ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ସୋମବାରଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ୍ ଭିତରେ କ୍ଲାସ୍ ଚାଲିବ ବୋଲି ସେ କହିଛନ୍ତି । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ପୂର୍ବରୁ ସ୍କୁଲ ଖୋଲା ଯାଇଥିଲା ।
କରୋନା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ପ୍ରାୟ ଦେଢ଼ବର୍ଷ ପରେ ଷଷ୍ଠ, ସପ୍ତମ ଶ୍ରେଣୀ ପିଲା ସ୍କୁଲକୁ ଯାଇ କ୍ଲାସରୁମ୍ ରେ ପାଠ ପଢ଼ିବେ । ବର୍ତ୍ତମାନେ ସେମାନେ ଅନଲାଇନ୍ ରେ ପାଠ ପଢ଼ୁଛନ୍ତି । ରାଜ୍ୟରେ କରୋନାର କୋପ କମିଯିବା ପରେ ପିଲାମାନଙ୍କ ପାଇଁ ସ୍କୁଲ ଖୋଲାଯାଉଛି । ନୂଆବର୍ଷ ବେଳକୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଯିବ ବୋଲି ସୂଚନା ମିଳିଛି ।