ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ଗିରଫ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀ କ୍ରାଇମବ୍ରାଞ୍ଚ ଆଗରେ ସତ ମାନିଯାଇଛନ୍ତି । ପ୍ରଥମରୁ ପାଟି ଖୋଲୁ ନ ଥିବା ନିରଞ୍ଜନ ଏବେ ତଦନ୍ତରେ ସହଯୋଗ କରୁଥିବା ଏବଂ ସତ ମାନିଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ଫେବ୍ରୁଆରୀ ୭ ତାରିଖ ଦିନ କ’ଣ ଘଟଣା ଘଟିଥିଲା ନିରଞ୍ଜନ ତାହା ଗୋଟି ଗୋଟି କରି କହିଛନ୍ତି ।








