Wednesday, August 12, 2026 08:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାରାଦ୍ୱୀପ-ବଡ଼ବିଲ ରାସ୍ତା ହେବ ୮ ଲେନ୍

ନବୀନ-ଗଡ଼କରୀ ଆଲୋଚନା

by Our Correspondent
02 Feb, 2021- 09:48 PM
in Latest News, News
1 min read
0
ପାରାଦ୍ୱୀପ-ବଡ଼ବିଲ ରାସ୍ତା ହେବ ୮ ଲେନ୍

ନୂଆଦିଲ୍ଲୀ/ଭୁବନେଶ୍ୱର: ପାରାଦ୍ୱୀପଠାରୁ ବଡ଼ବିଲ୍ ପର୍ଯ୍ୟନ୍ତ ୩୦୦ କିମି ରାସ୍ତାକୁ ୮ ଲେନ୍ କରାଯିବ । ପାରାଦ୍ୱୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡୁବୁରି, କେନ୍ଦୁଝର, ରେମୁଳି ଦେଇ ବଡ଼ବିଲ୍ ରେ ସରିବ ଏହି ରାସ୍ତା । ଆଜି କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ହୋଇଛି । ପାରାଦ୍ୱୀପ ଠାରୁ ବଡ଼ବିଲ୍ ମଧ୍ୟରେ ଅର୍ଥନୈତିକ କରିଡର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଗ୍ରହଣ କରିବା ସହ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଡ଼କରୀ-ନବୀନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରସ୍ତାବିତ ପାରାଦ୍ୱୀପ-ବଡ଼ବିଲ୍ ଅର୍ଥନୈତିକ କରିଡ଼ରରେ ରାଜ୍ୟ ସରକାର ପାର୍ଟନର୍ ହେବାକୁ ଇଚ୍ଛୁକ ଏବଂ ଏଥିପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହ ତାଙ୍କର ନିୟମିତ ଦୁଇମାସରେ ଥରେ ଏବଂ କେନ୍ଦ୍ର-ରାଜ୍ୟ ମଧ୍ୟରେ ପ୍ରତି ମାସରେ ଅଫିସରସ୍ତରୀୟ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।

ଏତଦବ୍ୟତୀତ ୩୦୦ କିମି ଦୀଘା-ସାତପଡ଼ା କୋଷ୍ଟାଲ୍ ହାଇୱେ ନିର୍ମାଣ ସମ୍ପର୍କିତ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାର ଆନୁସଙ୍ଗିକ ଅନୁମତି ପ୍ରଦାନ କରିସାରିଥିବାରୁ ତୁରନ୍ତ ଏହା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ଏହାକୁ ଗ୍ରହଣ କରିଛନ୍ତି ।

କେନ୍ଦୁଝର ଜିଲ୍ଲାରେ ନିର୍ମାଣାଧୀନ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତୁରନ୍ତ ସାରିବା ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ଅନୁଯାୟୀ, ଏନଏଚ-୨୦ ଅନ୍ତର୍ଗତ ପାଣିକୋଇଲି-ରେମୁଳି ରାସ୍ତା ପ୍ରାୟତଃ ଶେଷ ହେବା ଉପରେ । ଅସମ୍ପୂର୍ଣ୍ଣ କାର୍ଯ୍ୟ ବର୍ଷେ ଭିତରେ ସମ୍ପୂର୍ଣ୍ଣ ହେବ । ସେହିଭଳି ୪୩ କିମି ରେମୁଳି-କୋଇଡା ୪ ଲେନିଂ ରାସ୍ତା ଏବଂ ୧୦୪ କିମି ସିଙ୍ଗାରା-ବିଂଜବାହାଲ ଏନଏଚ କାର୍ଯ୍ୟ ୨୦୨୧ ଜୁନ୍ ସୁଦ୍ଧା ସରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଗୋପାଳପୁର, ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ପାରାଦ୍ୱୀପ ଏବଂ ଧାମରା ବନ୍ଦର ସଂଯୋଗୀକରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ଆଲୋଚନାରେ ଅମପାଣି-ଜୟପୁର ବିଜୁ ଏକ୍ସପ୍ରେସ୍ ୱେ, ଭୁବନେଶ୍ୱର-ପୁରୀ ଏକ୍ସପ୍ରେସ୍ ୱେ ଏବଂ ରାଇପୁର-ବିଶାଖାପାଟଣା ରାସ୍ତା ଉପରେ ଆଲୋଚନା ହୋଇଥିଲା ।

ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଇନଫ୍ରା ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଭର୍ଚୁଆଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଅଂଶଗ୍ରହଣ କରିଥିଲେ ।

ପାରାଦ୍ୱୀପ-ବଡ଼ବିଲ୍ ପ୍ରସ୍ତାବିତ ଅର୍ଥନୈତିକ କରିଡ଼ର ଚଣ୍ଡିଖୋଲ ସମେତ କଳିଙ୍ଗନଗର ଇସ୍ପାତ କ୍ଲଷ୍ଟର୍ ର ବିକାଶ ଏବଂ କେନ୍ଦୁଝରରୁ ଖଣିଜ ଦ୍ରବ୍ୟର ପରିବହନ ପାଇଁ ବଡ଼ ଭୂମିକା ନେବ ବୋଲି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି । ସେହିପରି ୯ ହଜାର କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଦୀଘା-ଗୋପାଳପୁର କୋଷ୍ଟାଲ୍ ହାଇୱେ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଧର୍ମେନ୍ଦ୍ର କହିଛନ୍ତି ।

Previous Post

ନାସାର ମୁଖ୍ୟ ହେଲେ ଭାରତୀୟ ବଂଶୋଭବ ଭବ୍ୟା ଲାଲ୍

Next Post

ରାଜ୍ୟସଭାରେ ମହିଳା ସଶକ୍ତିକରଣ ଫର୍ମୂଲା ବତାଇଲା ବିଜେଡ଼ି

Next Post
ରାଜ୍ୟସଭାରେ ମହିଳା ସଶକ୍ତିକରଣ ଫର୍ମୂଲା ବତାଇଲା ବିଜେଡ଼ି

ରାଜ୍ୟସଭାରେ ମହିଳା ସଶକ୍ତିକରଣ ଫର୍ମୂଲା ବତାଇଲା ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA