Thursday, April 23, 2026 03:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କୁ ପୁଣି ଫସାଇଦେଲେ !

ଇଂରାଜୀ ନ୍ୟୁଜ୍ ସାହରା, ନବୀନ ହେଲେ ମୋହରା

by Our Correspondent
22 Jul, 2024- 04:04 PM
in Latest News, News, Politics
1 min read
0
ନବୀନଙ୍କୁ ପୁଣି ଫସାଇଦେଲେ !

ଭୁବନେଶ୍ୱର: ଆଜି ସକାଳୁ ଏକ ଇଂରାଜୀ ଦୈନିକ ଖବରକାଗଜର ଏକ ଛୋଟିଆ ଆଇଟମ୍ ସୋସିଆଲ୍ ମିଡିଆରେ ଘୁରି ବୁଲିଲା । ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଭି.କେ.ପାଣ୍ଡିଆନ୍ ବିଜେଡି ଭାଙ୍ଗିବାକୁ ଯୋଜନା କରିଥିବା ଏଥିରେ କୁହାଯାଇଥିଲା । ତେବେ ଏହି ଖବରଟିକୁ କେହି ବିଶ୍ୱାସ କଲେ ନାହିଁ । ଖବରଟି ଲେଖିଥିବା ସାମ୍ବାଦିକଙ୍କର ଓଡ଼ିଶା ରାଜନୀତି ଉପରେ ଆଦୌ ଧାରଣା ନାହିଁ ବୋଲି କିଛି ଲୋକ ଭାବିଲେ । ଅନେକ ଏହାକୁ ଫେକ୍ ନ୍ୟୁଜ୍ କହି ଗୁରୁତ୍ୱ ଦେଲେ ନାହିଁ । ଜାଣିଶୁଣି କିଏ ବଦମାସୀ କରିଛି ବୋଲି ସେମାନେ ଧରିନେଲେ । ସାଧାରଣ ଲୋକ ଏହି ଖବରର ବିନ୍ଦୁ ବିସର୍ଗ ଜାଣି ପାରିଲେନି । ମାତ୍ର ନବୀନ ବାବୁ ବିଧାନସଭାରୁ ନବୀନ ନିବାସ ଫେରିବା କ୍ଷଣି ତାଙ୍କ ଏକ୍ସ ହାଣ୍ଡଲ୍ ରେ ଏହି ଖବର ଉପରେ ତାଙ୍କର ପ୍ରତିକ୍ରିୟା ଆସିଲା । ଏହି ଖବରକୁ ସେ ସିଧାସଳଖ ଖଣ୍ଡନ କରି ପାଣ୍ଡିଆନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଇଂରାଜୀ ଖବରକାଗଜରେ ପ୍ରକାଶିତ ଏହି ଛୋଟିଆ ଖବରକୁ ନେଇ ନବୀନ ବାବୁ ଏତେ ଜଲଦି ପ୍ରତିକ୍ରିୟାଶୀଳ ହେବା ବୋଧହୁଏ ପ୍ରଥମ ଘଟଣା । ଯାହାଙ୍କ ଉପରେ ଖବର ପର୍ଯ୍ୟବେସିତ ସେ ଏହାକୁ ଖଣ୍ଡନ କରିବା ପରିବର୍ତ୍ତେ ନବୀନ ବାବୁ ତରବରିଆ ହୋଇ ଖଣ୍ଡନ କରିବା ଏବଂ ପାଣ୍ଡିଆନଙ୍କ ପ୍ରଶଂସାରେ ପୁଣି ଶତମୁଖର ହେବା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି ।

ନବୀନ ବାବୁ ତାଙ୍କ ଏକ୍ସ ହାଣ୍ଡଲରେ ଇଂରାଜୀରେ ଯାହା ଲେଖିଛନ୍ତି ତାହାର ଓଡ଼ିଆ ଅନୁବାଦ ହେଉଛି- ଏକ ଇଂରାଜୀ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ, ମାନହାନୀସୂଚକ, ବିଭ୍ରାନ୍ତକାରୀ । ଯାହା ମୁଁ ପୂର୍ବରୁ କହିଛି, ମିଷ୍ଟର ପାଣ୍ଡିଆନ୍ ସମ୍ପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ରାଜ୍ୟ ଓ ଦଳର ସେବା କରିଛନ୍ତି । ତାଙ୍କର ଏହି ଦକ୍ଷତା ଓ ନିଷ୍ଠା ପାଇଁ ସେ ଜଣାଶୁଣା ।

ସୂଚନାଯୋଗ୍ୟ, ବିଜେଡିର ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ବିଜେଡିରେ ତୀବ୍ର ଅସନ୍ତୋଷ ଓ ବିରୋଧାଭାଷ ସୃଷ୍ଟି ହୋଇଥିଲା ବେଳେ ଦଳର ମୁଖିଆ ନବୀନ ବାବୁ ତତକ୍ଷଣାତ ଏକ ଭିଡିଓ ବାର୍ତ୍ତା ଜରିଆରେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଥିଲେ । ପାଣ୍ଡିଆନଙ୍କ ସମର୍ପଣ ଭାବ, ନିଷ୍ଠା ଓ ଦକ୍ଷତାକୁ ସେ ପ୍ରଶଂସା କରିଥିଲେ । ଅତଏବ ପାଣ୍ଡିଆନଙ୍କ ବିରୋଧରେ କେହି ପାଟି ଫିଟାଅ ନାହିଁ ବୋଲି ବିଜେଡି ନେତା ଓ କର୍ମୀଙ୍କୁ ନବୀନ ପରୋକ୍ଷରେ ଜଣାଇ ଦେଇଥିଲେ ।

ଇତିମଧ୍ୟରେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିଲେ ମଧ୍ୟ ନବୀନ ନିବାସରୁ ପୂର୍ବଭଳି ତାଙ୍କର କ୍ଷମତା ଜାହିର କରୁଥିବା ଚର୍ଚ୍ଚା ହେଉଛି । ଅଦୃଶ୍ୟରେ ରହି ସେ ହିଁ ବିଜେଡିକୁ କୁଆଡ଼େ ପରିଚାଳନା କରୁଛନ୍ତି । ମାତ୍ର ଦଳରେ ତାଙ୍କର ଗ୍ରହଣୀୟତା ଫେରୁ ନ ଥିବାରୁ ସେ ଚିନ୍ତିତ ଥିବା କୁହାଯାଉଛି ।

ଏତିକିବେଳେ ଜାତୀୟ ଇଂରାଜୀ ଖବରକାଗଜରେ ଏଭଳି ଏକ ମନଗଢ଼ା ଖବର ଆସିବାକୁ ନେଇ ରାଜନୈତିକ ମହଲରେ ବହୁତ କଥା ଆଲୋଚନା ହେଉଛି । ପାଣ୍ଡିଆନଙ୍କ ପାଇଁ ନବୀନଙ୍କ ତୁଣ୍ଡରେ ପୁଣିଥରେ ସ୍ତୃତିଗାନ୍ ପାଇଁ ଏଭଳି ନାଟକ କରାଯାଇଥିବା ଅନେକ ବିଶ୍ୱାସ କରୁଛନ୍ତି । ନବୀନଙ୍କୁ ଏଥିରେ କେବଳ ମୋହରା ବନାଯାଇଛି ବୋଲି ସେମାନଙ୍କର ମତ ।

ସେପଟେ ଦିଲ୍ଲୀ ମହଲର ଚର୍ଚ୍ଚା ଅନୁଯାୟୀ, ଏଭଳି ଏକ ମନଗଢ଼ା କାହାଣୀକୁ ଇଂରାଜୀ ଖବରକାଗଜରେ ନ୍ୟୁଜ୍ କରିବା ପଛରେ ‘ଏସ୍’ ନାମଧାରୀ ପାଣ୍ଡିଆନଙ୍କର ଜଣେ ସହଯୋଗୀଙ୍କର ହାତ ରହିଛି । ଇଂରାଜୀ ଖବରକାଗଜର ସଂପୃକ୍ତ ସାମ୍ବାଦିକଙ୍କୁ କୁହାଇ ଏଭଳି ଖବର(ପେଡ୍ ନ୍ୟୁଜ୍) ପ୍ରସ୍ତୁତ କରାଯାଇଛି । ଏମିତି ଏକ ଖବର କରି ତାହା ଉପରେ ପାଣ୍ଡିଆନଙ୍କ ସପକ୍ଷରେ ନବୀନଙ୍କ ତୁଣ୍ଡରୁ ଆଉ ଏକ ସାର୍ଟିଫିକେଟ୍ ବାହାର କରିବାକୁ କୁଆଡ଼େ ସୁଚିନ୍ତିତ ଯୋଜନା ହୋଇଥିଲା । ଯାହା ଶତ ପ୍ରତିଶତ ସଫଳ ହୋଇଛି ।

ଏହାଦ୍ୱାରା ବିଜେଡିରେ ନବୀନଙ୍କ ପରେ ପାଣ୍ଡିଆନ ଯେ ଅଖଣ୍ଡ କ୍ଷମତାର ଅଧିକାରୀ ସେହି ବାର୍ତ୍ତା ବିଜେଡି ନେତାଙ୍କୁ ଛଡ଼ାଯାଇଛି । ପାଣ୍ଡିଆନଙ୍କ ବଶତା ମାନି ଇଚ୍ଛା ପାଇଲେ ଦଳରେ ରହ ନହେଲେ ଦଳ ଛାଡ଼ି ପଳାଅ ବୋଲି ଏହାଦ୍ୱାରା ବିଜେଡି ନେତାଙ୍କୁ ବାର୍ତ୍ତା ଦେବାକୁ ଉଦ୍ୟମ ହୋଇଥିବା ରାଜନୈତିକ ସମୀକ୍ଷକ ମହଲ ମନେ କରୁଛନ୍ତି ।

କ’ଣ ସେହି ଇଂରାଜୀ ଖବର..

ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଖବରକାଗଜର ଦିଲ୍ଲୀ ରେସିଡେଣ୍ଟ ଏଡିଟର ସାହିଦ ଫରିଦି ଏହି ରିପୋର୍ଟ ଲେଖିଛନ୍ତି । ଯାହାର ଶୀର୍ଷକ ରହିଛି NAVEEN WANTS BJP TO SPURN PANDIAN OVERTURES । ସେଥିରେ ଲେଖିଛନ୍ତି ବର୍ତ୍ତମାନ ବିଜେପି ଏବଂ ବିଜେଡି ମଧ୍ୟରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛନ୍ତି ବୁ୍ୟରୋକ୍ରାଟରୁ ନେତା ପାଲଟିଥିବା ନବୀନ ପଟ୍ଟନାୟକଙ୍କର ପୂର୍ବତନ ସହଯୋଗୀ ଭି.କେ.ପାଣ୍ଡିଆନ୍ । ବିଜେଡିର ସମର୍ଥନ ପାଇଁ ବିଜେପି ଇତିମଧ୍ୟରେ ନବୀନ ପଟ୍ଟନାୟକଙ୍କ ଶରଣ ପଶିଛି । କାରଣ ରାଜ୍ୟସଭା ଗଣିତ ଦୃଷ୍ଟିରୁ ବିଜେଡିର ସମର୍ଥନ ବିଜେପି ପାଇଁ ଜରୁରୀ ହୋଇପଡ଼ିଛି । ରାଜ୍ୟସଭାରେ ଏନଡିଏର ସଂଖ୍ୟା ଗରିଷ୍ଠତା ନାହିଁ । କୌଣସି ବିଲ୍ ପାସ୍ ପାଇଁ ବିଜେଡିର ୯ ସଦସ୍ୟଙ୍କର ସମର୍ଥନ ଦରକାର ପଡୁଛି । ସେହିଭଳି ବିଧାନସଭାରେ ବିଜେଡିର ସଦସ୍ୟ ସଂଖ୍ୟା ୫୧ ଥିବାରୁ ଆଗକୁ ଆସୁଥିବା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଜେଡିର ସମର୍ଥନ ନିହାତି ଦରକାର ପଡ଼ିବ ।

ଗତ ସପ୍ତାହରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ନବୀନ ବାବୁଙ୍କ ସହ କଥା ହୋଇଥିଲେ । ନବୀନ ବାବୁ ତାଙ୍କୁ ରାଜ୍ୟସଭା ଏବଂ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ସମର୍ଥନ ଦେବେ ବୋଲି ରାଜି ହୋଇଥିଲେ ମାତ୍ର ସେଥିପାଇଁ ତାଙ୍କର ଗୋଟିଏ ସର୍ତ୍ତ ଥିଲା । ତାହା ହେଲା, ପାଣ୍ଡିଆନଙ୍କୁ ବିଜେପିରେ ପୂରାଇ ନ ଦେବାକୁ ବିଜେପି କଥା ଦେଉ ।

ଶ୍ରୀ ଶାହଙ୍କ ସହିତ ଭେଟ ହେବା ପାଇଁ ପାଣ୍ଡିଆନ୍ ଉଦ୍ୟମ ଚଳାଇଛନ୍ତି । ଶ୍ରୀ ଶାହାଙ୍କ ସହ କଥା କରାଇ ଦେବା ପାଇଁ ପାଣ୍ଡିଆନଙ୍କୁ ସାହାଯ୍ୟ କରୁଛନ୍ତି କେନ୍ଦ୍ରରେ ଏକାଧିକ ବିଭାଗର ଦାୟିତ୍ୱରେ ଥିବା ଜଣେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ମନ୍ତ୍ରୀ । ସେଥିପାଇଁ ଗତ କିଛି ସପ୍ତାହ ମଧ୍ୟରେ ପାଣ୍ଡିଆନ୍ ବାରମ୍ବାର ଦିଲ୍ଲୀ ଆସିଛନ୍ତି । ମାତ୍ର ଅମିତ୍ ଶାହାଙ୍କୁ ଭେଟିବାକୁ ଏ ଯାଏଁ ସମର୍ଥ ହୋଇପାରିନାହାନ୍ତି । ବିଜେପି ନେତୃତ୍ୱଙ୍କୁ ପାଣ୍ଡିଆନ୍ ମନାଇଛନ୍ତି କି ସେ ବିଜେଡିକୁ ଭାଙ୍ଗି ଦେଇପାରିବେ । ବିଜେଡି ଭାଙ୍ଗିଗଲେ ଓଡ଼ିଶାରେ ବିଜେପିର ଶକ୍ତିବୃଦ୍ଧିରେ ସହାୟକ ହେବ । ତେବେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ବିଜେଡିର ସମର୍ଥନ ଆବଶ୍ୟକତା ଥିବାରୁ ବିଜେପି ନବୀନ ପଟ୍ଟନାୟକଙ୍କ ସାଙ୍ଗରେ ରହିବାକୁ ସ୍ଥିର କରିଛି । ବର୍ତ୍ତମାନ ପାଇଁ ଅନ୍ତତଃ ପାଣ୍ଡିଆନଙ୍କୁ ବିଜେପିରେ ପୂରାଇ ଦିଆଯିବ ନାହିଁ ବୋଲି କଥା ଦେଇଛି ।

Previous Post

ଲୋକହସା ହେଲେ ମୋହନ ସରକାର !

Next Post

ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନରେ ପ୍ରିୟାପ୍ରୀତି

Next Post
ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନରେ ପ୍ରିୟାପ୍ରୀତି

ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନରେ ପ୍ରିୟାପ୍ରୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA