Tuesday, April 21, 2026 11:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭଲ ଲାଗିଲାନି ବୋଲି ଭାଙ୍ଗିଦେଲା

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା

by Our Correspondent
06 Apr, 2022- 01:16 PM
in Latest News, News
1 min read
0
ଭଲ ଲାଗିଲାନି ବୋଲି ଭାଙ୍ଗିଦେଲା

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ପର୍ଦ୍ଦାଫାସ ହୋଇଛି । ଶ୍ରୀମନ୍ଦିର ବୁଲିବାକୁ ଆସିଥିବା ଜଣେ ଯୁବକ ହିଁ ଏହି କାଣ୍ଡ ଭିଆଇଛି । ଏହାର କାରଣ ବି ଅଜବ । କୁଆଡ଼େ ସେହି ଯୁବକକୁ ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗିଦେଲା । ଏହା ପଛରେ ଅନ୍ୟ କୌଣସି ଷଡ଼ଯନ୍ତ୍ର ନ ଥିଲା ।

ପୁରୀ ଏସପି କନୱର ବିଶାଲ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସମ୍ବେଦନଶୀଳ ଘଟଣାର ପର୍ଦ୍ଦାଫାସ୍ କରିଛନ୍ତି । ସେ କହିଛନ୍ତି, ରୋଷଘରେ ପଶି ଚୁଲି ଭାଙ୍ଗିଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି । ତା’ର ନାଁ ଜେ.ମହାପାତ୍ର । ବୟସ ୩୦ ବର୍ଷ । ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ । ତେବେ ତଦନ୍ତ ଚାଲିଥିବାରୁ ଏସପି ତା’ର ସମ୍ପୂର୍ଣ୍ଣ ପରିଚୟ ଦେଇନାହାନ୍ତି । ଏହାକୁ ଗୋପନ ରଖିଛନ୍ତି ।

ଅଭିଯୁକ୍ତ ଘଟଣାଦିନ ମନ୍ଦିରକୁ ଆସିଥିଲା । ସବୁଆଡ଼େ ବୁଲାବୁଲି କରିଥିଲା । ତେବେ ନିଜକୁ ଭଲ ନ ଲାଗିବାରୁ ରୋଷ ଘରେ ପଶି ଚୁଲି ଭାଙ୍ଗିଥିବା ସ୍ୱୀକାର କରିଛି । ତେବେ ତା’ର ମାନସିକ ସ୍ଥିତି ଠିକ୍ ଅଛି ନା ନାହିଁ ତାହା ଜଣାପଡ଼ିନାହିଁ । ତା’ ମାନସିକ ସ୍ଥିତି ଯାଞ୍ଚ ଲାଗି ବିଶେଷଜ୍ଞଙ୍କ ସହାୟତା ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଆଜି ତାକୁ କୋର୍ଟ ଚାଲାଣ କରାଯିବ । ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେବା ସହ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପୁଲିସ ଡିଜି ସୁନୀଲ ବଂଶଲ ସୋମବାର ସଂଧ୍ୟାରେ ପୁରୀ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ ।

ଘଟଣା ପଛରେ ସେବାୟତ ଗଣ୍ଡଗୋଳ କିମ୍ବା ଅନ୍ୟ କୌଣସି ଷଡ଼ଯନ୍ତ୍ର ଅଭିଯୋଗକୁ ମୁଖ୍ୟ ଶାସନ ସଚିବ ଏବଂ ଡିଜିପି ପ୍ରତ୍ୟାଖ୍ୟାନ କରିଥିଲେ । କେହି ରାତିରେ ରୋଷଘରେ ଲୁଚି ରହିବା ପରେ ଏଭଳି ଘଟଣା ଘଟାଇଛି ବୋଲି ସିସିଟିଭି ଫୁଟେଜ୍ ଆଧାରରେ ଉଭୟ ଏକପ୍ରକାର ସ୍ପଷ୍ଟ କରିଥିଲେ । ତେବେ କଡ଼ା ସୁରକ୍ଷା ବଳୟରେ ଥିବା ରୋଷଘରେ ଜଣେ ଯୁବକ କେମିତି ପଶିଲା ଏବଂ ୪୦ ରୁ ଅଧିକ ଚୁଲି ଭାଙ୍ଗିଲା ତାହା ସମସ୍ତଙ୍କୁ ବିସ୍ମିତ କରୁଛି ।

Previous Post

ଅପରାଜିତାଙ୍କ ସମର୍ଥନରେ କେହି ବାହାରିଲେନି

Next Post

ବିଜେଡ଼ି ଦଖଲରେ ଧାମନଗର

Next Post
ବିଜେଡ଼ି ଦଖଲରେ ଧାମନଗର

ବିଜେଡ଼ି ଦଖଲରେ ଧାମନଗର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA