Thursday, April 30, 2026 12:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବନ୍ଧା ହେଲେ ଖାଉ ଯୋଗାଣ ଅଧିକାରୀ

ରତ୍ନାକର ସେଠୀ ଏବଂ ପତ୍ନୀଙ୍କ ନାଁରେ ମାମଲା

by Our Correspondent
03 Feb, 2022- 03:15 PM
in Latest News, News
1 min read
0
ବନ୍ଧା ହେଲେ ଖାଉ ଯୋଗାଣ ଅଧିକାରୀ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଯୋଗାଣ ବିଭାଗର ଅତିରିକ୍ତ ସିଏସଓ ରତ୍ନାକର ସେଠୀଙ୍କୁ ଆଜି ଭିଜିଲାନସ୍ ପୁଲିସ ଗିରଫ କରିଛି । କଟକ ଭିଜିଲାନସ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ ୫୭୦% ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଅର୍ଜିଛନ୍ତି । ସରକାରୀ ଚାକିରିରେ ଥିବା ତାଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଗତକାଲି ଶ୍ରୀ ସେଠୀଙ୍କ କଟକ ଓ ନୂଆପଡ଼ା ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା । ତାଙ୍କର ୬ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।

ଏହି ସରକାରୀ ବାବୁଙ୍କର ସମ୍ପତ୍ତି ତାଲିକା ଆଖି ଖୋସି ହେଲା ଭଳି ।

କଟକ ଚାଉଳିଆଗଞ୍ଜରେ ଦୁଇ କୋଟି ୧୨ ଲକ୍ଷ ଟଙ୍କା ମୂଲ୍ୟର ୪ ମହଲା କୋଠା ଏବଂ ୩ ଟି ପ୍ଲଟ୍, କଟକ ମଧୁପାଟଣା ଥାନା ଅନ୍ତର୍ଗତ ବାଲିସାହିରେ ଦୁଇ ମହଲା କୋଠା ଏବଂ ଗୋଟିଏ ପ୍ଲଟ୍, ସେହି ବାଲିସାହିରେ ତିନି ମହଲାର ଏକ କଲ୍ୟାଣ ମଣ୍ଡପ(ନଟରାଜ୍ ପ୍ୟାଲେସ୍), ଗୁରୁଡ଼ିଝାଆସ୍ଥିତ ଓରନ୍ଦାରେ ୩ ଏକର ଜାଗାରେ ଫାର୍ମ ହାଉସ୍ ରହିଛି ।

ଚାଉଳିଆଗଞ୍ଜସ୍ଥିତ ଚାରି ମହଲା କୋଠାକୁ ଏକ ଘରୋଇ ଶିକ୍ଷାନୁଷ୍ଠାନ ଓ ନର୍ସିଂହୋମ୍ କୁ ଭଡ଼ାରେ ଦିଆଯାଇଛି ।

ଶ୍ରୀ ସେଠୀଙ୍କର ୧ କୋଟି ୧୭ ଲକ୍ଷ ୫୪ ହଜାର ଟଙ୍କାର ବୀମା, ନିଜ ଓ ପରିବାର ଲୋକଙ୍କ ନାଁରେ ୮୯ ଲକ୍ଷ ୨୪ ହଜାର ୮୧ ଟଙ୍କାର ୧୦ ଟି ସ୍ଥାୟୀ ବ୍ୟାଙ୍କ ଜମା ରହିଛି । ଏହା ବାଦ୍ ୨୦ ଲକ୍ଷ ୯୪ ହଜାର ଟଙ୍କାର ସୁନା ଓ ରୂପା ଗହଣା, ୧୬ ଲକ୍ଷ ୫୪ ହଜାର ଟଙ୍କାର ଘରୋଇ ଆସବାବପତ୍ର, ୩ ଟି ଦୁଇ ଚକିଆ ଗାଡ଼ି ସମେତ ନଗଦ ଟଙ୍କା ଓ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମିଶାଇ ୬ କୋଟି ୭୩ ଲକ୍ଷ ଟଙ୍କାରୁ ଅଧଇକ ସମ୍ପତ୍ତି ଆକଳନ କରାଯାଇଛି । ଯାଞ୍ଚ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

Previous Post

ଓଡ଼ିଶାକୁ ୯୭୩୪ କୋଟି ରେଳ ଅନୁଦାନ

Next Post

୭ ରୁ ଖୋଲିବ ସ୍କୁଲ, କଲେଜ

Next Post
୭ ରୁ ଖୋଲିବ ସ୍କୁଲ, କଲେଜ

୭ ରୁ ଖୋଲିବ ସ୍କୁଲ, କଲେଜ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA