ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ଅଲିମ୍ପିକ୍ସ ପଦକ
କଳିଙ୍ଗ ଷ୍ଟାଡିୟମ୍ ରେ ପ୍ରାକ୍ଟିସ୍ କରିଥିଲେ
ନୂଆଦିଲ୍ଲୀ/ଭୁବନେଶ୍ୱର: ସାରା ଦେଶରେ ଖୁସିର ଲହରି । ୨୩ ବର୍ଷୀୟ ନୀରଜ ଚୋପ୍ରାଙ୍କୁ ଜାଭେଲିନ୍ ଥ୍ରୋ’ ରେ ମିଳିଛି ଅଲିମ୍ପିକ୍ସ ଗୋଲଡ୍ ମେଡାଲ୍ । ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ ଭାବେ ଅଲିମ୍ପିକ୍ସ ପଦକ ଜିତିଛନ୍ତି ସେ । ଟୋକିଓ ଅଲିମ୍ପିକ୍ସରେ ଗୋଲଡ ମେଡାଲ୍ ଜିତିବାରେ ମଧ୍ୟ ସେ ହେଉଛନ୍ତି ଏକମାତ୍ର ଭାରତୀୟ । ଆଜି ଅନୁଷ୍ଠିତ ଫାଇନାଲ୍ ରେ ନୀରଜ ୮୭.୫୮ ମିଟର ଫିଙ୍ଗି ସ୍ୱର୍ଣ୍ଣ ଜିତିଛନ୍ତି ।








