ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପିସିସି ନିର୍ବାଚନ ପରିଚାଳନା କମିଟି ଗଠନ କରାଯାଇଛି । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏହି କମିଟିରେ ୨୬ ଜଣ ସ୍ଥାନ ପାଇଛନ୍ତି । ଏହି କମିଟିରେ ଜଣେ ଆବାହକ ଏବଂ ଦୁଇଜଣ ଯୁଗ୍ମ ଆବାହକ ଅଛନ୍ତି ।
ପିସିସି ନିର୍ବାଚନ ପରିଚାଳନା କମିଟି: ପ୍ରସାଦ ହରିଚନ୍ଦନ(ଅଧ୍ୟକ୍ଷ), ନିରଞ୍ଜନ ପଟ୍ଟନାୟକ,ଜୟଦେବ ଜେନା,ଭକ୍ତ ଚରଣ ଦାସ, ଶ୍ରୀକାନ୍ତ ଜେନା, ସୁଶୀଳା ତିରିଆ, ଶରତ ରାଉତ, ରାମ ଚନ୍ଦ୍ର ଖୁଣ୍ଟିଆ, ବିଜୟ କୁମାର ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ନକୁଳ ନାୟକ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଡ. ହମିଦ ହୁସେନ୍, ବନ୍ଦିତା ପରିଡ଼ା, ଶୁଭେନ୍ଦୁ ମହାନ୍ତି, ମନୋଜ ଜେନା, ଦେବାଶିଷ ଭୂୟାଁ, ସୀତାଂଶୁ ଦାସ, କିଶୋର ଜେନା, ଲୋକନାଥ ମହାରଥୀ, ରାଜୀବ ପଟ୍ଟନାୟକ, ମନୋରଞ୍ଜନ ଦାସ(ଆବାହକ), ବାଙ୍କନିଧି ବେହେରା(ଯୁଗ୍ମ ଆବାହକ), ବିକାଶ ଗରାବଡୁ( ଯୁଗ୍ମ ଆବାହକ) ।
ପିସିସିର ସମସ୍ତ ପୂର୍ବତନ ସଭାପତି ଏବଂ ବିଧାୟକ ଦଳ ନେତା, ଏଆଇସିସିର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ସବୁ ଛାମୁଆ ସଂଗଠନର ମୁଖ୍ୟ, ୱାର୍ ରୁମ୍/ ମିଡିଆ ବିଭାଗ, ସୋସିଆଲ୍ ମିଡିଆ ଏବଂ ଡିଜିଟାଲ୍ ପ୍ଲାଟଫର୍ମର ମୁଖ୍ୟମାନଙ୍କୁ ଏହି କମିଟିର ଏକ୍ସ-ଅଫିସିଓ ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି ।