Sunday, August 16, 2026 06:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଜିଠୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

by Our Correspondent
18 Apr, 2024- 10:18 AM
in Latest News, News
1 min read
0
ଆଜିଠୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ଭୁବନେଶ୍ୱର: ଦେଶରେ ଚତୁର୍ଥ ପର୍ଯ୍ୟାୟ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ମେ’ ୧୩ ତାରିଖରେ ଅନୁଷ୍ଠିତ ହେବ । ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ଓଡ଼ିଶାର ୪ ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସମେତ ଏହା ଅଧୀନସ୍ଥ ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆଜିଠୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ । ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ।

ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ ବିଧାନସଭା କ୍ଷେତ୍ରରେ ଭୋଟ ହେବ ।

ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେପିର କେବଳ ଜୟପୁର ଆସନ ବାକି ଅଛି । ଗୋପାଳପୁର ଏବଂ ଛତ୍ରପୁର ଆସନରେ କଂଗ୍ରେସ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି ।

ପ୍ରଥମ ପର୍ଯ୍ୟାୟ ମତଦାନ ନେଇ ନିର୍ବାଚନ କମିସନ ସମୟ ନିର୍ଘଣ୍ଟ କରିଛନ୍ତି । ସବୁଠି ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ମାତ୍ର ମତଦାନ ଶେଷ ସମୟ ଭିନ୍ନ ରହିଛି ।

କଳାହାଣ୍ଡି ନୂଆପଡ଼ାରେ ୩୯ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଭୋଟିଂ ହେବ । ନୂଆପଡ଼ାର ଅନ୍ୟ ଭୋଟିଂ ଷ୍ଟେସନରେ ୭ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ହେବ । ଖଡିଆଳରେ ୨୯ ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ ହେବ । ଖଡ଼ିଆଳର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ହେବ । ଲାଞ୍ଜିଗଡ଼ରେ ସବୁଠି ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ । ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣାରେ ସକାଳ ୭ରୁ ୫ଟା ଭୋଟିଂ ।

ନର୍ଲାରେ ୧୯ଟି ପୋଲିଂ ଷ୍ଟେସନରେ ସକାଳ ୭ରୁ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ନର୍ଲାର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ହେବ । ନବରଙ୍ଗପୁରର ଉମରକୋଟରେ ୨୨ ପୋଲିଂ ଷ୍ଟେସନରେ ୭ରୁ ୪ଟା ଭୋଟିଂ ହେବ । ଉମରକୋଟର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଝରିଗାଁରେ ୨୬ ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଝରିଗାଁର ଅନ୍ୟ ପୁଲିସ ଷ୍ଟେସନରେ ୭ଟାରୁ ୬ଟା ପର୍ଯ୍ୟନ୍ତ ମତଦାନ ହେବ ।

ନବରଙ୍ଗପୁର ବିଧାନସଭା କ୍ଷେତ୍ରର ୧୦ଟି ପୋଲିଂ ଷ୍ଟେସନରେ ୭ରୁ ୪ଟା ଭୋଟିଂ ହେବ । ନବରଙ୍ଗପୁରରେ ଅନ୍ୟ ସବୁ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଝରିଗାଁରେ ୪ ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବ । ଝରିଗାଁରେ ଅନ୍ୟ ସମସ୍ତ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ମତଦାନ ହେବ । କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ୭ଟାରୁ ୫ଟା ପର୍ଯ୍ୟନ୍ତ ଭୋଟିଂ ହେବ ।

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୬ଟି ବିଧାନସଭା କ୍ଷେତ୍ରରେ ୭ଟାରୁ ୬ ଟା ଭୋଟିଂ ହେବ । ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି ଓ ପାରଳାଖେମୁଣ୍ଡିରେ ସକାଳ ୭ରୁ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ମୋହନାର ସବୁଠି ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ ।

କୋରାପୁଟ ସଂସଦୀୟ କ୍ଷେତ୍ରର ୪ଟି ବିଧାନସଭା କ୍ଷେତ୍ରରେ ସକାଳ ୭ରୁ ୫ଟା ଭୋଟିଂ । ଗୁଣୁପୁର, ବିଷମକଟକ, ରାୟଗଡ଼ା, କୋରାପୁଟରେ ୭ରୁ ୫ଟା ଭୋଟିଂ ହେବ । ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଜୟପୁର ବିଧାନସଭା କ୍ଷେତ୍ରରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟିଂ ହେବ ।

ସୂଚନାଥାଉକି, ଓଡ଼ିଶା ସମେତ ୧୦ଟି ରାଜ୍ୟରେ ମତଦାନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ୧୦ ରାଜ୍ୟର ମୋଟ ୯୬ଟି ଲୋକସଭା ଆସନରେ ମତଦାନ ହେବ ।

Previous Post

ପିସିସି ନିର୍ବାଚନ ପରିଚାଳନା କମିଟି ଗଠିତ

Next Post

ବର୍ଷା-ଅନୁଭବ: ରାଜନୀତି ମଇଦାନରେ ଏଥର ଲଢ଼େଇ

Next Post
ବର୍ଷା-ଅନୁଭବ: ରାଜନୀତି ମଇଦାନରେ ଏଥର ଲଢ଼େଇ

ବର୍ଷା-ଅନୁଭବ: ରାଜନୀତି ମଇଦାନରେ ଏଥର ଲଢ଼େଇ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA