୍ବେଦନଶୀଳ ଚିହ୍ନଟ ହୋଇଛି ।
ନିୟମଗିରିର ଡଙ୍ଗରିଆ କନ୍ଧମାନେ ଆସନ୍ତାକାଲି ଭୋଟ ଦେବେ । ପୂର୍ବରୁ ସେମାନେ ସିଲେକ୍ସନ୍ ଜରିଆରେ ନିଜ ପ୍ରତିନିଧିଙ୍କୁ ବାଛୁଥିଲେ । ଦୀର୍ଘ ୧୫ ବର୍ଷ ପରେ ଭୋଟ ହେଉଥିବାରୁ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମତଦାନ ବାଧାପ୍ରାପ୍ତ ହୋଇଥିବା ୪୫ ବୁଥ୍ ରେ ଆସନ୍ତା ୨୩ ତାରିଖ ଦିନ ସାନି ମତଦାନ ହେବ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।