Friday, June 5, 2026 07:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡି ପୁର୍ନଗଠନରେ ପାଣ୍ଡିଆନ୍ ଛାପ

ବବି ଦାସ ପୁଣି କ୍ଷମତାଶାଳୀ!

by Our Correspondent
06 May, 2025- 01:09 AM
in Latest News, News, Politics
1 min read
0
ବିଜେଡି ପୁର୍ନଗଠନରେ ପାଣ୍ଡିଆନ୍ ଛାପ
Spread the love

ଭୁବନେଶ୍ୱର: ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରିନାରାୟଣ ପାତ୍ର, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅରୁଣ କୁମାର ସାହୁ, ଦେବାଶିଷ ସାମନ୍ତରାୟଙ୍କ ଭଳି ନେତାମାନେ ଆଉ ଦଳୀୟ ବ୍ୟାପାରରେ ମୁଣ୍ଡ ପୂରାଇବେନି । ପ୍ରସନ୍ନ ଆଚାର୍ଯ୍ୟ କୃଷକ ମାନଙ୍କ କଥା ବୁଝିବେ । ଏୟୁ ଆଞ୍ଚଳିକ ବିକାଶ କଥା ବୁଝିବେ । ରାଜା ସ୍ୱାଇଁ ସମବାୟ କଥା ବୁଝିବେ । ବଦ୍ରି ପାତ୍ର ଶିକ୍ଷା ଓ ଶିକ୍ଷକଙ୍କ କଥା ବୁଝିବେ । ରମେଶ ଚ୍ୟାଉ ପଟ୍ଟନାୟକ ମତ୍ସ୍ୟଜୀବୀମାନଙ୍କ କଥା ବୁଝିବେ । ଦେବାଶିଷ ସାମନ୍ତରାୟ ବରିଷ୍ଠ ନାଗରିକଙ୍କ କଥା ବୁଝିବେ । ଅରୁଣ ସାହୁ ଓବିସିମାନଙ୍କ କଥା ବୁଝିବେ । ସେମାନେ ଏତେ ଅଯୋଗ୍ୟ ହୋଇଗଲେ ଯେ ସେମାନଙ୍କୁ ଦଳର ବରିଷ୍ଠ ଉପସଭାପତି କି ଉପସଭାପତି କରିବାକୁ ମୁଖିଆ ଉଚିତ ମଣିନାହାନ୍ତି । ଶାନ୍ତ୍ୱନାମୂଳକ ପୁରସ୍କାର ଭଳି ସେମାନଙ୍କୁ ସେହି ପାହ୍ୟାରେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରାଯାଇଛି ।

ସେହିଭଳି ସାଂଗଠନିକ ଟିମ୍ ରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି ଭାବେ ସ୍ଥାନ ମିଳିଥିଲେ ମଧ୍ୟ ଶଙ୍ଖଭବନରେ ତାଙ୍କ କାମକୁ ସୀମିତ ରଖାଯାଇଛି । ଅତୀତରେ ସ୍ୱର୍ଗତ ନରି ସ୍ୱାଇଁ ଯେଉଁ ଦାୟିତ୍ୱ ପାଇଥିଲେ ଏବେ ଦେବୀ ମିଶ୍ର ସେହି ଦାୟିତ୍ୱ ପାଇଛନ୍ତି । ତାଙ୍କୁ ସହାୟତା କରିବେ ପ୍ରତାପ ଜେନା । ଶଙ୍ଖଭବନର ଦାୟିତ୍ୱରେ ତାଙ୍କୁ ଉପସଭାପତି ପଦ ଦିଆଯାଇଛି । ବିଜେଡିରେ ଦୀର୍ଘ ବର୍ଷ ଧରି ନରି ସ୍ୱାଇଁଙ୍କ ଜାଗା ଖାଲି ପଡ଼ିଥିଲା ।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସବୁଠାରୁ କ୍ଷମତାଶାଳୀ ରାଜନୈତିକ ବ୍ୟାପାର କମିଟିରେ ଅଛନ୍ତି ବିକ୍ରମ କେଶରୀ ଆରୁଖ, ଶ୍ରୀମତୀ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ(ବବି) ଦାସ, ସୁଦାମ ମାର୍ଣ୍ଡିଂ, ଶ୍ରୀମତୀ ଟୁକୁନି ସାହୁ, ଡ. ସସ୍ମିତ୍ ପାତ୍ର ଏବଂ ଡ. ସନ୍ତୃପ୍ତ ମିଶ୍ର । ବବି ଦାସ କିଏ ତାହା କହିବାର ଆବଶ୍ୟକତା ନାହିଁ । ବିକ୍ରମ ଆରୁଖ ବର୍ଷା ଯୁଆଡ଼େ ଛତା ସିଆଡେ । ସନ୍ତୃପ୍ତ ମିଶ୍ର ନବୀନ ବାବୁଙ୍କର ରାଜନୈତିକ ସଚିବ ଭାବେ କାମ କରୁଥିଲେ ମଧ୍ୟ ରାଜନୀତିର ର ଅକ୍ଷର ବିବର୍ଜିତ । ସଞ୍ଜୟ ଦାସବର୍ମା ସମୟଚକ୍ରରେ ବବି ଦାସଙ୍କ ଶରଣାପନ୍ନ । ନିରଞ୍ଜନ ପୁଜାରୀ, ସୁଦାମ ମାର୍ଣ୍ଡିଂ, ଟୁକୁନି ସାହୁ ହାଁ ଜୀ ନେତା । ସସ୍ମିତ୍ ପାତ୍ର କଟର୍ ପାଣ୍ଡିଆନ-ବବି ଲୋକ ।

ମୋଟାମୋଟି ଖବର ହେଉଛି- ବିଜେଡିର ସାଂଗଠନିକ ପୁର୍ନବିନ୍ୟାସ ହୋଇଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜନୈତିକ ବ୍ୟାପାର କମିଟି ଗଠନ କରାଯାଇଥିବା ବେଳେ ୭୧ ଜଣିଆ ଅଫିସ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି । ଯେଉଁଥିରେ ଅଛନ୍ତି ୭ ଜଣ ବରିଷ୍ଠ ଉପସଭାପତି, ୮ ଉପସଭାପତି, ୨୦ ବରିଷ୍ଠ ସାଧାରଣ ସମ୍ପାଦକ , ୩୫ ସାଧାରଣ ସମ୍ପାଦକ ।

ତାଲିକାରେ ପାଣ୍ଡିଆନ୍ ମାର୍କା ନେତାଙ୍କୁ ଗୁରୁତ୍ୱ ଦିଆଯାଇଥିବା ବେଳେ ପାଣ୍ଡିଆନଙ୍କ ବିରୋଧରେ ମୁହଁ ଖୋଲୁଥିବା ନେତାଙ୍କୁ ନ୍ୟୁନ କରିବା ପାଇଁ ଭରପୁର ଉଦ୍ୟମ କରାଯାଇଛି । ବବି ଦାସଙ୍କୁ ରାଜନୈତିକ ବ୍ୟାପାର କମିଟି ସଦସ୍ୟ ଏବଂ ଉପସଭାପତି କରାଯାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ, ରାଜା ସ୍ୱାଇଁ, ଅରୁଣ ସାହୁ, ବଦ୍ରି ପାତ୍ରଙ୍କୁ ଦଳୀୟ ବ୍ୟାପାରରୁ ଏକପ୍ରକାର ଆଉଟ୍ କରି ଦିଆଯାଇଛି । ଦେବୀ ମିଶ୍ର, ପ୍ରତାପ ଜେନାଙ୍କୁ ଶଙ୍ଖଭବନରେ କିରାଣୀ କରାଯାଇଛି । ଅତନୁ ସବ୍ୟସାଚୀ ନାୟକଙ୍କୁ ଉପସଭାପତି ପଦରେ ସନ୍ତୁଷ୍ଟ କରାଯାଇଛି ।

ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ, ଭୂପିନ୍ଦର ସିଂଙ୍କ ଭଳି ବରିଷ୍ଠ ଏବଂ ଦେବୀରଂଜନ ତ୍ରିପାଠୀଙ୍କ ଭଳି ଯୁବ ନେତାମାନଙ୍କୁ ସଂଗଠନ ବ୍ୟାପାରରୁ ବିଦା କରାଯାଇଛି ।

କାର୍ଯ୍ୟକର୍ତ୍ତା ମଣ୍ଡଳୀରୁ ବାଦ୍ ପଡ଼ିଥିବା ଜଣେ ବରିଷ୍ଠ ନେତା ଏହି ନୂଆ ତାଲିକାକୁ ନେଇ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି । ପାପରେ ଭାଗିଦାରି ହେବା ସୁଯୋଗରୁ ବଞ୍ଚିତ ହୋଇଥିବାରୁ ସେ ନିଜକୁ ଧନ୍ୟ ମଣିଛନ୍ତି ।

 

Previous Post

ରକ୍ତଦାନ ପାଇଁ ଉତ୍ସାହିତ କଲେ ସୌରି ସଚିନ୍

Next Post

ପରାଜୟରୁ ଶିଖିଲେନି, ପାଣ୍ଡିଆନ ପ୍ରେମ ଛାଡ଼ିଲେନି

Next Post
ପରାଜୟରୁ ଶିଖିଲେନି, ପାଣ୍ଡିଆନ ପ୍ରେମ ଛାଡ଼ିଲେନି

ପରାଜୟରୁ ଶିଖିଲେନି, ପାଣ୍ଡିଆନ ପ୍ରେମ ଛାଡ଼ିଲେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA