Tuesday, May 26, 2026 11:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାତି ୯ଟାରୁ ନାଇଟ୍ କର୍ଫ୍ୟୁ , ସ୍କୁଲ ବନ୍ଦ

ରାଜ୍ୟରେ ବଢ଼ିଲା କରୋନା କଟକଣା

by Our Correspondent
05 Jan, 2022- 07:39 PM
in Latest News, News
1 min read
0
ରାତି ୯ଟାରୁ ନାଇଟ୍ କର୍ଫ୍ୟୁ , ସ୍କୁଲ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିବା ସହ ତୃତୀୟ ଲହରର ସଙ୍କେତ ଆସିଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ସଂଧ୍ୟାରେ ଏହି କଟକଣା ଘୋଷଣା କରିଛନ୍ତି । ଏଥିରେ ଜାନୁଆରୀ ମାସ ପାଇଁ ଜାରି ହୋଇଥିବା ପୂର୍ବ କଟକଣାକୁ ଆହୁରି କଠୋର କରାଯାଇଛି । ନାଇଟ୍ କର୍ଫ୍ୟୁ ସମୟ ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଆରମ୍ଭ ହେବ । ଅର୍ଥାତ୍ ସବୁ ଦୋକାନବଜାର ରାତି ୯ଟା ଯାଏଁ ଖୋଲା ରହିବ । ସେହିଭଳି ରାଜ୍ୟରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । କେବଳ ଅନଲାଇନ୍ ରେ କ୍ଲାସ୍ ଚାଲିବ । ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ୮ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଆସେସମେଣ୍ଟ ପରୀକ୍ଷା ଚାଲିବ । ସମସ୍ତ ସରକାରୀ ଅଫିସ୍ ୫୦% କର୍ମଚାରୀରେ ଚାଲିବ ।

ନୂଆ କୋଭିଡ୍ କଟକଣା

– ରାତି ୯ଟାରୁ ସକାଳ ୫ଟା ନାଇଟ୍ କର୍ଫ୍ୟୁ

– ଦ୍ୱାଦଶ ପର୍ଯ୍ୟନ୍ତ କ୍ଲାସ୍ ବନ୍ଦ, ଅନଲାଇନ୍  କ୍ଲାସ୍ ଚାଲିବ

– ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଡାଉଟ୍ କ୍ଲିୟରିଂ କ୍ଲାସ୍ ହୋଇପାରିବ

– ହାଟ, ବଜାର, ମଲ୍ ରେ ଭିଡ଼ ହୋଇପାରିବ ନାହିଁ । କଟକଣା ଭାଙ୍ଗିଲେ ୭ ଦିନ ପାଇଁ ଦୋକାନ ସିଲ୍

– ସାମାଜିକ, ଧାର୍ମିକ ସମାବେଶ ବନ୍ଦ

– ରାଜନୈତିକ, ଖେଳକୁଦ ଓ ଶୈକ୍ଷିକ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି

– ଇନଡୋର୍ କାର୍ଯ୍ୟକ୍ରମରେ ୫୦% କ୍ଷମତାରୁ ଅଧିକ ଲୋକଙ୍କୁ ମନା

– ବାହାଘର/ବ୍ରତଘରରେ ସର୍ବାଧିକ ୧୦୦ ଏବଂ ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି

– ବାହାଘର ଶୋଭାଯାତ୍ରାରେ ୩୦ ରୁ ଅଧିକ ଯୋଗ ଦେଇପାରିବେ ନାହିଁ ।

– ବାହାଘର, ରିସେପସନ୍ ଛଡ଼ା ଅନ୍ୟ (ହଳଦୀ, ମେହେନ୍ଦି) କାର୍ଯ୍ୟକ୍ରମକୁ ମନା

– ସମସ୍ତ ସରକାରୀ ଅଫିସ ୫୦% କର୍ମଚାରୀରେ ଚାଲିବ

– କେନ୍ଦ୍ର ସରକାର ଏବଂ ଘରୋଇ ଅଫିସ୍ କମ୍ ସଂଖ୍ୟକ କର୍ମଚାରୀରେ ଚାଲିବ

– ସରକାରୀ ମିଟିଂ, ଟ୍ରେନିଂ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି

– ପର୍ଯ୍ୟଟନସ୍ଥଳୀରେ ବଣଭୋଜି ମନା

– ସ୍କୁଲ କଲେଜ ପିକନିକ୍, ଏସକର୍ସନ ମନା

– ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ

– ସିନେମା ହଲ୍ ୫୦% ଦର୍ଶକରେ ଚାଲିବ

– ଯାତ୍ରାରେ ୧୦୦୦ ଦର୍ଶକଙ୍କୁ ଅନୁମତି

– ୫୦ ଲୋକଙ୍କୁ ନେଇ ଇନଡୋର, ଆଉଟଡୋର ଫିଲ୍ମ ସୁଟିଂ

ଜାନୁଆରୀ ୭ରୁ ଏହି କଟକଣା ଲାଗୁ ହୋଇ ଫେବୃଆରୀ ୧ ଯାଏଁ ରହିବ ।

୨୪ ଘଣ୍ଟାରେ ଡବଲ୍, ଆଉ ୨୪ ଓମିକ୍ରନ୍

ଗତ ୨୪ ଘଣ୍ଟାରେ ଡବଲ୍ ହୋଇଯାଇଛି ସଂକ୍ରମଣ । ଦୁଇ ଦିନ ତଳେ ଲଗାତର ଦୁଇ ଦିନ ଧରି ଦୈନିକ ସଂକ୍ରମଣ ୪୨୪ ଥିଲା । ଗତକାଲି ଏହା ୬୮୦ ରେ ପହଞ୍ଚିଥିଲା । ଆଜି ଏହା ଡବଲ୍ ହୋଇଛି କହିଲେ ଚଳେ । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୨୧୬ କୁ ବୃଦ୍ଧି ପାଇଛି । ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୪୫୬ ଆକ୍ରାନ୍ତ । ଏଥିସହ କରୋନା ପଜିଟିଭିଟି ରେଟ୍ ୧% କୁ ଟପିଯାଇଛି ।

ସେହିଭଳି ରାଜ୍ୟରେ ଆଉ ୨୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗରେ ରିପୋର୍ଟ ହୋଇଛି । ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଜେନମ୍ ସିକ୍ୱେନସିଂ ପାଇଁ ୨୧୮ ସାମ୍ପଲ୍ ଆସିଥିଲା । ସେଥିରୁ ୨୪ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କର ବିଦେଶ ଟ୍ରାଭେଲ୍ ହିଷ୍ଟ୍ରି ଥିବା ବେଳେ ୧୯ ଜଣ ସ୍ଥାନୀୟ ଅଞ୍ଚଳର । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରେ ପହଞ୍ଚିଛି ।

ଦେଶରେ କରୋନା ସଂକ୍ରମଣ ମଧ୍ୟ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୫୮,୦୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବଦିନ ୩୭, ୩୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Previous Post

୧୦ ଦିନ ମଧ୍ୟରେ କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

Next Post

ତୃତୀୟ ଲହର ଆରମ୍ଭରୁ ସ୍ଥିତି ଅସମ୍ଭାଳ !

Next Post
ତୃତୀୟ ଲହର ଆରମ୍ଭରୁ ସ୍ଥିତି ଅସମ୍ଭାଳ !

ତୃତୀୟ ଲହର ଆରମ୍ଭରୁ ସ୍ଥିତି ଅସମ୍ଭାଳ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA