Tuesday, April 21, 2026 10:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅପରାଜିତାଙ୍କ ସମର୍ଥନରେ କେହି ବାହାରିଲେନି

ସାଂସଦଙ୍କ ମନମାନି ବିରୋଧରେ ଫେରାଦ!

by Our Correspondent
04 Apr, 2022- 08:38 PM
in Latest News, News, Politics
1 min read
0
ଅପରାଜିତାଙ୍କ ସମର୍ଥନରେ କେହି ବାହାରିଲେନି

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଛାୟା ଲଢ଼େଇ ଜାରି ରଖିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବ୍ୟାକଫୁଟ୍ କୁ ଚାଲିଯାଇଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ଦୁର୍ବଳ ପ୍ରଦର୍ଶନ ପାଇଁ ପରୋକ୍ଷରେ ଧର୍ମେନ୍ଦ୍ରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ । ତେବେ ନିଜର ଭିନ୍ନ ଗୋଠ ଯୋଗୁଁ ଦଳରେ କାହାର ସମର୍ଥନ ପାଇନାହାନ୍ତି । ଓଲଟି କାର୍ଯ୍ୟକର୍ତ୍ତା ଓ ବିଧାୟକମାନେ ହାଇକମାଣ୍ଡଙ୍କୁ ଭେଟି ଓଡ଼ିଶାରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ସପକ୍ଷରେ ଛିଡ଼ା ହୋଇଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପି ଆଭ୍ୟନ୍ତରୀଣ ରାଜନୀତି ଏବେ ସରଗରମ ।

ପଞ୍ଚାୟତ ଓ ପୌର ନିର୍ବାଚନରେ ଲଜ୍ଜାଜନକ ପରାଜୟ ପାଇଁ ଦଳର ଦୁର୍ବଳ ନେତୃତ୍ୱକୁ ଦାୟୀ କରି ଅପରାଜିତା ଗଣମାଧ୍ୟମରେ ବୟାନ ଦେଇଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅପରାଜିତାଙ୍କର ଏହା ଖୋଲା ଚାଲେଂଜ ବୋଲି କୁହାଗଲା । କାରଣ ତାଙ୍କ ଦୃଷ୍ଟିରେ ବି ସମୀର ମହାନ୍ତି ନାଁକୁ ଏଠି ସଭାପତି । ଅସଲରେ ଧର୍ମେନ୍ଦ୍ର ହିଁ ଖେଳ କରୁଛନ୍ତି । ତେଣୁ ଧର୍ମେନ୍ଦ୍ରଙ୍କୁ ଦେଖେଇ ହୋଇ ଅପରାଜିତା ଗଣମାଧ୍ୟମରେ ଦଳୀୟ ନେତୃତ୍ୱ ବିରୋଧରେ ବିବୃତି ଦେବା ଧର୍ମେନ୍ଦ୍ରଙ୍କ ଶିବିରରେ ନିଆଁ ଲଗାଇ ଦେଇଥିଲା ।

ରୋଚକ କଥା ହେଉଛି, ଧର୍ମେନ୍ଦ୍ରଙ୍କ କାର୍ଯ୍ୟକଳାପରେ ଅଧିକାଂଶ ନେତା ଅତିଷ୍ଠ ଥିବା ସତ୍ତ୍ୱେ ଅପରାଜିତାଙ୍କ ସମର୍ଥନରେ ଜଣେ ବି ବାହାରି ନାହାନ୍ତି । ତାହାର ଏକମାତ୍ର କାରଣ ହେଲା ଅପରାଜିତାଙ୍କର ଅହଂକାର ସ୍ୱଭାବ ଏବଂ ସମାନ୍ତରାଳ ସଂଗଠନ ଜରିଆରେ ଦଳୀୟ ନେତା ଓ କର୍ମୀଙ୍କ ପ୍ରତି ଅସୂୟା ମନୋଭାବ । ପରିଣାମସ୍ୱରୂପ, ତାଙ୍କ ପଛରେ ପ୍ରାୟ ନେତା, କର୍ମୀ ନାହାନ୍ତି । ଯାହା ସାଂସଦ ବିରୋଧୀ ଗୋଷ୍ଠୀଙ୍କୁ ଆହୁରି ଉତ୍ସାହିତ କରିଛି ।

ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଇତିମଧ୍ୟରେ ଦିଲ୍ଲୀ ଯାଇ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଭେଟିଥିଲେ । ସେହି ଟିମ୍ ରେ ଥିଲେ ୩ ସାଧାରଣ ସମ୍ପାଦକ ସର୍ବଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାରାୟଣ ନାୟକ, ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲ ଏବଂ ଟଙ୍କଧର ତ୍ରିପାଠୀ । ନଡ୍ଡାଙ୍କ ସହ ରାଜ୍ୟର ପଞ୍ଚାୟତ ଓ ପୌ ର ନିର୍ବାଚନରେ ଦଳର ଫଳାଫଳ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ସାଂସଦ ଅପରାଜିତାଙ୍କ କଥା ବି ଉଠିଥିଲା ।

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନାର ସବୁ ଦାୟିତ୍ୱ ନିଜେ ପାଖରେ ରଖି ବି ଦଳ ହାରିବା ପରେ ସାଂସଦ ଗଣମାଧ୍ୟମ ଆଗରେ ନେତୃତ୍ୱକୁ ଦାୟୀ କରୁଛନ୍ତି । ସାଂସଦଙ୍କର ଏଭଳି ମନୋଭାବ ଆଜିର ନୁହେଁ । ଦଳର ସାଂଗଠନିକ କାର୍ଯ୍ୟକ୍ରମରେ ତାଙ୍କର ଆଗ୍ରହ ନାହିଁ କି ମିଳିମିଶି କାମ କରିବାରେ ତାଙ୍କର ସହଯୋଗ ନାହିଁ । ଏହା ନ କରି ଗଣମାଧ୍ୟମରେ ନେତୃତ୍ୱ ବିରୋଧୀ ମନ୍ତବ୍ୟ ଦେବା ସଂଗଠନକୁ ଆହୁରି ଦୁର୍ବଳ କରୁଛି ବୋଲି କିଛି ନେତା ଖୋଲାଖୋଲି ପ୍ରକାଶ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତିରକେ ଓଡ଼ିଶାରେ ଦଳର ଗତି ନାହିଁ ବୋଲି ସେମାନେ ରାଷ୍ଟ୍ରୀୟ ସଭାପତିଙ୍କୁ ସଫା ସଫା କହିଥିବା ଜଣାପଡ଼ିଛି ।

ଏମାନଙ୍କ ପରେ ୨୦ ବିଧାୟକଙ୍କ ପୃଥକ୍ ଦିଲ୍ଲୀ ଗସ୍ତକୁ ନେଇ ମଧ୍ୟ ଜୋର୍ ଚର୍ଚ୍ଚା ହୋଇଛି । ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ଦଳର ନେତା ପ୍ରଦୀପ୍ତ ନାୟକଙ୍କୁ ଭେଟିବାକୁ ଯାଇଥିଲେ ବୋଲି କହିବା ସହ ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ବୋଲି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ତେବେ ଧର୍ମେନ୍ଦ୍ରଙ୍କ ସହ ସାକ୍ଷାତ ବେଳେ ସେମାନେ ତାଙ୍କ ନେତୃତ୍ୱ ଉପରେ ଆସ୍ଥା ଜୁଟାଇବା ସହ ରାଜ୍ୟ ପାଇଁ ଅଧିକ ସମୟ ଦେବାକୁ ବିଧାୟକମାନେ ଅନୁରୋଧ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏ ମର୍ମରେ ସେମାନେ ହାଇକମାଣ୍ଡଙ୍କୁ ବି ଜଣାଇଛନ୍ତି ।

ବିଧାୟକମାନଙ୍କ ପକ୍ଷରୁ ଏ ସମ୍ପର୍କରେ କିଛି କୁହାଯାଇ ନ ଥିଲେ ମଧ୍ୟ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟରୁ ଏହାର ସୁରାକ୍ ମିଳିଯାଇଛି । ନିର୍ବାଚନ ପରାଜୟ ପାଇଁ ଦୁର୍ବଳ ନେତୃତ୍ୱକୁ ଅପରାଜିତା ଦାୟୀ କରିବା ସମ୍ପର୍କରେ ସାମ୍ବାଦିକମାନେ ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ସେ କହିଥିଲେ, ଆମେ ଏକକ ନେତୃତ୍ୱକୁ ବିଶ୍ୱାସ କରୁନା । ଆମେ ମିଳିତ ନେତୃତ୍ୱକୁ ବିଶ୍ୱାସ କରୁ । ଅପରାଜିତାଙ୍କୁ କିଏ ମନା କରିଥିଲା ସଂଗଠନ ସଜାଡ଼ିବାକୁ? ତାଙ୍କ ସଂସଦୀୟ କ୍ଷେତ୍ରରେ ସଂଗଠନ ତିଆରି କରିବାକୁ ତାଙ୍କୁ କିଏ ମନା କରିଥିଲା କି?

ପୂର୍ବରୁ ଦଳର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ମଧ୍ୟ ଅନୁରୂପ ମତ ଦେଇଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ଼ ବିରୋଧୀ ଭାବେ ଜଣାଶୁଣା ଖାରବେଳ ବାବୁ ମଧ୍ୟ ଅପରାଜିତାଙ୍କ ସପକ୍ଷରେ ବାହାରି ନ ଥିଲେ । ପୌର ନିର୍ବାଚନରେ ପ୍ରଚାର ପାଇଁ ଅପରାଜିତା ବରିଷ୍ଠ ନେତାମାନଙ୍କୁ କାହିଁକି ଲୋଡ଼ିଲେ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଭୁବନେଶ୍ୱରରେ ଦଳର ପରାଜୟ ପାଇଁ ତାଙ୍କୁ ମଧ୍ୟ ସମ ପରିମାଣରେ ଦାୟୀ କରିଥିଲେ ।

ତେବେ ସେ ଯାହା ହେଉ, ରାଜ୍ୟ ନେତୃତ୍ୱକୁ ଖେଞ୍ଚିଥିବା ଅପରାଜିତା ଏହିଭଳି ଭାବେ ଏକା ହୋଇଯାଇଥିଲେ ମଧ୍ୟ ତାଙ୍କର ଏକମାତ୍ର ସାହା ହୋଇଛନ୍ତି ବୈଜୟନ୍ତ ପଣ୍ଡା । ନିଜ ଗଣମାଧ୍ୟମ ଜରିଆରେ ତାଙ୍କୁ ଭରପୁର ନୈତିକ ସମର୍ଥନ ଦେଉଥିବାରୁ ରାଜନୈତିକ ମହଲରେ କୌତୁହଳ ସୃଷ୍ଟି ହୋଇଛି ।

Previous Post

ସତ ମାନିଗଲେ ନିରଞ୍ଜନ ସେଠୀ

Next Post

ଭଲ ଲାଗିଲାନି ବୋଲି ଭାଙ୍ଗିଦେଲା

Next Post
ଭଲ ଲାଗିଲାନି ବୋଲି ଭାଙ୍ଗିଦେଲା

ଭଲ ଲାଗିଲାନି ବୋଲି ଭାଙ୍ଗିଦେଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA