Tuesday, April 21, 2026 06:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ-ଜଗନ ଆଲୋଚନା

ଦୁଇ ରାଜ୍ୟ ବିବାଦର ସମାଧାନ ପାଇଁ ରାଜି

by Our Correspondent
09 Nov, 2021- 08:18 PM
in Latest News, News
1 min read
0
ନବୀନ-ଜଗନ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଥିବା ବିଭିନ୍ନ ପ୍ରସଙ୍ଗର ଆପୋଷ ସମାଧାନ ପାଇଁ ଏକ ଆନୁଷ୍ଠାନିକ ମେକାନିଜିମ୍ ବା ଉଚ୍ଚସ୍ତରୀୟ କମିଟି ଗଠନ ହେବ । ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଏହାର ଦାୟିତ୍ୱ ନେବେ । ଉଭୟ ରାଜ୍ୟର ହିତକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଏହି କମିଟି ବାଟ ବାହାର କରିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ ମୋହନ ରେଡ୍ଡିଙ୍କ ମଧ୍ୟରେ ଆଜି ଲୋକସେବା ଭବନରେ ଦୀର୍ଘ ୪୫ ମିନିଟ୍ ଧରି ଆଲୋଚନା ହୋଇଥିଲା । ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଆଲୋଚନା ବେଶ୍ ସୌହାର୍ଦ୍ଦପୂର୍ଣ୍ଣ ଏବଂ ଫଳପ୍ରଦ ଥିଲା ବୋଲି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଜାରି ଏକ ମିଳିତ ବିବୃତିରେ କୁହାଯାଇଛି ।

ବୈଠକରେ ଉଭୟ ରାଜ୍ୟ ମଧ୍ୟରେ ଥିବା ଜଳ ବିବାଦ, ସୀମା ବିବାଦ, ବିଦ୍ୟୁତ ଉତ୍ପାଦନ ଏବଂ ମାଓ ସମସ୍ୟା ଉପରେ ଆଲୋଚନା ହୋଇଥିଲା । କୋଟିଆ ଗ୍ରାମପୁଞ୍ଜ, ନେରାଡ଼ି ବ୍ୟାରେଜ୍, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ୍, ବହୁଡ଼ା ନଦୀରୁ ଜଳ ନିଷ୍କାସନ ପ୍ରସଙ୍ଗ ଏଥିରେ ସ୍ଥାନିତ ହୋଇଥିଲା । ବାଲିମେଳା ଏବଂ ଅପର୍ ସିଲେରୁ ବିଦ୍ୟୁତ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସୀମାରେ ମାଓ ଉପଦ୍ରବ ଏବଂ ଗଞ୍ଜେଇ ଚାଷ ଉପରେ ରୋକ୍ ଲଗାଇବା ପାଇଁ ଦୁଇ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି ।

ଏହାଛଡ଼ା, ଶ୍ରୀକାକୁଲମ୍ ସ୍ଥିତ ବି.ଆର.ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଏକ ଓଡ଼ିଆ ଚେୟାର ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ତେଲୁଗୁ ଚେୟାର ସ୍ଥାପନ ପାଇଁ ଉଭୟ ରାଜ୍ୟ ପଦକ୍ଷେପ ନେବେ ବୋଲି ସ୍ଥିର ହୋଇଛି । ସେହିଭଳି ସୀମାବର୍ତ୍ତୀ ଜିଲ୍ଲାରେ ଥିବା ବିଦ୍ୟାଳୟଗୁଡ଼ିକରେ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ଉଭୟ ରାଜ୍ୟ ପଦକ୍ଷେପ ନେବେ । ବିଦ୍ୟାଳୟ ପାଠ୍ୟପୁସ୍ତକ ଯୋଗାଣ ଏବଂ ଭାଷା ପରୀକ୍ଷାରେ ଦୁଇ ରାଜ୍ୟ ପରଷ୍ପରକୁ ସହଯୋଗ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଆଜି ଅପରାହ୍ନ ପ୍ରାୟ ୪.୪୫ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି ଭୁବନେଶ୍ୱରରେ ପହଞ୍ଚିଥିଲେ । ବିମାନବନ୍ଦରରୁ ସେ ସିଧା ରାଜ୍ୟ ଅତିଥି ଭବନକୁ ଆସିଥିଲେ । ସେଠାରୁ ସାଢ଼େ ୫ଟାରୁ ବାହାରି ଲୋକସେବା ଭବନ ବୈଠକରେ ଯୋଗଦେଇଥିଲେ । ବୈଠକ ସରିବା ପରେ ଶ୍ରୀ ରେଡ୍ଡି ଆନ୍ଧ୍ର ଫେରିଯାଇଥିଲେ ।

Previous Post

ସରକାରୀ ବାବୁଙ୍କ ଚଉଦ ପୁରୁଷର କମାଣି

Next Post

୧୫ରୁ ଖୋଲିବ ଷଷ୍ଠ, ସପ୍ତମ ଶ୍ରେଣୀ

Next Post
୧୫ରୁ ଖୋଲିବ ଷଷ୍ଠ, ସପ୍ତମ ଶ୍ରେଣୀ

୧୫ରୁ ଖୋଲିବ ଷଷ୍ଠ, ସପ୍ତମ ଶ୍ରେଣୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA