Wednesday, March 4, 2026 02:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜନୀତିରେ ସମ୍ମାନ, ଶିଷ୍ଟାଚାର

by Samar Pradhan
28 Nov, 2025- 08:43 PM
in Latest News, News
1 min read
0
ରାଜନୀତିରେ ସମ୍ମାନ, ଶିଷ୍ଟାଚାର

ଭୁବନେଶ୍ୱର: ଭାରତର ମହାମହିମ ରାଷ୍ଟ୍ରପତି ଓଡ଼ିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଗତକାଲି ବିଧାନସଭା ଗସ୍ତ ଅବସରରେ କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ସେଥି ମଧ୍ୟରୁ ଦୁଇଟି ଫଟୋ ସମସ୍ତଙ୍କର ବେଶୀ ଦୃଷ୍ଟି ଆକର୍ଷଣ କରିଛି । ଦୁଇଟି ଯାକ ଫଟୋରେ ଜଣେ ଚେହେରା ହେଉଛନ୍ତି ଲମ୍ବା ସମୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେକାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗୋଟିଏ ଫଟୋରେ ତାଙ୍କୁ ରାଷ୍ଟ୍ରପତିଙ୍କ ସହ ଦେଖିବାକୁ ମିଳୁଥିବା ବେଳେ ଅନ୍ୟଟିରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦେଖିବାକୁ ମିଳୁଛି ।

ଗତକାଲି ବିଧାନସଭା ପରିସରରେ ବିଧାୟକମାନଙ୍କ ସହ ଫଟୋ ସେସନ୍ ପାଇଁ ରାଷ୍ଟ୍ରପତି ଆସୁଥିବା ବେଳେ ନବୀନ ପଟ୍ଟନାୟକ ବସିଥିବା ଆସନ ପାଖରେ ଅଟକି ଯାଇଥିଲେ । ଅତି ଆଦର ଓ ସମ୍ମାନପୂର୍ବକ ଆଗୁଆ ନବୀନଙ୍କୁ ହାତଯୋଡ଼ି ପ୍ରଣାମ କରିଥିଲେ । ସେତେବେଳକୁ ନବୀନ ବାବୁ ନମସ୍କାର ଭଙ୍ଗୀରେ ନିଜ ଆସନରୁ ଉଠି ସାରିଥିଲେ । ଆସନ ପାଖରେ ଛିଡ଼ା ହୋଇ ରାଷ୍ଟ୍ରପତିଙ୍କୁ ସମ୍ମାନ ଜଣାଉଥିଲେ । ବୟସାଧିକ କାରଣରୁ ଦୁର୍ବଳ ହୋଇଯାଇଥିବା ନବୀନଙ୍କୁ ଏଭଳି ଛିଡ଼ା ହେବା ରାଷ୍ଟ୍ରପତିଙ୍କୁ ସମ୍ଭବତଃ ଭଲ ଲାଗିଲା ନାହିଁ । ଲାଗୁଥିଲା, ନବୀନଙ୍କ ସ୍ନେହ ଓ ଶ୍ରଦ୍ଧା ଆଗରେ ସେ ନିଜକୁ ଛୋଟ ମନେ କରୁଥିଲେ । ସେତିକିବେଳେ ରାଷ୍ଟ୍ରପତିଙ୍କ ଆବେଗଭରା ଚାହାଣୀ, ନବୀନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ସେହି ଫଟୋରେ ଲିପିବଦ୍ଧ ହୋଇଛି ।

ଉଭୟଙ୍କ ଭିତରେ ଭାଇ-ଭଉଣୀର ପ୍ରେମ ସମ୍ପର୍କ ଅନୁଭବ କରୁଥିଲେ ଉପସ୍ଥିତ ନେତୃଗଣ । ସେହି ଦୃଶ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏମିତି ବିଭୋର କରିଦେଲା ଯେ ସେ ପ୍ରୋଟୋକଲ୍ ଭୁଲିଗଲେ । ନିଜ ଆସନରେ ବସି ଗୋଟିଏ ଲୟରେ ସତେ ଯେମିତି ଉଭୟଙ୍କ ସମ୍ପର୍କର ଗଭୀରତା ମାପୁଥିଲେ ।

ଅନ୍ୟ ଫଟୋରେ ନବୀନଙ୍କ ସହ ଦେଖିବାକୁ ମିଳୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ଉଭୟ ପାଖାପାଖି ଚେୟାରରେ ବସିଛନ୍ତି । ନବୀନ ବାବୁ ଅତି ଆଦର ସହକାରେ ଧର୍ମେନ୍ଦ୍ରଙ୍କୁ କ’ଣ କହୁଛନ୍ତି, ଆଉ ଧର୍ମେନ୍ଦ୍ର ଅତି ସ୍ନେହ ଓ ସମ୍ମାନପୂର୍ବକ ତାଙ୍କର ବାମହାତକୁ ଜୋରରେ ଜାବୁଡ଼ି ଧରିଛନ୍ତି । ସେତିକିବେଳେ ତାଙ୍କ ମୁହଁରୁ ଶ୍ରଦ୍ଧାର ହସ ଫୁଟୁଛି । ରାଜନୀତିରେ ଉଭୟ ଉଭୟଙ୍କର ଶତ୍ରୁ ହୋଇଥିଲେ ମଧ୍ୟ ସେହି ସମୟରେ ଉଭୟଙ୍କ ସମ୍ପର୍କର ପରିଭାଷା ଅଲଗା ଥିଲା । ଠିକ୍ ବାପ-ପୁଅର ସମ୍ପର୍କ ଭଳି ।

ପୂର୍ବରୁ ରାଜନୀତିରେ ଶିଷ୍ଟାଚାରର ଅନେକ ଉଦାହରଣ ରଖିଛନ୍ତି ଧର୍ମେନ୍ଦ୍ର । ପ୍ରତିପକ୍ଷଙ୍କୁ ରାଜନୈତିକ ଆକ୍ରମଣ କରିବାରେ ତାଙ୍କ ସ୍ୱର ଯେତେ ଟାଣ, ବ୍ୟକ୍ତିଗତ ଭାବେ ବରିଷ୍ଠଙ୍କ ପ୍ରତି ତାଙ୍କର ସମ୍ମାନ ଓ ହୃଦୟ ସେତିକି ନରମ । ୨୦୨୪ରେ ମୋହନ ମାଝୀ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ନବୀନଙ୍କ ପ୍ରତି ତାଙ୍କର ସମ୍ମାନବୋଧ ସମସ୍ତେ ଦେଖିଛନ୍ତି । ଶପଥ ଗ୍ରହଣ ଉତ୍ସବରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବରେଣ୍ୟ ଅତିଥିମାନେ ମଞ୍ଚାସୀନ ଥିଲା ବେଳେ ମଞ୍ଚ ତଳୁ ନବୀନଙ୍କୁ ପାଛୋଟି ଆଣିଥିଲେ ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ଧର୍ମେନ୍ଦ୍ର ପ୍ରଧାନ । ସେତିକିବେଳେ ପ୍ରଧାନମନ୍ତ୍ରୀ ବି ନିଜ ଆସନରୁ ଉଠି ନବୀନଙ୍କୁ ସମ୍ମାନ ଜଣାଇଥିଲେ ।

ପରବର୍ତ୍ତୀ ସମୟରେ ପୁରୀ ରଥଯାତ୍ରା ବେଳେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ସହ ମଞ୍ଚାସୀନ ହେବାକୁ ନବୀନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପଦରେ ନ ଥାଇ ଏହା ଥିଲା ନବୀନଙ୍କର ପ୍ରଥମ ରଥଯାତ୍ରା ଦର୍ଶନ । ନବୀନ ମଞ୍ଚ ଉପରକୁ ଆସୁଥିବା ବେଳେ ଧର୍ମେନ୍ଦ୍ର ତାଙ୍କ ପାଖକୁ ଦୌଡ଼ିଯାଇଥିଲେ ଏବଂ ତାଙ୍କୁ ମଞ୍ଚ ଉପରକୁ ସସମ୍ମାନେ ପାଛୋଟି ଆଣିଥିଲେ । ଟିଭିରେ ଏହି ଦୃଶ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା ।

 

Previous Post

କିମ୍‍ସରେ ଓଡ଼ିଶାର ପ୍ରଥମ ଡିଜିଟାଲ୍ ପାଥୋଲୋଜି ସ୍କାନର୍‍

Next Post

୧୭,୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ

Next Post
୧୭,୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ

୧୭,୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA